ଓଡିଶା

odisha

ETV Bharat / international

ଲୋକଙ୍କୁ ମ୍ୟାପରେ ସତର୍କ କରାଇବ ଗୁଗଲ - ଲୋକଙ୍କୁ ମ୍ୟାପରେ ସତର୍କ କରାଇବ ଗୁଗଲ

ଲୋକମାନେ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର କରିବାବେଳେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଗୁଗଲ ଏକ ନୂଆ ଫିଚର ବାହାର କରିଛି । ଅଧିକ ପଢନ୍ତୁ......

ଲୋକଙ୍କୁ ମ୍ୟାପରେ ସତର୍କ କରାଇବ ଗୁଗଲ
ଲୋକଙ୍କୁ ମ୍ୟାପରେ ସତର୍କ କରାଇବ ଗୁଗଲ

By

Published : Jun 10, 2020, 1:40 AM IST

କାର୍ଲିଫର୍ଣ୍ଣିଆ: କୋଭିଡ 19 ଯୋଗୁଁ ଜାରି ଲକଡାଉନ ଧିରେ ଧିରେ ଖୋଲୁଛି । ବିଭିନ୍ନ ଦେଶରେ ଏନେଇ ଜାରି ହୋଇଥିବା କଟକଣା କୋହଳ ହେଉଛି । ତେବେ ଲୋକମାନେ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର କରିବାବେଳେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଗୁଗଲ ଏକ ନୂଆ ଫିଚର ବାହାର କରିଛି ।

ଏହା ଅନୁସାରେ ଲୋକମାନେ ଯେତେବେଳେ କୌଣସି ଏକ ପବ୍ଲିକ ଟ୍ରାନ୍ସପୋର୍ଟ ଦ୍ବାରା ଯାତ୍ରା କରିବାକୁ ଚାହିଁବେ ସେତେବେଳେ ମ୍ୟାପରେ ଏହା ସେହି ଅଞ୍ଚଳ ବିଷୟରେ ସତର୍କ ସୂଚନା ଦେବ । ଯଦି ତାହା ରେଡ ଜୋନ ଅବା କଣ୍ଟେନମେଣ୍ଟ ଜୋନ ଅଧୀନରେ ଥିବ ତେବେ ଗୁଗଲ ସତର୍କ କରାଇଦେବ । ସେହିପରି କୋଭିଡ 19 ଜନିତ କୌଣସି ସମସ୍ୟା ଦେଖାଦେଲେ ଏହା ସଚେତନ କରିବ । ଏନେଇ ଗୁଗଲ ସ୍ଥାନୀୟ ଏଜେନ୍ସିଙ୍କ ସହ ହାତ ମିଳାଇଛି । ସେମାନଙ୍କୁ ସେମାନଙ୍କ ଅଞ୍ଚଳର ତଥ୍ୟ ମାଗିଛି ଗୁଗଲ । ଯାହା ଆଧାରରେ ଲୋକଙ୍କୁ ଏହା ସୂଚନା ପ୍ରଦାନ କରିବ ।

ଏହି ବ୍ୟବସ୍ଥା ଏବେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବେଲଜିୟମ, ବ୍ରାଜିଲ, କଲମ୍ବିଆ, ଫ୍ରାନ୍ସ, ଭାରତ, ମେକ୍ସିକୋ, ନେଦରଲ୍ୟାଣ୍ଡ, ସ୍ପେନ, ଥାଇଲାଣ୍ଡ, ୟୁକେ ଏବଂ ଆମେରିକାରେ ଆରମ୍ଭ ହୋଇଛି । ଆଗାମୀ ଦିନରେ ଅନ୍ୟ ଦେଶମାନଙ୍କରେ ଏହାକୁ କାର୍ଯ୍ୟକାରୀ କରିବାର ଲକ୍ଷ୍ୟ ରଖିଛି ବୋଲି ଗୁଗଲ ସୂଚନା ଦେଇଛି । ଏହାସହ ଯଦି ଯାତ୍ରା ପଥରେ କୋଭିଡ 19 ଚେକ୍ ପଏଣ୍ଟ କିମ୍ବା କଟକଣା ଆସେ ତାହା ମଧ୍ୟ ଜଣାଇଦେବ ଗୁଗଲ । ସେହିପରି କୌଣସି ଦେଶର ସୀମାରେଖା ପାର କରୁଥିଲେ ତାହାର କୋରୋନା ଅପଡେଟ ଓ ସଚେତନତା ସମ୍ପର୍କରେ ମଧ୍ୟ ମ୍ୟାପ୍ ଖବର ଜଣାଇବ ବୋଲି କମ୍ପାନୀ ସୂଚନା ଦେଇଛି ।

ABOUT THE AUTHOR

...view details