ଓଡିଶା

odisha

By

Published : May 30, 2020, 1:21 AM IST

ETV Bharat / international

ଭାଇରାଲ ପୋଷ୍ଟର ୟୁଜରଙ୍କୁ ଖୋଜିବ ଫେସବୁକ

2018 ମସିହାରେ ପ୍ରଥମେ ଫେସବୁକ ଏପରି ୟୁଜର୍ସଙ୍କ ସନ୍ଧାନ ଆରମ୍ଭ କରିଥିଲା ଯେଉଁମାନେ ଅଧିକ ସଂଖ୍ୟାର ଲୋକଙ୍କୁ ଗୋଟିଏ ପେଜେରେ ବାନ୍ଧି ରଖୁଛନ୍ତି । ଏହି କ୍ରମରେ ବର୍ତ୍ତମାନେ ଆମେରିକାରେ ବୃହତ ସଂଖ୍ୟାର ଲୋକଙ୍କୁ ଏକ ପେଜରେ ପରିଚାଳିତ କରୁଥିବା କେତେକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଆଇଡି ଭେରିଫିକେସନ ପ୍ରକ୍ରିୟା ଆରମ୍ଭ ହୋଇଛି ।

viral post, viral post on facebook, facebook latest news, latest technology news, ଭାଇରାଲ ପୋଷ୍ଟ, ଫେସବୁକରେ ଭାଇରାଲ ପୋଷ୍ଟ, ଫେସବୁକ ଲାଟେଷ୍ଟ ନ୍ୟୁଜ୍‌, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ଭାଇରାଲ ପୋଷ୍ଟର ୟୁଜରଙ୍କୁ ଖୋଜିବ ଫେସବୁକ

ସାନ ଫ୍ରାନ୍ସିସ୍କୋ: ସୋସିଆଲ ମିଡିଆରେ ଲୋକଙ୍କୁ ଆକର୍ଷଣ କରିବା ପାଇଁ ଘୂରି ବୁଲୁଛି ଭଳିକି ଭଳି ପୋଷ୍ଟ । ଆଉ ଏହି ପ୍ଲାଟଫର୍ମରେ ଦେଖିବାକୁ ମିଳିଛନ୍ତି କିଛି ଏପରି ୟୁଜର୍ସ ଯିଏ ନିଜର ଅସଂଯତ ବ୍ୟବହାର, ଯୁକ୍ତି ଓ ପୋଷ୍ଟ ପାଇଁ କ୍ରମାଗତ ଭାବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛନ୍ତି । ଏପରି ୟୁଜର୍ସଙ୍କୁ କାବୁ କରିବା ପାଇଁ ଅଣ୍ଟା ଭିଡିଛି ଫେସବୁକ । ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛି କମ୍ପାନୀ ।

2018 ମସିହାରେ ପ୍ରଥମେ ଫେସବୁକ ଏପରି ୟୁଜର୍ସଙ୍କ ସନ୍ଧାନ ଆରମ୍ଭ କରିଥିଲା ଯେଉଁମାନେ ଅଧିକ ସଂଖ୍ୟାର ଲୋକଙ୍କୁ ଗୋଟିଏ ପେଜେରେ ବାନ୍ଧି ରଖୁଛନ୍ତି । ଏହି କ୍ରମରେ ବର୍ତ୍ତମାନେ ଆମେରିକାରେ ବୃହତ ସଂଖ୍ୟାର ଲୋକଙ୍କୁ ଏକ ପେଜରେ ପରିଚାଳିତ କରୁଥିବା କେତେକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଆଇଡି ଭେରିଫିକେସନ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଏହି ପ୍ରକ୍ରିୟା ମଧ୍ୟରେ ଯଦି କେହି ବି ନିଜ ଆଇଡି ଭେରିଫିକେସନ ପାଇଁ ମନା କରନ୍ତି କିମ୍ବା ସେମାନଙ୍କ ଆଇଡି ଆକାଉଣ୍ଟ ତଥ୍ୟ ସହ ମ୍ୟାଚ କରେ ନାହିଁ ତେବେ ସେମାନଙ୍କ ପୋଷ୍ଟ ସହ ଲୋକଙ୍କ ଏନଗେଜମେଣ୍ଟ ସଂଖ୍ୟାକୁ ହ୍ରାସ କରାଯିବ । ଫଳରେ ପୂର୍ବ ଅପେକ୍ଷା କମ ଲୋକେ ଏହି ପୋଷ୍ଟ ଦେଖିପାରିବେ । ଏଥିସହ ଯଦି ସମ୍ପୃକ୍ତ ବ୍ୟକ୍ତି ଗୋଟିଏ ପେଜର ଆଡମିନ ଥାଆନ୍ତି ତେବେ ସେମାନଙ୍କୁ ପେଜ ପବ୍ଲିସିଂ ଅଥରାଇଜେନ ପ୍ରକ୍ରିୟା ପୂରା କରିବାକୁ ହେବ । ନଚେତ୍‌ ସେମାନେ ଏହି ପେଜରୁ କୌଣସି ପୋଷ୍ଟ କରିପାରିବେ ନାହିଁ ।

ଅଧିକ ସୂଚନା ଦେଇ ଫେସବୁକ କହିଛି କି ଭେରିଫିକେଶନ ପାଇଁ ଥିବା ଆଇଡି ଗୁଡିକୁ ସୁରକ୍ଷିତ ଭାବେ ରଖାଯିବ ଏବଂ ଏହା କାହା ସହିତ ସେୟାର କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛି ।

@IANS

ABOUT THE AUTHOR

...view details