ପେରୁ: ପେରୁ ର ପୂବର୍ତନ ରାଷ୍ଟ୍ରପତି ଗାର୍ସିଆ ଆତ୍ମହତ୍ୟା କରିଛନ୍ତି। ଗାର୍ସିଆଙ୍କ ବିରୋଧରେ ଲାଞ୍ଚ ଗ୍ରହଣ କରିଥିବା ଅଭିଯୋଗ ଆସିଥିଲା। ଏହି ମାମଲରେ ପୋଲିସ ତାଙ୍କୁ ଗିରଫ କରିବାକୁ ତାଙ୍କ ଘରେ ପହଞ୍ଚିଥିଲା । ଗାର୍ସିଆ ପୋଲିସ କବଳରୁ ରକ୍ଷା ପାଇବା ପାଇଁ ପ୍ରଥମେ ନିଜକୁ ଏକ କଠୋରୀରେ ବନ୍ଦ କରିଥିଲେ । ପରେ ନିଜ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି।
ପେରୁ ର ପୂର୍ବତନ ରାଷ୍ଟ୍ରପତି ଗାର୍ସିଆଙ୍କ ଆତ୍ମହତ୍ୟା - Former president of Peru
ପେରୁ ର ପୂର୍ବତନ ରାଷ୍ଟ୍ରପତି ଗାର୍ସିଆ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ତାଙ୍କ ବିରୋଧରେ ଲାଞ୍ଚ ଗ୍ରହଣର ଅଭିଯୋଗ ଆସିଥିଲା।
ଗାର୍ସିଆଙ୍କୁ ପେରୁ ରାଜଧାନୀ ଲିମାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଗଲା । ପରେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରାଗଲା। ଘଟଣା ସାମ୍ନାକୁ ଆସିବା ପରେ ହସ୍ପିଟାଲ ବାହାରେ ଗାର୍ସିଆଙ୍କ ସମର୍ଥକଙ୍କ ଭିଡ଼ ଜମିଥିଲା। ସୂଚନା ଅନୁସାରେ ଗାର୍ସିଆଙ୍କ ବିରୋଧରେ ବ୍ରାଜିଲର ଏକ ନିର୍ଦ୍ଧିଷ୍ଟ କନଷ୍ଟ୍ରକସନ କମ୍ପାନୀଠାରୁ ଲାଞ୍ଚ ନେଇଥିବା ଅଭିଯୋଗ ଆସିଥିଲା। ଯାହାକୁ ଖାରଜ କରିଥିଲେ ଗାର୍ସିଆ। ଏହି ଅଭିଯୋଗ ପରେ ପୋଲିସ ଅଧିକାରୀ ତାଙ୍କୁ ଗରିଫ କରିବା ପାଇଁ ତାଙ୍କ ଘରେ ପହଞ୍ଚିଥିଲେ।
ଗୃହମନ୍ତ୍ରୀ କାଲ୍ରୋସ ମୋରନଙ୍କ କହିବା କଥା ହେଲା ପୋଲିସ ଯେତେବେଳେ ଗାର୍ସିଆଙ୍କ ଘରେ ପହଞ୍ଚିଥିଲେ ସେତେବେଳ ସେ ଏକ ଫୋନ କଲ କରିବା କଥା କହି ନିଜ କଠୋରୀକୁ ଯାଇ କବାଟ ବନ୍ଦ କରିଦେଲେ । କିଛି ସମୟ ପରେ ଗୁଳି ଫୁଟିବାର ଶବ୍ଦ ଆସିଥିଲା। ପୋଲିସ କବାଟ ଖୋଲି ଦେଖିବା ବେଳକୁ ସେ ରକ୍ତାକ୍ତ ଅବସ୍ଥାରେ ପଡିଥିଲେ । ତାଙ୍କୁ ତୁରନ୍ତ ଲିମାର କେସିମିରୀ ଉଲୋଓ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରାଗଲା । ଏନେଇ ପେରୁର ବର୍ତ୍ତମାନ ରାଷ୍ଟ୍ରପତି ମାର୍ଟିନ ବିଜକାର ଟ୍ବିଟ ଜରିଆରେ ଦୁଃଖ ପ୍ରକାଶ କରିଛନ୍ତି। ଗାର୍ସିଆ 1985ଠାରୁ 1990 ମସିହା ଏବଂ 2006ଠାରୁ 2011 ମସିହା ପର୍ଯ୍ୟନ୍ତ ଦେଶର ରାଷ୍ଟ୍ରପତି ଥିଲେ ।