ଓଡିଶା

odisha

ETV Bharat / international

ପୃଥିବୀ ଆଡକୁ ମାଡି ଆସୁଛି 5 ଉଲକା ପିଣ୍ଡ: ନାସା

ଆମେରିକାର ମହାକାଶ ଏଜେନ୍ସି ନାସା ପାଞ୍ଚଟି ଉଲକା ପିଣ୍ଡ ଚିହ୍ନଟ କରିଛି । ଯାହା ପୃଥିବୀ ଆଡକୁ ଦ୍ରୁତ ଗତିରେ ମାଡି ଆସୁଥିବା ନାସା କହିଛି ।

By

Published : Jun 4, 2020, 7:04 PM IST

_nasa
ପୃଥିବି ଆଡକୁ ମାଡି ଆସୁଛି 5 ଉଲକା ପିଣ୍ଡ

ୱାସିଂଟନ: ଆମେରିକାର ମହାକାଶ ଏଜେନ୍ସି ନାସା ପାଞ୍ଚଟି ଉଲକା ପିଣ୍ଡ ଚିହ୍ନଟ କରିଛି । ଯାହା ପୃଥିବୀ ଆଡକୁ ଦ୍ରୁତ ଗତିରେ ମାଡି ଆସୁଥିବା ନାସା କହିଛି ।

ରିପୋର୍ଟ ଅନୁଯାୟୀ, ସେମାନଙ୍କ ମଧ୍ୟରୁ ପ୍ରଥମ ଉଲକା ପିଣ୍ଡ ଗୁରୁବାର ଅପରାହ୍ନ 2.13 ମିନିଟ ସମୟରେ ପୃଥିବୀ ଦେଇ ଗତି କରିଛି । ଏହି ଉଲକା ପିଣ୍ଡ ପ୍ରାୟ 108 ଫୁଟ ଚଉଡା ଅଟେ ଏହାଛଡା ଅନ୍ୟ ଉଲକା ପିଣ୍ଡ ସଂନ୍ଧ୍ୟା 6ଟାରେ ପୃଥିବୀ ଦେଇ ଗତି କରିବ ।

କୁହାଯାଉଛି କି, ଏହି ଉଲକା ପିଣ୍ଡ ମଧ୍ୟରୁ ସବୁଠାରୁ ବଡ ଉଲକା 2020 କେଏଫ । ଯାହାର ଚଉଡା ପ୍ରାୟ 144 ଫୁଟ ଅଟେ । ଏହି ଉଲକା ପିଣ୍ଡ ରାତି ପ୍ରାୟ 9ଟା ବେଳେ ପୃଥିବୀ ଦେଇ ଗତି କରିବ । ଏହାଛଡା ଦୁଇ ଉଲକା ପିଣ୍ଡ ପୃଥିବୀ ପାଖ ଦେଇ ଗତି କରିବ । ଏହି ସମସ୍ତ ଉଲକା ପିଣ୍ଡ ପ୍ରତି ଘଣ୍ଟାରେ 34000 ମିଲିମିଟର ବେଗରେ ପୃଥିବୀ ଆଡକୁ ମାଡି ଆସୁଛନ୍ତି ।

ରିପୋର୍ଟରେ କୁହାଯାଇଛି ଯେ, ସବୁଠାରୁ ବଡ ଉଲକା ପିଣ୍ଡ 2020 କେଇ4 । ଯାହାର ଚଉଡା 171 ଫୁଟ କୁହାଯାଉଛି। ଏହି ଉଲକା ପିଣ୍ଡ ପ୍ରତି ଘଣ୍ଟା ପ୍ରତି 20,000 ମିଲିମିଟର ବେଗରେ ପୃଥୀବି ଆଡକୁ ମାଡି ଆସୁଛି ।

ନାସାର ସେଣ୍ଟର ଫର ନିୟର-ଆର୍ଥ ଅବଜେକ୍ଟ ଷ୍ଟଡିଜ୍ (ସିଏନଇଓଏସ) ଅନୁଯାୟୀ, ଆନ୍ତରାଷ୍ଟ୍ରୀୟ ବାଣିଜ୍ୟ ଟାଇମ୍ସ ୱେବସାଇଟ୍ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ଯଦି ଏହି ଉଲକା ପିଣ୍ଡ ପୃଥିବୀ ସହ ଧକ୍କା ହୁଅନ୍ତି ତେବେ ଏଥିରେ କୌଣସି କ୍ଷତି ଘଟିବ ନାହିଁ । କୁହାଯାଉଛି ଯେ, ଏହି ଉଲକା ପିଣ୍ଡ ପୃଥିବୀର ଅଧିକ ପାଖକୁ ଆସି ପାରିବେ ନାହିଁ ଏବଂ ଏହା ପୃଥିବୀର ବାୟୁମଣ୍ଡଳରେ ହିଁ ଜଳି ଫାଟି ଯିବ ।

ପ୍ରକାଶ ଥାଉକି, ନାସାର ସେଣ୍ଟ୍ରି ସିଷ୍ଟମ ଏହିପରି ବିପଦ ଉପରେ ନଜର ରଖିଥାଏ। ଆଗାମୀ 100 ବର୍ଷ ପାଇଁ ଏହିପରି 22 ଟି ଉଲକା ପିଣ୍ଡ ରହିଛନ୍ତି । ଯେଉଁମାନେ ପୃଥିବୀ ସହ ସାମାନ୍ୟ ଧକ୍କା ହେବାର ସମ୍ଭାବନା ରହିଛି । ଏହି ଲିଷ୍ଟରେ ପ୍ରଥମ ଏବଂ ସବୁଠାରୁ ବଡ ଉଲକା ପିଣ୍ଡ ହେଉଛି 29075 (1950 ଡିଏ) । ଯାହା 2880 ପର୍ଯ୍ୟନ୍ତ ପୃଥିବୀ ଆଡକୁ ଆସିବ ନାହିଁ ।

ଏହାର ଆକାର ଆମେରିକାର ଏମ୍ପାୟର ଷ୍ଟେଟ୍ ବିଲଡିଂ ଠାରୁ ତିନି ଗୁଣ ଅଧିକ ଅଟେ । ଏକ ସମୟରେ ଏହା ପୃଥିବି ସହ ଧକ୍କା ହେବାର ଅଧିକ ସମ୍ଭାବନା ଥିବା କୁହାଯାଉଥିଲା ।

ABOUT THE AUTHOR

...view details