ଓଡିଶା

odisha

By

Published : Jul 15, 2020, 6:15 AM IST

ETV Bharat / international

350 ଭାଷାରେ ଜରୁରୀ ତଥ୍ୟ ଯୋଗାଇବ ଗୁଗଲର ଏଆଇ ଓ ଏମଏଲ ଅନୁବାଦକ

ଗୁଗଲର ଏଆଇ ଓ ଏମଏଲ ସେବା ଦ୍ବାରା ସ୍ବାସ୍ଥ୍ୟ କର୍ମୀ ଓ ଅଧିକାରୀମାନେ ବିଭିନ୍ନ ଭାଷାରେ ବିଶ୍ବର କୋଣ ଅନୁକୋଣର ଲୋକଙ୍କ ସହ ଯୋଗାଯୋଗ କରିପାରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ସେବା ଦ୍ବାରା କେବଳ ଆମେରିକାରେ ହିଁ 51 ମିଲିୟନ ପ୍ରବାସୀଙ୍କ ସହ 350ଟି ଭାଷାରେ ଯୋଗାଯୋଗ ସମ୍ଭବ ହୋଇପାରିଥିବା ଜଣା ପଡିଛି ।

Google latest news, google ai and ml translator, role of google in corona pandemic, latest technology news, google translator, ଗୁଗୁଲ ଲାଟେଷ୍ଟ ନ୍ୟୁଜ୍‌, ଗୁଗୁଲ ଏଆଇ ଓ ଏମଏଲ ଅନୁବାଦକ, କୋରୋନା ମୁକାବିଲାରେ ଗୁଗୁଲ ଭୂମିକା, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌, ଗୁଗୁଲ ଅନୁବାଦକ
350 ଭାଷାରେ ଜରୁରୀ ତଥ୍ୟ ଯୋଗାଇବ ଗୁଗୁଲର ଏଆଇ ଓ ଏମଏଲ ଅନୁବାଦକ

ସାନ ଫ୍ରାନ୍ସିସ୍କୋ: କୋରୋନା ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିବା ସହ ଲୋକଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ନୂଆ ଉପାୟ ଲଞ୍ଚ କରିଛି ଟେକ ଜାଏଣ୍ଟ ଗୁଗଲ । ଗୁଗଲର ଏଆଇ ଓ ଏମଏଲ ସେବା ଦ୍ବାରା ସ୍ବାସ୍ଥ୍ୟ କର୍ମୀ ଓ ଅଧିକାରୀମାନେ ବିଭିନ୍ନ ଭାଷାରେ ବିଶ୍ବର କୋଣ ଅନୁକୋଣର ଲୋକଙ୍କ ସହ ଯୋଗାଯୋଗ କରିପାରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ସେବା ଦ୍ବାରା କେବଳ ଆମେରିକାରେ ହିଁ 51 ମିଲିୟନ ପ୍ରବାସୀଙ୍କ ସହ 350ଟି ଭାଷାରେ ଯୋଗାଯୋଗ ସମ୍ଭବ ହୋଇପାରିଥିବା ଜଣା ପଡିଛି ।

ବର୍ତ୍ତମାନ ସମୟରେ ଲୋକେ ନିଜେ ଓ ନିଜ ପରିବାରବର୍ଗଙ୍କ ସମେତ କିପରି ସୁରକ୍ଷିତ ରହିପାରିବେ ସେନେଇ ସ୍ବାସ୍ଥ୍ୟକର୍ମୀ ଓ ଅଧିକାରୀଙ୍କ ଯୋଗାଯୋଗ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରାଯାଉଛି । ଏଥିସହ ପ୍ରବାସୀଙ୍କ କ୍ଷେତ୍ରରେ ସେମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ ରଖିବା ସହ ସେମାନଙ୍କୁ ଖାଦ୍ୟ ଓ ରୋଜଗାର ଯୋଗାଇ ଦେବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି । ଏପରି ସ୍ଥିତିରେ ବିଭିନ୍ନ ସରକାରୀ ସଂସ୍ଥାର ସ୍ବାସ୍ଥ୍ୟ ଅଧିକାରୀମାନେ ବିଶ୍ବବାସୀଙ୍କ ପାଖରେ ସଠିକ୍‌ ସୂଚନା ପର୍ଯ୍ୟାପ୍ତ ପରିମାଣରେ ପହଞ୍ଚାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।

କୋରୋନା ସଂକ୍ରମଣ ନେଇ ଅପପ୍ରଚାର ରୋକିବା ସହ ଏସମ୍ପର୍କରେ ସଚେତନତା ବାର୍ତ୍ତା ବିଶ୍ବବାସୀଙ୍କ ପାଖରେ ପହଞ୍ଚାଇବା ପାଇଁ ସ୍ବାସ୍ଥ୍ୟ ଅଧିକାରୀମାନେ ଚେଷ୍ଟିତ । ଯେଉଁଥିରେ ବିଭିନ୍ନ ଭାଷାରେ ଯୋଗାଯୋଗ କରିବା ପାଇଁ ସହାୟକ ସାବ୍ୟସ୍ତ ହୋଇଛି ଗୁଗୁଲର ଏଆଇ ଓ ଏମଏଲ ସେବା । ଏହି ଅନୁବାଦକ ବା ମେସିକ ଅନୁବାଦକ ଦ୍ବାରା ଜଣଙ୍କ ବାର୍ତ୍ତା ବା ଲେଖାକୁ ସ୍ବତଃ ଗୋଟିଏ ଭାଷାରୁ ଅନ୍ୟ ଭାଷାକୁ ଅନୁବାଦ କରାଯାଇପାରିବ । ଏହା ମନୁଷ୍ୟ ଅନୁବାଦକର ସମ୍ପୂର୍ଣ୍ଣ ବିକଳ୍ପ ନହେଲେ ବି ବର୍ତ୍ତମାନ ସମୟରେ ତୁରନ୍ତ ଅନୁବାଦନର ଆବଶ୍ୟକତା ସ୍ଥଳେ ଏହା ଖୁବ ସହାୟକ । ଏନେଇ ସୂଚନା ଦେଇଛି ଗୁଗୁଲ ।

350 ଭାଷାରେ ଜରୁରୀ ତଥ୍ୟ ଯୋଗାଇବ ଗୁଗୁଲର ଏଆଇ ଓ ଏମଏଲ ଅନୁବାଦକ)

ଏହି ସର୍ଭିସର ସହାୟତାରେ କ୍ଷଣିକ ମଧ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ଓ ଜରୁରୀ ସୂଚନାକୁ ବିଭିନ୍ନ ଆଞ୍ଚଳିକ ଭାଷାରେ ଅନୁବାଦ କରାଯାଇପାରୁଛି । ସବୁଠାରୁ ବଡ କଥା ହେଲା ଏହି ସେବା ଦ୍ବାରା ଆପଣ ନିଜ ଆବଶ୍ୟକତା ମୁତାବକ ଭାଷାରେ ଅନୁବାଦନ କରିପାରିବେ ବୋଲି ଗୁଗୁଲ ସ୍ପଷ୍ଟ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details