ଓଡିଶା

odisha

ETV Bharat / international

ସ୍କାମରଙ୍କୁ ରୋକିବ ଗୁଗୁଲର ନୂଆ ‘ସ୍କାମ ସ୍ପଟର’ ପ୍ରୋଗ୍ରାମ - ଟେକ୍ନୋଲୋଜି ନ୍ୟୁଜ୍‌

ବିଶ୍ବ ମହାମାରୀରେ ପରିଣତ ହୋଇଥିବା କୋରୋନା ସଂକ୍ରମଣକୁ ନେଇ ଚାରିଆଡେ ଭୟର ବାତାବରଣ ଲାଗି ରହିଥିବା ବେଳେ ଏମିତିରେ ପରିସ୍ଥିତିର ଲାଭ ଉଠାଉଛନ୍ତି ଅନେକ ସ୍କାମର । ଯାହାକୁ ରୋକିବା ପାଇଁ ଏବେ ଆଗେଇ ଆସିଛି ଗୁଗୁଲ ।

google to stop scammers, google, scam spotter, technology news, online fradulent, ସ୍କାମରଙ୍କୁ ରୋକିବ ଗୁଗୁଲ, ଗୁଗୁଲ, ସ୍କାମ ସ୍ପଟର, ଟେକ୍ନୋଲୋଜି ନ୍ୟୁଜ୍‌, ଅନଲାଇନ ଠକେଇ
ସ୍କାମରଙ୍କୁ ରୋକିବ ଗୁଗୁଲର ନୂଆ ‘ସ୍କାମ ସ୍ପଟର’ ପ୍ରୋଗ୍ରାମ

By

Published : May 28, 2020, 11:45 PM IST

ସାନଫ୍ରାନ୍ସିସ୍କୋ: ବିଶ୍ବ ମହାମାରୀରେ ପରିଣତ ହୋଇଥିବା କୋରୋନା ସଂକ୍ରମଣକୁ ନେଇ ଚାରିଆଡେ ଭୟର ବାତାବରଣ ଲାଗି ରହିଥିବା ବେଳେ ଏମିତିରେ ପରିସ୍ଥିତିର ଲାଭ ଉଠାଉଛନ୍ତି ଅନେକ ସ୍କାମର । ଲୋକଙ୍କ ପାଖରେ ଭୂଲ ତଥ୍ୟ ଭୂଲ ଭାବେ ଦେଖାଇ ସେମାନଙ୍କ ମନରେ କୋରୋନାକୁ ନେଇ ଭୟ ସୃଷ୍ଟି କରୁଛନ୍ତି ଏହି ସ୍କାମର । ଏବେ ବି ଅନେକ ଲୋକେ କୋରୋନା ସମ୍ପର୍କରେ ଅଜ୍ଞ ଥିବା ବେଳେ ଏହାକୁ ନେଇ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରୁଛନ୍ତି ସ୍କାମର । ଯାହାକୁ ରୋକିବା ପାଇଁ ଏବେ ଆଗେଇ ଆସିଛି ଗୁଗୁଲ ।

ଗୁରୁବାର ଏନେଇ ଗୁଗୁଲ ଲଞ୍ଚ କରିଛି ଏକ ନୂଆ ପ୍ରୋଗ୍ରାମ । ଏହାର ନାମ ରହିଛି ‘ସ୍କାମ ସ୍ପଟର’ । ଏହାର କାମ ହେଉଛି କୋଭିଡ-19କୁ ନେଇ ଭୂଲ ତଥ୍ୟ ପ୍ରଚାର କରି ଲୋକଙ୍କୁ ଠକୁଥିବା ସ୍କାମରମାନଙ୍କୁ ରୋକିବା । ଏନେଇ ଏକ୍ସପର୍ଟମାନେ ଜାରି କରିଛନ୍ତି 3ଟି ନିୟମ । ସେ ହେଉଛି ‘Slow it down, spot check and stop! Don't send’ । ଫେଡେରାଲ ଟ୍ରେଡ କମିଶନ(ଏଫଟିସି)ର କହିବା ଅନୁଯାୟୀ 2019ରେ କେବଳ ସ୍କାମ ଦ୍ବାରା 1.9 ବିଲିୟନ ଡଲାରର କ୍ଷତି ହୋଇଛି । ପ୍ରତି ମିନିଟ 3,600 ଡଲାରରୁ ଅଧିକ ଅର୍ଥ ଏହାଦ୍ବାରା ଚୋରି ହେଉଛି ।

ମୁଖ୍ୟତଃ ଯୁବ ବର୍ଗ ବା 25ରୁ 40 ବର୍ଷ ବୟସର ଲୋକେ ସ୍କାମର ଟାର୍ଗେଟରେ ରହିଥାଆନ୍ତି । ତେବେ ଏହି ସ୍କାମରଙ୍କୁ ରୋକିବା ପାଇଁ ଗୁଗୁଲ ଏକ ନୂଆ ୱେବସାଇଟ ‘ScamSpotter.org’ ଲଞ୍ଚ କରିଥିବା ଜଣାପଡିଛି ।

@IANS

ABOUT THE AUTHOR

...view details