ଓଡିଶା

odisha

ETV Bharat / international

ଗୀତା ଗୋପୀନାଥ ହେବେ IMF Deputy MD - gita gopinath to be IMF Deputy MD

ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(IMF)ରେ ନିଯୁକ୍ତ ହେବାକୁ ଯାଉଛନ୍ତି ଭାରତୀୟ ମହିଳା ଗୀତା ଗୋପୀନାଥ(Gita Gopinath)। ଅଧିକ ପଢନ୍ତୁ

ଗୀତା ଗୋପୀନାଥ ହେବେ IMF Deputy MD
ଗୀତା ଗୋପୀନାଥ ହେବେ IMF Deputy MD

By

Published : Dec 4, 2021, 2:47 PM IST

ୱାଶିଂଟନ: ପୁଣି ଆମେରିକାରେ ଚମକିବେ ଭାରତୀୟ ବଂଶୋଦ୍ଭବ । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(IMF)ରେ ନିଯୁକ୍ତ ହେବାକୁ ଯାଉଛନ୍ତି ଜଣେ ଭାରତୀୟ ମହିଳା । କେରଳର ମୂଳ ବାସିନ୍ଦା ଗୀତା ଗୋପୀନାଥ(Gita Gopinath) IMF ଉପପରିଚାଳନା ନିର୍ଦ୍ଦେଶକ ବା ଡେପୁଟି ଏମଡି(Deputy MD) ହେବାକୁ ଯାଉଛନ୍ତି ।

ତାଙ୍କ ନିଯୁକ୍ତି ପରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ଆର୍ଥିକ ପ୍ରତିଷ୍ଠାନର ଶ୍ରେଷ୍ଠ ୨ଟି ପଦରେ ମହିଳା ଅବସ୍ଥାପିତ ହେବେ । ଆସନ୍ତା ବର୍ଷ ଜାନୁଆରୀ ୨୧ ରୁ ଗୀତା ଗୋପୀନାଥ ଏହି ଦାୟିତ୍ବ ଗ୍ରହଣ କରିବେ । ସେ ଜେଫ୍ରି ଓକାମୋଟାଙ୍କ ସ୍ଥାନରେ ଅବସ୍ଥାପିତ ହେବେ ।

ତେବେ ଗୀତା ହେଉଛନ୍ତି କେରଳର ମୂଳ ବାସିନ୍ଦା । ସେ ୧୯୭୧ରେ କେରଳର କନ୍ନୁରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପାଖରେ ଉଭୟ ଭାରତ ଏବଂ ଆମେରିକାର ନାଗରିକତ୍ବ ଅଛି । ୨୦୧୬ ରୁ ୨୦୧୮ ମଧ୍ୟରେ ସେ କେରଳ ମୁଖ୍ୟମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ଭାବେ କାର୍ଯ୍ୟ କରିଥିଲେ । ସେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ଲେଡି ଶ୍ରୀରାମ କଲେଜରୁ ୧୯୯୨ ରେ ଅର୍ଥନୀତିରେ ପାଠପଢା ଆରମ୍ଭ କରିଥିଲେ । ପରେ ଦିଲ୍ଲୀ ସ୍କୁଲ୍ ଅଫ ଇକୋନୋମିକ୍ସରୁ ଅର୍ଥନୀତିରେ ମାଷ୍ଟର ଡିଗ୍ରୀ ସାରିବା ପରେ ଅଧିକ ପଢା ପାଇଁ ୱାଶିଂଟନ ଯାଇଥିଲେ ।

ସେଠାରେ ପିନ୍ସଟନ ବିଶ୍ବବିଦ୍ୟାଳୟରେ ପିଏଚ.ଡି କରିବା ପରେ ୨୦୦୧ ରୁ ୨୦୦୫ ପର୍ଯ୍ୟନ୍ତ ସିକାଗୋ ବିଶ୍ବବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରିଥିଲେ । ପରେ ହାବାର୍ଡ ୟୁନିଭରସିଟିରେ ମଧ୍ୟ ଆସିଷ୍ଟାଣ୍ଟ ପ୍ରଫେସର ଥିଲେ ।

୨୦୧୮ରେ ଗୋପୀନାଥ IMFର ମୁଖ୍ୟ ଅର୍ଥନୀତିଜ୍ଞ ଭାବେ ଯୋଗ ଦେଇଥିଲେ । ଏଠାରେ କାର୍ଯ୍ୟକାଳ ସମାପ୍ତ ହେବା ପରେ ସେ ହାବାର୍ଡ ଫେରିଯିବେ ବୋଲି ଅକ୍ଟୋବରରେ ଘୋଷଣା କରିଥିଲେ । କିନ୍ତୁ ବର୍ତ୍ତମାନ ସେ IMFର ଡେପୁଟି ଏମଡି ଭାବେ ନିଯୁକ୍ତ ହେବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details