ଓଡିଶା

odisha

By

Published : Jun 13, 2020, 1:42 AM IST

ETV Bharat / international

ପର୍ସନାଲାଇଜ୍ଡ ଆଡ୍‌ ପଲିସିରେ ପରିବର୍ତ୍ତନ, ଘୋଷଣା କଲା ଗୁଗୁଲ

ୟୁଜର୍ସଙ୍କୁ ସୁଯୋଗ ଦେବାରେ କୌଣସି ଭେଦଭାବ ପରିସ୍ଥିତି ଯେପରି ସୃଷ୍ଟି ନହୁଏ ସେଥିପାଇଁ ନିଜ ଆଡ ପଲିସିକୁ ଅଧିକ କଡାକଡି ଓ ସୁରକ୍ଷିତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ଗୁଗୁଲ ।

personalised ad policy, google's ad policy, google latest news, google to equality in employement, latest technology news, ପର୍ସନାଲାଇଜ୍ଡ ଆଡ୍‌ ପଲିସି, ଗୁଗୁଲର ଆଡ ପଲିସି, ଗୁଗୁଲ ଲାଟେଷ୍ଟ ନ୍ୟୁଜ୍‌, ରୋଜଗାରରେ ସମାନତା ଦେବ ଗୁଗୁଲ, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ପର୍ସନାଲାଇଜ୍ଡ ଆଡ୍‌ ପଲିସିରେ ପରିବର୍ତ୍ତନ, ଘୋଷଣା କଲା ଗୁଗୁଲ

ସାନ ଫ୍ରାନ୍ସିସ୍କୋ: ହାଉସିଂ, ଏମ୍ପ୍ଲୋଏମେଣ୍ଟ ଓ କ୍ରେଡିଟ ସୁଯୋଗକୁ ନେଇ ଗୁଗୁଲରେ ରହିଥିବା ଆଡ ପଲିସିରେ ହେବାକୁ ଯାଉଛି ପରିବର୍ତ୍ତନ । ୟୁଜର୍ସଙ୍କୁ ସୁଯୋଗ ଦେବାରେ କୌଣସି ଭେଦଭାବ ପରିସ୍ଥିତି ଯେପରି ସୃଷ୍ଟି ନହୁଏ ସେଥିପାଇଁ ନିଜ ଆଡ ପଲିସିକୁ ଅଧିକ କଡାକଡି ଓ ସୁରକ୍ଷିତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ଗୁଗୁଲ । ଏନେଇ କମ୍ପାନୀ ଏକ ନିର୍ଦ୍ଧିଷ୍ଟ ପ୍ରକାରର ନୂଆ ପର୍ସନାଲାଇଜ୍ଡ ଆଡ ପଲିସି ଲଞ୍ଚ କରିଛି ।

ଏହି ନୂଆ ପଲିସିରେ ରୋଜଗାର ଉପରେ ପ୍ରଭାବ ପକାଉଥିବା ଭଳି ତଥ୍ୟ, ହାଉସିଂ ଓ କ୍ରେଡିଟ ଆଡଭର୍ଟାଇଜରମାନଙ୍କୁ ବାଦ ଦିଆଯିବ । ସେହିପରି ଜାତିଗତ, ଲିଙ୍ଗଗତ, ପାରିବାରିକ ସ୍ଥିତି, ବୈବାହିକ ସମ୍ପର୍କ କିମ୍ବା ଜିପ୍‌ କୋଡ ଆଧାରରେ ଲୋକଙ୍କୁ ଟାର୍ଗେଟ ନକରିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଆଡ୍ସ ପ୍ରାଇଭେସି ଓ ସେଫଟିର ପ୍ରଡକ୍ଟ ମ୍ୟାନେଜମେଣ୍ଟ ଉପଅଧ୍ୟକ୍ଷ ସ୍କଟ ସ୍ପେନ୍ସର ।

ଅନେକ ସମୟରେ ଦେଖିବାକୁ ମିଳିଛି ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଯଥା ଜାତୀୟତା, ରଙ୍ଗ, ଆର୍ଥିକ ସ୍ଥିତି ଓ ବୈବାହିକ ସମ୍ପର୍କ ଆଧାରରେ ଟାର୍ଗେଟ କରିବା ଭଳି ଅନେକ ଆଡ ଏଜେନ୍ସି ସେମାନଙ୍କୁ ସୁଯୋଗ ପରଷିଥାଆନ୍ତି । ଆଗକୁ ଏପରି ଯେମିତି ନହୁଏ ସେନେଇ ଗୁଗୁଲ ବିଶେଷ ଧ୍ୟାନ ଦେଇଛି । ତେବେ କୋରୋନା ମହାମାରୀ ପାଇଁ ବର୍ତ୍ତମାନ ବେରୋଜଗାର ସଂଖ୍ୟା ବଢିଚାଲିଥିବା ବେଳେ ଲୋକେ କିପରି ସମାନ ମାତ୍ରାର ସୁଯୋଗ ବିନା କୌଣସି ଭେଦଭାବରେ ପାଇପାରିବେ ତାହାର ବ୍ୟବସ୍ଥା କରାଯାଇଛି । ଏହା ଖୁବଶୀଘ୍ର କାନାଡା ଓ ଆମେରିକାରେ ଲଞ୍ଚ ହେବା ନେଇ ସ୍ପଷ୍ଟ କରିଛନ୍ତି ସ୍ପେନ୍ସର ।

@IANS

ABOUT THE AUTHOR

...view details