ଓଡିଶା

odisha

ETV Bharat / international

କୋରୋନା ସଂକ୍ରମଣ ରୋକିବାରେ ଫେସ ମାସ୍କର ବ୍ୟବହାର ଅତି ଜରୁରୀ - ଫେସ ମାସ୍କ ବ୍ୟବହାର

ଏକ ଆମେରିକୀୟ ଗବେଷକ ଦଳ ଏହି ବିଷୟରେ ସବିଶେଷ ତଥ୍ୟ ଦେଇ କହିଛନ୍ତି କି ମାସ୍କର ବ୍ୟବହାର ଦ୍ବାରା ଇଟାଲୀ ଓ ନ୍ୟୁୟର୍କରେ ଫଳାଫଳ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି । ଏପ୍ରିଲ 6ରୁ ମେ’9 ମଧ୍ୟରେ ମାସ୍କ ବ୍ୟବହାର ୟୋଗୁଁ ଇଟାଲୀରେ 78,000 ସଂକ୍ରମଣ ରୋକା ଯାଇପାରିଥିବା ବେଳେ ନ୍ୟୁୟର୍କରେ 66,000ରୁ ଊର୍ଦ୍ଧ୍ବ ସଂକ୍ରମଣକୁ ରୋକା ଯାଇପାରିଛି ।

corona pandemic, use of face mask, face mask to prevent corona spread, କୋରୋନା ସଂକ୍ରମଣ, ଫେସ ମାସ୍କ ବ୍ୟବହାର, କୋରୋନା ରୋକିବ ଫେସ ମାସ୍କ
କୋରୋନା ସଂକ୍ରମଣ ରୋକିବାରେ ଫେସ ମାସ୍କର ବ୍ୟବହାର ଅତି ଜରୁରୀ

By

Published : Jun 14, 2020, 12:35 AM IST

ନ୍ୟୁୟର୍କ: କୋରୋନା ସଂକ୍ରମଣ କେଉଁଠି ସବୁ ରେକର୍ଡ ଭାଙ୍ଗୁଛି ତ କେଉଁଠି ପୁଣି କୋରୋନାମୁକ୍ତ ଭାବେ ଘୋଷଣା ହେଉଛି ରାଷ୍ଟ୍ର । ଏମିତିରେ କୋରୋନାର କୌଣସି ନିର୍ଦ୍ଦିଷ୍ଟ ପ୍ରବୃତ୍ତି ନଥିବାରୁ ଏହାଠାରୁ ରକ୍ଷା ପାଇଁ ଡାକ୍ତର ଓ ଗବେଷକମାନେ ବାରମ୍ବାର ମାସ୍କ ବ୍ୟବହାରକୁ ଗୁରୁତ୍ବାରୋପ କରୁଛନ୍ତି । ଏଠାରେ ବୁଝିବାର ବିଷୟ ହେଉଛି କି ମାସ୍କର ବ୍ୟବାହରକୁ ନେଇ ଏତେ ଅଧିକ ଗୁରୁତ୍ବରୋପ କରିବା ପଛରେ ପ୍ରକୃତ କାରଣ କ’ଣ ।

ଏକ ଆମେରିକୀୟ ଗବେଷକ ଦଳ ଏହି ବିଷୟରେ ସବିଶେଷ ତଥ୍ୟ ଦେଇ କହିଛନ୍ତି କି ମାସ୍କର ବ୍ୟବହାର ଦ୍ବାରା ଇଟାଲୀ ଓ ନ୍ୟୁୟର୍କରେ ଫଳାଫଳ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି । ଏପ୍ରିଲ 6ରୁ ମେ’9 ମଧ୍ୟରେ ମାସ୍କ ବ୍ୟବହାର ଯୋଗୁଁ ଇଟାଲୀରେ 78,000 ସଂକ୍ରମଣ ରୋକା ଯାଇପାରିଥିବା ବେଳେ ନ୍ୟୁୟର୍କରେ 66,000ରୁ ଊର୍ଦ୍ଧ୍ବ ସଂକ୍ରମଣକୁ ରୋକା ଯାଇପାରିଛି । ଗବେଷକମାନେ ଏହା ମଧ୍ୟ କହିଛନ୍ତି କି କୋରୋନା ଭୂତାଣୁ ମୁଖ୍ୟତଃ ଶ୍ବାସକ୍ରିୟା ଦ୍ବାରା ସଂକ୍ରମିତ ହେଉଥିବାରୁ ଏହାକୁ ରୋକିବାକୁ ହେଲେ ମାସ୍କର ବ୍ୟବହାର ଅତି ଜରୁରୀ ।

ମାସ୍କର ଅଭାବ ଦୂର କରିବା ପାଇଁ ବର୍ତ୍ତମାନ ବଜାରର ବିଭିନ୍ନ ପ୍ରକାରର ଓ ସୁଲଭ ମୂଲ୍ୟରେ ମାସ୍କ ଉପଲବ୍ଧ । ଏହାଛଡା ଔଷଧ ଦୋକାନରେ ମଧ୍ୟ ଏହା ପ୍ରଚୁର ମାତ୍ରାରେ ଉପଲବ୍ଧ । ସମସ୍ତ ରାଷ୍ଟ୍ର ଏହାର ବ୍ୟବହାର ବାଧ୍ୟତାମୂଳକ କରିଥିବା ବେଳେ ଏହି ଛୋଟ ଅଭ୍ୟାସ ବାସ୍ତବରେ ଅନେକଙ୍କୁ ସଂକ୍ରମଣରୁ ରୋକି ପାରିଥିବା ଗବେଷକମାନେ ଦାବି କରିଛନ୍ତି । ତେବେ କେବଳ ମାସ୍କ ନୁହେଁ, ପର୍ଯ୍ୟାପ୍ତ ସାନିଟାଇଜେସନ ଓ ସାମାଜିକ ଦୂରତା ମଧ୍ୟ ସମାନ ଭାବେ ଗୁରୁତ୍ବପୂର୍ଣ୍ଣ ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି ।

@IANS

ABOUT THE AUTHOR

...view details