ପ୍ୟାରିସ: ଜଳବାୟୁ ପରିବର୍ତ୍ତନ ଉପରେ ପ୍ୟାରିସର ଚୁକ୍ତିନାମାକୁ ଫେରିବା ପାଇଁ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନଙ୍କ ପ୍ରତିଶ୍ରୁତିକୁ ପ୍ୟାରିସ ସ୍ବାଗତ କରିଛି ବୋଲି ଫ୍ରାନ୍ସର ବୈଦେଶିକ ବାଣିଜ୍ୟ ଏବଂ ଅର୍ଥନୈତିକ ପ୍ରତିନିଧୀ ଫ୍ରାଙ୍କ ରିଷ୍ଟର ସୋମବାର କହିଛନ୍ତି।
ଗତ ସପ୍ତାହରେ ଟ୍ରମ୍ପ ସରକାର ଅଧିକାରିକ ଭାବେ ପ୍ୟାରିସ ଚୁକ୍ତିନାମାରୁ ଓହରି ଯାଇଥିଲେ ଓ କହିଥିଲେ ଯେ ଏହା ଆମେରିକାର ଅର୍ଥବ୍ୟବସ୍ଥାକୁ ପ୍ରଭାବିତ କରିବ, ଯାହାକି ବିଶ୍ବର ସବୁଠାରୁ ବଡ ଅର୍ଥବ୍ୟବସ୍ଥା । ଏହାସହ ଏହା 15 ପ୍ରତିଶତ ବୈଶ୍ବକ ସବୁଜଗ୍ୟାସ ନିର୍ଗତର ପାଇଁ ମଧ୍ୟ ଦାୟୀ । ହ୍ବାଇଟ ହାଉସ ଦଖଲ ନେବା ପରେ ବାଇଡେନ 77 ଦିନ ମଧ୍ୟରେ ଏହି ଚୁକ୍ତିରେ ଯୋଗଦେବା ସହ 2050 ସୁଦ୍ଧା ଦେଶକୁ ଅଙ୍ଗାରକାମ୍ଳ ନିରପେକ୍ଷତା ଦିଗରେ ଆଗେଇ ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।
ରିଷ୍ଟର ଟ୍ବିଟ କରି କହିଛନ୍ତି ଯେ, ‘‘ପ୍ୟାରିସ ଚୁକ୍ତିରେ ଆମେରିକା ଫେରିବା ଏକ ପରିବର୍ତ୍ତିତ ପରିସ୍ଥିତିର ସକରାତ୍ମକ ସଙ୍କେତ ଅଟେ । କିନ୍ତୁ ୟୁରୋପ ଏକ ରାଜନୈତିକ ଏବଂ ବାଣିଜ୍ୟିକ ଶକ୍ତି ଭାବରେ ଏହାର ଭୂମିକାକୁ ନିଶ୍ଚିତ ଭାବେ ଗ୍ରହଣ କରିବ ।’’