ୱାଶିଂଟନ:ଆମେରିକାରର ନ୍ୟୁ ଜର୍ସିରେ ମଙ୍ଗଳବାର ଅପରାହ୍ନ(ସ୍ଥାନୀୟ ସମୟ ଅନୁଯାୟୀ)ରେ ଗୁଳିକାଣ୍ଡ ଘଟି ଜଣେ ପୋଲିସ କର୍ମୀ ସମେତ 6 ଜଣଙ୍କର ମୃତ୍ୟୁ ଘଟିଛି । ଘଟଣାରେ ଅନ୍ୟ 2 ଜଣ ପୋଲିସକର୍ମୀ ଆହତ ହୋଇଥିବା ସୂଚନା ମିଳିଛି । ସହରର ବେବ୍ୟୁ ନିକଟସ୍ଥ ଏକ ଷ୍ଟୋର ବାହାରେ ଏହି ଗୁଳିକାଣ୍ଡ ଘଟିଛି । ତେବେ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି ।
ନ୍ୟୁ ଜର୍ସିରେ ଗୁଳିକାଣ୍ଡ, ଜଣେ ପୋଲିସକର୍ମୀଙ୍କ ସମେତ 6 ମୃତ - ନ୍ୟୁ ଜର୍ସିରେ ଗୁଳିକାଣ୍ଡ
ଆମେରିକାରର ନ୍ୟୁ ଜର୍ସିରେ ଗୁଳିକାଣ୍ଡ ଘଟି ଜଣେ ପୋଲିସ କର୍ମୀ ସମେତ 6 ଜଣଙ୍କର ମୃତ୍ୟୁ ଘଟିଛି । ଘଟଣାରେ ଅନ୍ୟ 2 ଜଣ ପୋଲିସକର୍ମୀ ଆହତ ହୋଇଠଛନ୍ତି ।
ସୂଚନା ମୁତାବକ, ସନ୍ଦିଗ୍ଧମାନେ ଗୋଟାଏ ଚୋରି ଟ୍ରକ୍ରେ ଆସି ବେବ୍ୟୁ ନିକଟସ୍ଥ ଏକ ସୁପର୍ ମାର୍କେଟ୍ରେ ପଶିଥିଲେ। ସେମାନେ ପ୍ରଥମେ ସାଧାରଣ ନାଗରିକ ଓ ଗୁଇନ୍ଦାମାନଙ୍କ ଆଡ଼କୁ ଗୁଳି ଚଳାଇଥିଲେ। ଗୁଳି ବିନିମୟ ପ୍ରାୟ ୪ ଘଣ୍ଟା କାଳ ଚାଲିଥିଲା। ପୁଲିସ ଓ ସନ୍ଦିଗ୍ଧମାନେ ଗୋଡ଼ାଗୋଡ଼ି ହୋଇ ତିନିଟି ସ୍ଥାନରେ ଗୁଳି ବିନିମୟ କରିଥିଲେ । ଏହି ସମୟରେ ସନ୍ଦିଗ୍ଧଙ୍କ ଗୁଳିରେ ଜଣେ ପୋଲିସକର୍ମୀ ଓ ୩ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ । ସେପଟେ ପୋଲିସ ଗୁଳିରେ ୨ ଜଣ ସନ୍ଦିଗ୍ଧ ମଧ୍ୟ ନିହତ ହୋଇଛନ୍ତି ।
ଘଟଣାରେ ଅନ୍ୟ 2 ଜଣ ପୋଲିସକର୍ମୀ ମଧ୍ୟ ଆହତ ହୋଇଥିଲେ । ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ଏହା ଆତଙ୍କବାଦୀ ଆକ୍ରମଣ ନଥିଲା ବୋଲି ପୋଲିସ ସ୍ପଷ୍ଟ କରିଛି ଏବଂ ଘଟଣାର ତଦନ୍ତରେ ଲାଗି ପଡିଛି ।