ଓଡିଶା

odisha

ETV Bharat / international

ଫ୍ଲୋରିଡାରେ ଜଗନ୍ନାଥ ସଂସ୍କୃତି ଓ ଚେତନା ସମ୍ପର୍କିତ ସେମିନାର, ସାମିଲ ହେଲେ ମିହିର ଦାସ - ପ୍ରବାସୀ ଓଡିଆଙ୍କ ସେମିନାର

ଆମେରିକାର ଫ୍ଲୋରିଡ଼ାରେ ବସବାସ କରୁଥିବା ଓଡିଆମାନଙ୍କୁ ନେଇ ଗଠିତ ଅନୁଷ୍ଠାନ ‘ଫ୍ଲୋରିଆ’ ତରଫରୁ ପ୍ରଭୁ ଜଗନ୍ନାଥ ସଂସ୍କୃତି ଓ ଚେତନା ସମ୍ପର୍କିତ ଏକ ଆଲୋଚନା ଚକ୍ର ଆୟୋଜିତ । ଅଧିକ ପଢନ୍ତୁ

‘ଫ୍ଲୋରିଆ’ ତରଫରୁ ଜଗନ୍ନାଥ ସଂସ୍କୃତି ଓ ଚେତନା ସମ୍ପର୍କିତ ଆଲୋଚନା ଚକ୍ର
‘ଫ୍ଲୋରିଆ’ ତରଫରୁ ଜଗନ୍ନାଥ ସଂସ୍କୃତି ଓ ଚେତନା ସମ୍ପର୍କିତ ଆଲୋଚନା ଚକ୍ର

By

Published : Nov 22, 2021, 3:00 PM IST

Updated : Nov 22, 2021, 10:08 PM IST

ହାଇଦ୍ରାବାଦ:ବିଦେଶ ମାଟିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରମ୍ପରା ସମ୍ପର୍କିତ ଆଲୋଚନା ଚକ୍ର ଆୟୋଜିତ । ଆମେରିକାର ଫ୍ଲୋରିଡ଼ା ରାଜ୍ୟରେ ବସବାସ କରୁଥିବା ଓଡିଆମାନଙ୍କୁ ନେଇ ଗଠିତ ଅନୁଷ୍ଠାନ ‘ଫ୍ଲୋରିଆ’ ତରଫରୁ ପ୍ରଭୁ ଜଗନ୍ନାଥ ସଂସ୍କୃତି ଓ ଚେତନା ସମ୍ପର୍କିତ ଏକ ଆଲୋଚନା ଚକ୍ର ଆୟୋଜନ କରାଯାଇଥିଲା । ପୃଥିବୀର କୋଣ ଅନୁକୋଣରେ ବସବାସ କରୁଥିବା ପ୍ରାୟ 300 ଊର୍ଦ୍ଧ୍ବ ପ୍ରବାସୀ ଓଡିଆ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

‘ଫ୍ଲୋରିଆ’ ତରଫରୁ ଜଗନ୍ନାଥ ସଂସ୍କୃତି ଓ ଚେତନା ସମ୍ପର୍କିତ ଆଲୋଚନା ଚକ୍ର

ଅନଲାଇନ ମାଧ୍ୟମରେ ହେଉଥିବା ଏହି ଆଲୋଚନା ଚକ୍ରରେ ଓଲିଉଡ୍ ଅଭିନେତା ମିହିର ଦାସ ମୁଖ୍ୟ ଅତିଥି ଭାବେ ଏବଂ ଗୁରୁକୁଳ ବେଦ ପାଠଶାଳାର ଅଧ୍ୟାପକ ପଣ୍ଡିତ ସୂର୍ଯ୍ୟ ନାରାୟଣ ଦାସ ଶର୍ମା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଓଡିଶାର ପରମ୍ପରା ତଥା ସଂସ୍କୃତିକୁ ପ୍ରବାସୀ ଓଡିଆମାନେ କିପରିଭାବେ ବିଶ୍ବ ଦରବାରରେ ପହଞ୍ଚାଇ ପାରିଛନ୍ତି, ତାହା ଉପରେ ଆଲୋକପାତ କରିଥିଲେ ମିହିର ଦାସ ।

ଫ୍ଲୋରିଆର ସମସ୍ତ ସଦସ୍ୟ ତଥା ପ୍ରବାସୀ ଓଡିଆଙ୍କ ସହଯୋଗ କ୍ରମେ ଏହି କାର୍ଯ୍ୟକ୍ରମ ସଫଳ ରୂପେ ସମ୍ପାଦନ ହୋଇପାରିଥିଲା । ଶେଷରେ ଶାନ୍ତିପାଠ କରି ଆଲୋଚନା ଚକ୍ରକୁ ସମାପନ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 22, 2021, 10:08 PM IST

ABOUT THE AUTHOR

...view details