ନୂଆଦିଲ୍ଲୀ: ବିଶ୍ବରେ କୋରୋନା ଭାଇରସ୍ ମାମଲା ମଙ୍ଗଳବାର ସକାଳେ 2 କୋଟି ମାର୍କ ଅତିକ୍ରମ କରିଛି। ବର୍ତ୍ତମାନ ସମୁଦାୟ ମୃତ୍ୟୁ ସଂଖ୍ୟା 734,000 କୁ ବୃଦ୍ଧି ପାଇଛି। ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଦ୍ବାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ, ସାରା ବିଶ୍ବରେ କୋରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା 20,011,186 ରେ ପହଞ୍ଚିଛି ଏବଂ ମୃତ୍ୟୁହାର 734,664 ରେ ପହଞ୍ଚିଛି।
ବିଶ୍ୱରେ ସର୍ବାଧିକ ସଂକ୍ରମଣ ଏବଂ ସାଂଘାତିକ ଅବସ୍ଥାରେ ଆମେରିକା ରହିଛି । ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ (ସିଏସଏସଇ ) ଅନୁଯାୟୀ ଆମେରିକାରେ କୋରୋନାଭାଇରସ ରୋଗୀଙ୍କ ସଂଖ୍ୟା 5,089,416 ରେ ପହଞ୍ଚିଛି ଏବଂ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ 163,425 ରହିଛି। 3,057,470 ସଂକ୍ରମଣ ଏବଂ 101,752 ମୃତ୍ୟୁ ସହିତ କୋରୋନାଭାଇରସ୍ ମାମଲାରେ ବ୍ରାଜିଲ ଦ୍ୱିତୀୟ ସ୍ଥାନରେ ଅଛି।