ଓଡିଶା

odisha

ETV Bharat / international

କୋରୋନା ପରୀକ୍ଷା ପାଇଁ ସିନ୍ଥେଟିକ ସ୍ବାବ ବ୍ୟବହାରକୁ FDAର ଗ୍ରୀନ ସିଗନାଲ - FDAର ଗ୍ରୀନ ସିଗନାଲ

ଏଣିକି ସ୍ପନ ସିନ୍ଥେଟିକ ସ୍ବାବ ବ୍ୟବହାର କରି ହୋଇ ପାରିବ କୋରୋନା ପରୀକ୍ଷା । ମଞ୍ଜୁରୀ ଦେଲା ଯୁକ୍ତରାଷ୍ଟ୍ର ଆମେରିକା ସ୍ଥିତ ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ । ଅଧିକ ପଢ଼ନ୍ତୁ...

FDA approves synthetic swabs, synthetic swabs for coronavirus testing, coronavirus testing, କୋରୋନା ପରୀକ୍ଷା, ସିନ୍ଥେଟିକ ସ୍ବାବ, FDAର ଗ୍ରୀନ ସିଗନାଲ, ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ
କୋରୋନା ପରୀକ୍ଷା ପାଇଁ ସିନ୍ଥେଟିକ ସ୍ବାବ ବ୍ୟବହାରକୁ FDAର ଗ୍ରୀନ ସିଗନାଲ

By

Published : Apr 17, 2020, 7:20 PM IST

ନ୍ୟୁୟର୍କ: ଯୁକ୍ତରାଷ୍ଟ୍ର ଆମେରିକା ସ୍ଥିତ ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ ଗୁରୁବାର ସ୍ପନ ସିନ୍ଥେଟିକ ସ୍ବାବକୁ କୋରୋନା ପରୀକ୍ଷା ପାଇଁ ବ୍ୟବହାର କାରଯାଇପାରିବ ବୋଲି କହିଛି । ଏଥିରେ ନାକର ଅଗ୍ର ଭାଗରୁ ନମୁନା ସଂଗ୍ରହ କରି କରାଯିବ ପରୀକ୍ଷା ।

ଏହାଦ୍ବାରା ରୋଗୀ ନିଜେ ନିଜର ନମୁନା ସଂଗ୍ରହ କରି ପାରିବ । ଯାହାଫଳରେ ସ୍ବାସ୍ଥ୍ୟକର୍ମୀ ରୋଗୀଙ୍କ ନମୁନା ସଂଗ୍ରହ କରିବାକୁ ହେବ ନାହିଁ ଓ ସେମାନେ ତାଙ୍କ ସମ୍ପର୍କରେ ଆସିବା କମ ହେବ, ବୋଲି ଏଫଡିଏ କହିଛି ।

ଯୁକ୍ତରାଷ୍ଟ୍ର ଆମେରିକାରେ କୋଭିଡ-19ର ପରିଣାମ ଅଧିକ ଭୟଙ୍କର ହେବାରେ ଲାଗିଛି । କୋରୋନା କାରଣରୁ ଆମେରିକାରେ 30 ହଜାର 962 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 6ଲକ୍ଷ 36ହଜାର 937 ଜଣ ଆକ୍ରାନ୍ତ ହୋଇଛନ୍ତି ।

‘ନୂତନ ପଲିଷ୍ଟର ସ୍ବାବକୁ ବହୁଳ ମାତ୍ରାରେ ଉତ୍ପାଦନ କରିବ ବୋଲି କହିଛି ୟୁଏସ କଟନ । ଯାହାଦ୍ବାରା କୋରୋନା ପରୀକ୍ଷା ଯେତେ ମାତ୍ରାରେ ଦରକାର ତାହା ହୋଇ ପାରିବ ।

ପରୀକ୍ଷା ପାଇଁ ସ୍ପନ ସିନ୍ଥେଟିକ ସ୍ବାବ ବ୍ୟବହାର ହୋଇପାରିବ ବୋଲି ଏଫଡିଏ, ୟୁନାଇଟେଡ ହେଲ୍‌ଥ ଗ୍ରୁପ, ଗେଟ୍ସ ଫାଉଣ୍ଡେସନ, ଓ କ୍ବାଣ୍ଟିଜେନର ମିଳିତ କ୍ଲିନିକାଲ ଅନୁସନ୍ଧାନ କରିଥିଲେ ।

ABOUT THE AUTHOR

...view details