ୱାଶିଂଟନ: ଆମେରିକାରେ ପ୍ରଥମ କରି କୃଷ୍ଣକାୟ ବ୍ୟକ୍ତିଙ୍କ ହତ୍ୟା ମାମଲାର ଅପରାଧୀକୁ ଦଣ୍ଡିତ କରାଯାଇଛି । ଆମେରିକାରେ ବସବାସ କରୁଥିବା କଳାରଙ୍ଗର ବ୍ୟକ୍ତି ଜିଓର୍ଜ ଫ୍ଲୋଏଡଙ୍କ ହତ୍ୟାକାରୀକୁ 22 ବର୍ଷ 6 ମାସ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।ମିନିୟାପୋଲିସର ପୂର୍ବତନ ପୋଲିସ ଅଧିକାରୀ ଡେରେକ ଚାଉଭିନଙ୍କୁ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ କରାଯାଇ ଜେଲ୍ ଦଣ୍ଡ ଦେଇଛନ୍ତି ଅଦାଲତ ।
ଚାଉଭିନଙ୍କୁ ତାଙ୍କ ଅଧିକାର ଏବଂ ପଦବୀର ଅପବ୍ୟବହାର ଏବଂ କୃଷ୍ଣକାୟ ବ୍ୟକ୍ତି ଫ୍ଲୋଏଡଙ୍କ ପ୍ରତି କରିଥିବା ଅତି ହୀନ ବ୍ୟବହାର ପାଇଁ ଅଦାଲତ ତାଙ୍କୁ କାରାଦଣ୍ଡ ଶୁଣାଇଛନ୍ତି । ଆମେରିକାରେ ଜଣେ ପୋଲିସ କର୍ମଚାରୀଙ୍କୁ ଏପରି ଅପରାଧ ପାଇଁ ଦଣ୍ଡିତ କରିବା ହେଉଛି ପ୍ରଥମ, ଯାହା ପୂର୍ବରୁ କେବେ ହୋଇନଥିଲା ।