ଓଡିଶା

odisha

By

Published : Jun 24, 2020, 5:10 AM IST

ETV Bharat / international

ଫେସବୁକ ଅଧିଗ୍ରହଣରେ ଭର୍ଚ୍ଚୁଆଲ ରିଆଲିଟି ଷ୍ଟୁଡିଓ ‘ରେଡି ଆଟ ଡନ୍‌’

ଭର୍ଚ୍ଚୁଆଲ ରିଆଲିଟି(ଭିଆର) ଷ୍ଟୁଡିଓ ‘ରେଡି ଆଟ ଡନ’ର ଅଧିଗ୍ରହଣ ନେଇଛି ଫେସବୁକ । ଲୋନ ଇକୋ ଗେମ୍ସର ସଫଳତା ପଛରେ ଥିବା ଡେଭେଲପର୍ସମାନେ ଏବେ ଫେସବୁକ ଅଧିନକୁ ଆସଥିବା ଜଣା ପଡିଛି ।

facebook acquires ready at dawn, virtual reality studio 'ready at dawn', facebook latest news, latest technology news, ଫେସବୁକ ହାତେଇଲା ରେଡି ଆଟ ଡନ୍‌, ଭର୍ଚ୍ଚୁଆଲ ରିଆଲିଟି ଷ୍ଟୁଡିଓ ‘ରେଡି ଆଟ ଡନ୍‌’, ଫେସବୁକ ଲାଟେଷ୍ଟ ନ୍ୟୁଜ୍‌, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ଫେସବୁକ ଅଧିଗ୍ରହଣରେ ଭର୍ଚ୍ଚୁଆଲ ରିଆଲିଟି ଷ୍ଟୁଡିଓ ‘ରେଡି ଆଟ ଡନ୍‌’

ସାନ ଫ୍ରାନ୍ସିସ୍କୋ: ଭର୍ଚ୍ଚୁଆଲ ରିଆଲିଟି(ଭିଆର) ଷ୍ଟୁଡିଓ ‘ରେଡି ଆଟ ଡନ’ର ଅଧିଗ୍ରହଣ ନେଇଛି ଫେସବୁକ । ଲୋନ ଇକୋ ଗେମ୍ସର ସଫଳତା ପଛରେ ଥିବା ଡେଭେଲପର୍ସମାନେ ଏବେ ଫେସବୁକ ଅଧିନକୁ ଆସଥିବା ଜଣା ପଡିଛି । ମଙ୍ଗଳବାର ଏନେଇ କମ୍ପାନୀ ଘୋଷଣା କରିଛି । 2003ରେ ନଟି ଡଗ୍‌ର ପୂର୍ବତନ ସଦସ୍ୟଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିବା ରେଡି ଆଟ ଡନ ପ୍ରତିଷ୍ଠାର ଦୀର୍ଘ ସମୟ ପର୍ଯ୍ୟନ୍ତ ସୋନି ସହ ଯୋଡି ହୋଇ ରହିଥିଲା ।

2017 ମସିହାରେ ଏହା ଫେସବୁକର ଓକ୍ୟୁଲସ ଷ୍ଟୁଡିଓ ସହ ହାତ ମିଶଆଇଥିଲା । ତେବେ ପ୍ରାୟ 17 ବର୍ଷ ତଳେ ଏକ ଗେମ ଷ୍ଟୁଡିଓ ପ୍ରସ୍ତୁତିର ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଏହି ଷ୍ଟୁଡିଓ ୟୁଜର୍ସଙ୍କୁ ଅନେକ ଭଲ ଅନୁଭୂତି ଓ ଗେମିଂ ପାଇଁ ନୂଆ ଓ ବିକଶିତ ପ୍ଲାଟଫର୍ମ ଯୋଗାଇଥିବା ପ୍ରକାଶ କରିଛନ୍ତି ରେଡି ଆଟ ଡନର ସିଇଓ ରୁ ୱିରାସୁରିୟା । ତେବେ ଫେସବୁକ ସହ ଶେଷରେ ମିଶିଥିବାରୁ ଏହାକୁ ଏକ ସ୍ବର୍ଣ୍ଣିମ ସୁଯୋଗ ବୋଲି ରୁ ପ୍ରକାଶ କରିଛନ୍ତି ।

ଫେସବୁକ ସହ ଯୋଡି ହେବା ଦ୍ବାରା ନୂଆ ଗ୍ରାହକ ମିଳିବା ସହ ସହ କାର୍ଯ୍ୟରେ ଉନ୍ନତି ହେବ ବୋଲି କମ୍ପାନୀ ଆଶା ରଖିଛି । ସେପଟେ ଫେସବୁକ ଏନେଇ ପ୍ରତିକ୍ରିୟା ଦେଇ କହିଛି କି ରେଡି ଆଟ ଡନ ଏବେ ବି ଗେମିଂ ଟେକ୍ନୋଲୋଜି ବିକାଶ ଦିଗରେ କାମ କରିବ । ଏକ ସ୍ବାଧୀନ ଅଫିସ ଭାବେ ଏହା ଇରଭିନ ଓ ପୋର୍ଟଲାଣ୍ଡଠାରୁ କାର୍ଯ୍ୟକାରୀ ହେବ ।

@IANS

ABOUT THE AUTHOR

...view details