ଓଡିଶା

odisha

By

Published : Jul 22, 2020, 6:17 AM IST

ETV Bharat / international

ଗୁଗଲ ନେଷ୍ଟ ହବ୍‌ ଓ ହବ୍‌ ମ୍ୟାକ୍ସ ସ୍ମାର୍ଟ ଡିଭାଇସରେ ଆସିଲା ନେଟଫ୍ଲିକ୍ସ

ସାରା ବିଶ୍ବରେ ସମସ୍ତ ନେଷ୍ଟ ସ୍ମାର୍ଟ ଡିସପ୍ଲେରେ ନେଟଫ୍ଲିକ୍ସ ରୋଲ ଆଉଟ ହୋଇଥିବା ନେଇ ଗୁଗଲ ସ୍ପଷ୍ଟ କରିଛି । ଯଦି କୌଣସି ୟୁଜର୍ସଙ୍କର ନିଜସ୍ବ ନେଟଫ୍ଲିକ୍ସ ଆକାଉଣ୍ଟ ରହିଛି ତେବେ ସେ ନିଜ ଆକାଉଣ୍ଟ ସହ ଏବେ ନିଜ ନେଷ୍ଟ ସ୍ମାର୍ଟ ଡିସପ୍ଲେରେ ଲିଙ୍କ କରିପାରିବେ ବୋଲି ଜଣା ପଡିଛି ।

google nest hub and hub max, google next smart devices, google latest news, netflix, netflix on nest hub and hub max, latest technology news, ଗୁଗୁଲ ନେଷ୍ଟ ହବ୍‌ ଓ ହବ୍‌ ମ୍ୟାକ୍ସ, ଗୁଗୁଲ ନେଷ୍ଟ ସ୍ମାର୍ଡ ଡିଭାଇସ, ଗୁଗୁଲ ଲାଟେଷ୍ଟ ନ୍ୟୁଜ୍‌, ନେଟଫ୍ଲିକ୍ସ, ନେଷ୍ଟ ହବ୍‌ ଓ ନେଷ୍ଟ ହବ୍‌ ମ୍ୟାକ୍ସରେ ନେଟଫ୍ଲିକ୍ସ, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ଗୁଗୁଲ ନେଷ୍ଟ ହବ୍‌ ଓ ହବ୍‌ ମ୍ୟାକ୍ସ ସ୍ମାର୍ଟ ଡିଭାଇସରେ ଆସିଲା ନେଟଫ୍ଲିକ୍ସ

ସାନ ଫ୍ରାନ୍ସିସ୍କୋ: କୋରୋନା ମହାମାରୀ ପାଇଁ ସିନେମା ହଲ ଆଗରେ ତାଲା ପଡିଥିବା ବେଳେ ରାତାରାତି ଆକାଶଛୁଆଁ ଚାହିଦା ସାଉଣ୍ଟିଛି ଅନଲାଇନ ପ୍ଲାଟଫର୍ମ । ଏମିତିରେ ଅନେକ ପ୍ରଡକ୍ସନ ହାଉସ ମଧ୍ୟ ନିଜ ପ୍ରୋଜେକ୍ଟ ସହ ଅନଲାଇନ ପ୍ଲାଟଫର୍ମ ମୁହାଁ ହେଉଥିବା ଦେଖାଯାଉଛି । ଏପରି ସ୍ଥିତିରେ ନିଜର ଘରୋଇ ଭିଡିଓ ସ୍ମାର୍ଡ ଡିଭାଇସ ନେଷ୍ଟ ହବ୍‌ ଓ ନେଷ୍ଟ ହବ୍‌ ମ୍ୟାକ୍ସରେ ନେଟଫ୍ଲିକ୍ସକୁ ଆଡ କରିଛି ଗୁଗଲ । ଏନେଇ ମଙ୍ଗଳବାର ବିଧିବଦ୍ଧ ଭାବେ ଗୁଗୁଲ ଘୋଷଣା କରିଛି ।

ତେବେ ସାରା ବିଶ୍ବରେ ସମସ୍ତ ନେଷ୍ଟ ସ୍ମାର୍ଟ ଡିସପ୍ଲେରେ ନେଟଫ୍ଲିକ୍ସ ରୋଲ ଆଉଟ ହୋଇଥିବା ନେଇ ଗୁଗଲ ଏହି ଘୋଷଣାରେ ସ୍ପଷ୍ଟ କରିଛି । ଯଦି କୌଣସି ୟୁଜର୍ସଙ୍କର ନିଜସ୍ବ ନେଟଫ୍ଲିକ୍ସ ଆକାଉଣ୍ଟ ରହିଛି ତେବେ ସେ ନିଜ ଆକାଉଣ୍ଟ ସହ ଏବେ ନିଜ ନେଷ୍ଟ ସ୍ମାର୍ଟ ଡିସପ୍ଲେରେ ଲିଙ୍କ କରିପାରିବେ ବୋଲି ଜଣା ପଡିଛି । ଅଧିକ ଲାଭ ପାଇପାରିବା ପାଇଁ ଗୁଗଲ ହୋମ କିମ୍ବା ଆସିଷ୍ଟାଣ୍ଟ ଆପ୍‌ରେ ନିଜ ଆକାଉଣ୍ଟକୁ ୟୁଜର୍ସ ଲିଙ୍କ କରିପାରିବେ । ଏହାପରେ ୟୁଜର୍ସ ନେଟଫ୍ଲିକ୍ସ ମୁଭି, ଟିଭି ଶୋ’ ଓ ଡକ୍ୟୁମେଣ୍ଟାରୀ ଆଦିର ମଜା ଉଠାଇପାରିବେ ।

ଯଦି ୟୁଜର୍ସ ହବ୍‌ ମ୍ୟାକ୍ସରେ ନେଟଫ୍ଲିକ୍ସ ଦେଖୁଥାଆନ୍ତି, ତେବେ ସେମାନଙ୍କ ପାଇଁ କମ୍ପାନୀ ରୋଲ ଆଉଟି କରିଛି କିଛି ନୂଆ ଫିଚର । କାମ କରୁଥିବା ସମୟରେ ୟୁଜର୍ସ ଯଦି ନେଷ୍ଟ ହବ୍‌ର ବ୍ୟବହାର କରୁଥାଆନ୍ତି ତେବେ ମଝିରେ ପଜ୍‌ କିମ୍ବା ପ୍ଲେ କରିବାକୁ ହେଲେ ବାସ ଡିଭାଇସକୁ ଦେଖନ୍ତୁ ଓ ହାତ ଉପରକୁ କରନ୍ତୁ । ଭିଡିଓ ଆପେ ଆପେ ପ୍ଲେ କିମ୍ବା ପଜ୍‌ ହୋଇଯିବ । ଏନେଇ ସୂଚନା ଦେଇଛି ଗୁଗୁଲ ।

କେବଳ ନେଟଫ୍ଲିକ୍ସ ନୁହେଁ ୟୁଜର୍ସ ଚାହିଁଲେ ଅନ୍ୟ ଷ୍ଟ୍ରିମିଂ ସର୍ଭିସ ଯଥା ଡିଜନି ପ୍ଲସ, ଏଚବିଓ ମ୍ୟାକ୍ସ, ଶୋଟାଇମ ଓ ହଜାର ଅନ୍ୟ ସର୍ଭିସ ସହ ଲିଙ୍କ କରିପାରିବେ । ନିକଟରେ ନେଷ୍ଟ ହବ୍‌ ମ୍ୟାକ୍ସରେ ଗୁଗୁଲ ମିଟ ଓ ଡୁଓ ସାହାଯ୍ୟରେ ଗ୍ରୁପ ଭିଡିଓ କଲ ଫିଚର ରୋଲ ଆଉଟ କରିଥିବା ଜଣା ପଡିଛି ।

@IANS

ABOUT THE AUTHOR

...view details