ଓଡିଶା

odisha

ETV Bharat / international

ଗ୍ଲୋବାଲ ଏଣ୍ଟରପ୍ରେନ୍ୟୁରସିପ୍‌ ସମିଟ୍‌: ଉଦ୍‌ଯାପନୀରେ ଯୋଗଦେବେ ଇଭାଙ୍କା ଟ୍ରମ୍ପ, ଅଜୟ ବାଙ୍ଗ - MASTERCARD

ଜୁନ୍‌ 5ରେ ନେଦରଲ୍ୟାଣ୍ଡରେ ଅନୁଷ୍ଠିତ ହେଉଥିବା ଗ୍ଲୋବାଲ ଏଣ୍ଟରପ୍ରେନ୍ୟୁରସିପ୍‌ ସମିଟ୍‌ର ଉଦ୍‌ଯାପନୀ ଉତ୍ସବରେ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତିଙ୍କ ପରାମର୍ଶଦାତା ଇଭାଙ୍କା ଟ୍ରମ୍ପଙ୍କ ସହିତ ମାଷ୍ଟରକାର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ ବାଙ୍ଗ ଯୋଗଦେବେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : May 25, 2019, 6:53 PM IST


ହଗ୍: ଆସନ୍ତା ଜୁନ୍‌ 5ରେ ନେଦରଲ୍ୟାଣ୍ଡରେ ଅନୁଷ୍ଠିତ ହେଉଥିବା ଗ୍ଲୋବାଲ ଏଣ୍ଟରପ୍ରେନ୍ୟୁରସିପ୍‌ ସମିଟ୍‌ର ଉଦ୍‌ଯାପନୀ ଉତ୍ସବରେ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତିଙ୍କ ପରାମର୍ଶଦାତା ଇଭାଙ୍କା ଟ୍ରମ୍ପଙ୍କ ସହିତ ମାଷ୍ଟରକାର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ ବାଙ୍ଗ ଯୋଗଦେବେ ।

ଉଦ୍‌ଯାପନୀ ଉତ୍ସବକୁ ଅର୍ଥନୀତି ଓ ବାଣିଜ୍ୟ ପରିଚାଳନାର ସହକାରୀ ସଚିବ ମନୀଷା ସିଂ ପରିଚାଳନା କରିବେ । ତାଙ୍କ ସହ ଆମେରିକା ରାଷ୍ଟ୍ର ସଚିବ ମାଇକେଲ ଆର୍‌ ପାମ୍ପିଓ ଓ ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମାର୍କ ରଟ୍ଟି ସହ-ପରିଚାଳକ ରହିବେ ।

ଏହି ସମିଟ୍‌ରେ ବିଶ୍ବର ବିଭିନ୍ନ ରାଷ୍ଟ୍ରରୁ ଶିଳ୍ପପତି, ପୁଞ୍ଜିପତି, ବିଜ୍‌ନେସ୍‌ ଲିଡର ଓ ସରକାରୀ ଅଧିକାରୀମାନେ ଯୋଗ ଦେଉଛନ୍ତି । ଏମାନେ ନିଜ କମ୍ପାନୀର ଷ୍ଟାଟ୍‌ ଅପ୍‌ ପ୍ରଦର୍ଶନ କରିବେ । 300ରୁ ଊର୍ଦ୍ଧ୍ବ ପୁଞ୍ଜିପତି ଟ୍ରିଲିୟନ ଡଲାର ସମ୍ପତ୍ତିର ପରିଚାଳନା ସଂପର୍କରେ ତଥ୍ୟ ପ୍ରଦର୍ଶନ କରିବେ ।

2017 ଗ୍ଲୋବାଲ ଏଣ୍ଟରପ୍ରେନ୍ୟୁରସିପ୍‌ ସମିଟ୍‌ ଭାରତର ହାଇଦ୍ରାବାଦରେ ଅନୁଷ୍ଠିତ ହୋଇଥିଲା । ନାରୀକୁ ଅଗ୍ରାଧିକାର ଓ ସମସ୍ତଙ୍କର ସମୃଦ୍ଧି ଏହି ସମିଟ୍‌ରେ ହାଇଲାଇଟ୍‌ କରାଯାଇଥିଲା । ଏବର୍ଷ ମଧ୍ୟ ଏହି ବାର୍ତ୍ତା ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଜଣାପଡିଛି ।

ABOUT THE AUTHOR

...view details