ଓଡିଶା

odisha

By

Published : Nov 9, 2020, 7:32 AM IST

ETV Bharat / international

ବାଇଡେନ-ହାରିସଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ରାଷ୍ଟ୍ରପତି ଜର୍ଜ ବୁଶ

ଜୋ ବାଇଡେନ ଓ କମଲା ହାରିସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ବୁଶ । ଏନେଇ ଏକ ବିବୃତ୍ତି ଜାରି କରିଛନ୍ତି ବୁଶ । ଅଧିକ ପଢନ୍ତୁ...

ବାଇଡେନ-ହାରିସଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ରାଷ୍ଟ୍ରପତି ଜର୍ଜ ବ୍ରୁଶ
ବାଇଡେନ-ହାରିସଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ରାଷ୍ଟ୍ରପତି ଜର୍ଜ ବ୍ରୁଶ

ୱାଶିଂଟନ: ହ୍ବାଇଟ ହାଉସ ଦଖଲ କରିବା ପରେ ବାଇଡେନ-ହାରିସ ଯୋଡିଙ୍କୁ ଚାରି ଆଡୁ ଛୁଟିଛି ଶୁଭେଚ୍ଛାର ସୁଅ । ସାରା ବିଶ୍ବରୁ ବଡ ବଡ ନେତା ଆମେରିକାର ନୂଆ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଉଥିବା ବେଳେ ଏଥିରେ ଯୋଡି ହୋଇଯାଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁଶ ।

ନିର୍ବାଚନରେ ବିପୁଳ ବିଜୟ ପାଇଁ ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବୁଶ । ଉଭୟଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇବା ସହ ଅଭିଭାଷଣ ପାଇଁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ସେ । ଏବଂ ଉପରାଷ୍ଟ୍ରପତି ଭାବେ କମଲା ହାରିସଙ୍କୁ ଐତିହାସିକ ନିର୍ବାଚନ ପାଇଁ ଶୁଭେଚ୍ଛା ଜଣାଇବା ପାଇଁ ଆମନ୍ତ୍ରଣ କରିଛନ୍ତି । ଏନେଇ ଏକ ବିବୃତ୍ତି ଜାରି କରିଛନ୍ତି ବୁଶ ।

ଏହାସହ ବୁଶ କହିଛନ୍ତି କି, ବାଇଡେନ ଓ ମୋ ଭିତରେ ରାଜନୈତିକ ମତଭେଦ ରହିଛି । କିନ୍ତୁ ଜୋ ବାଇଡେନ ଜଣେ ଭଲ ମଣିଷ । ନିର୍ବାଚନରେ ବିଜୟୀ ହୋଇ ଦେଶ ଚଳାଇବାର କ୍ଷମତା ପାଇବାରେ ସୌଭାଗ୍ୟ ଅର୍ଜନ କରିଛନ୍ତି ସେ । ଓବାମା ଓ ଟ୍ରମ୍ପଙ୍କ ଭଳି ତାଙ୍କର ଉନ୍ନତି ପାଇଁ ପ୍ରାର୍ଥନା କରୁଛି ମୁଁ । ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ମଧ୍ୟ ବୁଶ ପ୍ରତିଶୃତି ଦେଇଛନ୍ତି ।

ରାଷ୍ଟ୍ରପତି ପାଇଁ ଏଥର ଟ୍ରମ୍ପ-ବାଇଡେନଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । କିନ୍ତୁ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆମେରିକାର ଶାସନ ଡୋରି ସମ୍ଭାଳିବେ ଜୋ ବାଇଡେନ । ଦେଶର 46ତମ ରାଷ୍ଟ୍ରପତି ଭାବେ ଆମେରିକାବାସୀ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି । 77 ବର୍ଷିୟ ବାଇଡେନ ଆମେରିକାର ଇତିହାସରେ ବୟସ୍କ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି କମଲା ହାରିସ ଆମେରିକା ଇତିହାସରେ ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details