ଓଡିଶା

odisha

ETV Bharat / international

ହ୍ୟୁଷ୍ଟନରେ ହେଲା ଜର୍ଜ ଫ୍ଲୋଏଡଙ୍କ ଅନ୍ତିମ ସଂସ୍କାର, ଅଶ୍ରୁଳ ବିଦାୟ ଦେଲେ ଶହ ଶହ ଜନତା - funeral-of-george-floyd-held-in-houston

ଜାତିଭେଦର ବିବାଦ ମଧ୍ୟରେ ଵିଦାୟ ନେଇଛନ୍ତି ଜର୍ଜ ଫ୍ଲୋଏଡ୍। ବୁଧବାର ଶହ ଶହ ଜନତା ଫ୍ଲୋଏଡଙ୍କ ଅନ୍ତିମ ସଂସ୍କାରରେ ଯୋଗଦେଇ ସମ୍ପ୍ରତି ସରକାର ବିରୋଧରେ ଗର୍ଜିଛନ୍ତି।

ହ୍ୟୁଷ୍ଟନରେ ହେଲା ଜର୍ଜ ଫ୍ଲଏଡଙ୍କ ଅନ୍ତିମ ସଂସ୍କାର, ଅଶ୍ରୁଳ ବିଦାୟ ଦେଲେ ଶହ ଶହ ଜନତା
ହ୍ୟୁଷ୍ଟନରେ ହେଲା ଜର୍ଜ ଫ୍ଲଏଡଙ୍କ ଅନ୍ତିମ ସଂସ୍କାର, ଅଶ୍ରୁଳ ବିଦାୟ ଦେଲେ ଶହ ଶହ ଜନତା

By

Published : Jun 10, 2020, 10:42 AM IST

ହ୍ୟୁଷ୍ଟନ୍: ଜାତିଭେଦର ବିବାଦ ମଧ୍ୟରେ ଵିଦାୟ ନେଇଛନ୍ତି ଜର୍ଜ ଫ୍ଲୋଏଡ୍। ମଙ୍ଗଳବାର ଶହ ଶହ ଜନତା ଫ୍ଲୋଏଡଙ୍କ ଅନ୍ତିମ ସଂସ୍କାରରେ ଯୋଗଦେଇ ସମ୍ପ୍ରତି ସରକାର ବିରୋଧରେ ଗର୍ଜିଛନ୍ତି। ପୋଲିସ୍ ମାଡରେ ମୃତ୍ୟୁ ହେବାର ପ୍ରାୟ ଦୁଇ ସପ୍ତାହ ପରେ ଜାତିଭେଦ ବିରୋଧରେ ବିଶ୍ୱବ୍ୟାପୀ ଅଭିଯାନ ଆରମ୍ଭ ହୋଇଥିଲା।

ଜର୍ଜ ଫ୍ଲୋଏଡଙ୍କ ଅନ୍ତିମ ସଂସ୍କାର ମଙ୍ଗଳବାର (ସ୍ଥାନୀୟ ସମୟ)ରେ ଅନୁଷ୍ଠିତ ହୋଇଥିଲା। ଏକ ଘୋଡା ଚାଳିତ ରଥ ଜର୍ଜ ଫ୍ଲୋଏଡଙ୍କ ମୃତଦେହକୁ ହ୍ୟୁଷ୍ଟନ ଅଞ୍ଚଳର ଶ୍ମଶାନକୁ ଆଣାଯାଇଥିଲା। ଯେଉଁଠାରେ ତାଙ୍କୁ ଏକ ବ୍ୟକ୍ତିଗତ ସମାରୋହରେ ବିଶ୍ରାମ ଦିଆଯାଇଥିଲା ବୋଲି ରିପୋର୍ଟ ପ୍ରକାଶ ପାଇଛି।

ରିପୋର୍ଟ ଅନୁଯାୟୀ, ଯେତେବେଳେ ଘୋଡା ରଥ ଦ୍ୱାରା ଏକ ଲମ୍ବା କ୍ୟାଭାଲକେଡ୍ ଶ୍ମଶାନ ନିକଟରେ ପହଞ୍ଚିଲା ସେତେବେଳେ ଲୋକମାନେ କ୍ଷୋଭର ସହ କହୁଥିଲେ ଯେ, "ମୁଁ ନିଶ୍ୱାସ ନେଇପାରୁ ନାହିଁ", "ଆଣ୍ଠୁକୁ ମୋ ବେକରୁ କାଢ"-ଵାସ୍ତବରେ ଏ ଦୃଶ୍ୟ ବେଶ୍ ସମ୍ବେଦନଶୀଳ ଓ ହୃଦୟବିଦାରକ ଥିଲା।

ସୂଚନାଯୋଗ୍ୟ, ମେ 25ରେ ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁ ପୋଲିସର ଅତ୍ୟାଚାର, ଜାତିଭେଦ ତଥା ସାମାଜିକ ଅନ୍ୟାୟ ବିରୁଦ୍ଧରେ ସାରା ବିଶ୍ୱରେ ଆନ୍ଦୋଳନ ସୃଷ୍ଟି କରିଥିଲା। ଯେହେତୁ ଗିରଫ ହେବା ପରେ ଫ୍ଲୋଏଡଙ୍କ ବେକରେ ଆଣ୍ଠୁମାଡି ଜଣେ ଗୋରା ପୋଲିସ ଅଧିକାରୀ ଡେରେକ୍ ଚାଉଭିନ୍ ଫ୍ଲୋଏଡଙ୍କ ବେକରେ ଆଣ୍ଠୁ ମାଡିଥିବାର ଏକ ଭିଡିଓ ଅନଲାଇନରେ ବ୍ୟାପକ ପ୍ରସାରିତ ହୋଇଥିଲା। ଘଟଣାଟି ପ୍ରସାର ପରେ ଭିନ୍ନ ମୋଡ ନେଇଥିଲା।

ABOUT THE AUTHOR

...view details