ଓଡିଶା

odisha

ETV Bharat / international

କିପରି ରହିବ ପେନ୍ସ-ହାରିସ୍ ବିତର୍କ - ଆମେରିକା ଲାଟେଷ୍ଟ ନ୍ୟୁଜ୍‌

ରାଷ୍ଟ୍ରପତି ନିର୍ବାଚନ ବେଳେ ବହୁତ କମ୍ କ୍ଷେତ୍ରରେ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ୟରେ ବିତର୍କ ଗୁରୁତ୍ବ ବହନ କରିଥାଏ। କିନ୍ତୁ ଏବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୋରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିବା ଏବଂ ତାଙ୍କର ଡେମୋକ୍ରାଟିକ ପ୍ରତିଦ୍ବନ୍ଦ୍ବୀ ଜୋ ବିଡେନ ଆମେରିକା ଇତିହାସରେ ସବୁଠାରୁ ବୟସ୍କ ରାଷ୍ଟ୍ରପତି ହେବାକୁ ଉଦ୍ୟମ କରୁଥିବାରୁ ଏଥର ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ୟରେ ହେବାକୁ ଯାଉଥିବା ବିତର୍କର ଗୁରୁତ୍ବ ବଢିଯାଇଛି ।

kamala harris, mike pence, us vicepresidential election, us vice president candidate debate, us latest news, kamala harris and mike pence debate, କମଳା ହାରିସ, ମାଇକ ପେନ୍ସ, ଆମେରିକା ଉପରାଷ୍ଟ୍ରପତି ନିର୍ବାଚନ, ଆମେରିକା ଉପରାଷ୍ଟ୍ରପତି ପ୍ରାର୍ଥୀ ବିତର୍କ, ଆମେରିକା ଲାଟେଷ୍ଟ ନ୍ୟୁଜ୍‌, କମଳା ହାରିସ ଓ ମାଇକ ପେନ୍ସ ବିତର୍କ
କିପରି ରହିବ ପେନ୍ସ-ହାରିସ୍ ବିତର୍କ

By

Published : Oct 8, 2020, 6:20 AM IST

ନ୍ୟୁୟର୍କ:ଯୁକ୍ତରାଷ୍ଟ୍ର ଆମେରିକା ଉପରାଷ୍ଟ୍ରପତି ମାଇକ୍ ପେନ୍ସ ଏବଂ ଡେମୋକ୍ରାଟ ପ୍ରାର୍ଥୀ କମଳା ହାରିସ୍ ପ୍ରଥମ ଥର ପାଇଁ ୟୁଟାରେ ବୁଧବାର ରାତିରେ ଗୋଟିଏ ମଞ୍ଚରେ ହେବାକୁ ଥିବା ବିତର୍କରେ ପରସ୍ପରକୁ ଭେଟିବେ। ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଉପରାଷ୍ଟ୍ରପତି ପାଇଁ ହୋଇଥିବା ଦୁଇ ପ୍ରାର୍ଥୀ ଗୋଟିଏ ଥର ପାଇଁ ବିତର୍କରେ ଭାଗ ନେବେ।

ଆସନ୍ତୁ ନଜର ପକାଇବା କ’ଣ ସବୁ ରହିବ ବିତର୍କର ମୁଖ୍ୟ ପ୍ରସଙ୍ଗ:

କେତେ ଗୁରୁତ୍ବ ବହନ କରୁଛି ଏହି ବିତର୍କ ?

ରାଷ୍ଟ୍ରପତି ନିର୍ବାଚନ ବେଳେ ବହୁତ କମ୍ କ୍ଷେତ୍ରରେ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ୟରେ ବିତର୍କ ଗୁରୁତ୍ବ ବହନ କରିଥାଏ। କିନ୍ତୁ ଏବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୋରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିବା ଏବଂ ତାଙ୍କର ଡେମୋକ୍ରାଟିକ ପ୍ରତିଦ୍ବନ୍ଦ୍ବୀ ଜୋ ବିଡେନ ଆମେରିକା ଇତିହାସରେ ସବୁଠାରୁ ବୟସ୍କ ରାଷ୍ଟ୍ରପତି ହେବାକୁ ଉଦ୍ୟମ କରୁଥିବାରୁ ଏଥର ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ୟରେ ହେବାକୁ ଯାଉଥିବା ବିତର୍କର ଗୁରୁତ୍ବ ବଢିଯାଇଛି । ଏବେ ଏଭଳି ଆକଳନ କରିବା ଠିକ୍ ନହେଲେ ସୁଦ୍ଧା ପରବର୍ତ୍ତୀ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ପେନ୍ସ କିମ୍ବା ହାରିସ୍ ରାଷ୍ଟ୍ରପତି ପଦ ପାଇଁ ଦୌଡ଼ରେ ସାମିଲ ହେବାର ସମ୍ଭାବନା ରହିଛି। ସୁତରାଂ ଉଭୟଙ୍କ ପାଇଁ ଏବେକାର ବିତର୍କର ଅନେକ ଗୁରୁତ୍ବ ରହିଛି। ନିଜ ନିଜର ବ୍ୟକ୍ତିତ୍ବ ବଢାଇବା ପାଇଁ ଏହା ସେମାନଙ୍କ ପାଇଁ ପରୀକ୍ଷାର ସମୟ ହେବ।

ଏହା କେତେ ଦୂର ନିରାପଦ ?

ଦୁଇ ସପ୍ତାହରୁ କମ୍ ହେବ ପେନ୍ସ ବିନା ମାସ୍କରେ ଚର୍ଚ୍ଚାକୁ ଆସିଥିବା ହ୍ବାଇଟ ହାଉସ ରୋଜ୍ ଗାର୍ଡେନ ସମାରୋହରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ କୋରୋନାର ସୁପରସ୍ପ୍ରେଡର ବୋଲି ଦେଶ ସାରା ଅପବାଦ ହୋଇଛି, କାରଣ ଏଥିରେ ଯୋଗ ଦେଇଥିବା ଆଠ ଜଣ କୋରୋନା ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ରାଷ୍ଟ୍ରପତି ଟ୍ରମ୍ପ ହିଁ ନିଜେ ରହିଥିଲେ। ଏଥିପାଇଁ ଉପ ରାଷ୍ଟ୍ରପତି ପେନ୍ସ ୟୁଟାର ଏକ ବିଶ୍ବବିଦ୍ୟାଳୟର ଡିବେଟ୍ ହଲରେ ରହିବା ପରିବର୍ତ୍ତେ କ୍ବାରେଣ୍ଟାଇନରେ ରହିବା ଉଚିତ୍ ବୋଲି ଏକ ବିବାଦୀୟ ବିଷୟ ଉଠିପାରେ । ସ୍ବାସ୍ଥ୍ୟ ସମ୍ପର୍କିତ ଉଦବେଗକୁ ଦୃଷ୍ଟିରେ ରଖି ଦୁଇ ପ୍ରାର୍ଥୀ ପାଇଁ ଅଲଗା ଅଲଗା ସ୍ଥାନରେ ବସିବେ ବୋଲି ଆୟୋଜକମାନେ ରାଜି ହୋଇଛନ୍ତି। ସେମାନଙ୍କୁ ମାସ୍କ ପିନ୍ଧିବାକୁ ପଡ଼ିବ ନାହିଁ, ମୁହଁରେ ପ୍ଲେକ୍ସିଗ୍ଲାସ ସିଲଡ ରହିବ। ପ୍ରାର୍ଥୀ ଏବଂ ମଡେରେଟର ଜଣଙ୍କ ଠାରୁ ଜଣେ 12.25 ଫୁଟ ( 3.7 ମିଟର) ଦୂରତାରେ ବସିବେ । କେହି କାହାରିକୁ କରମର୍ଦ୍ଦନ କିମ୍ବା ଶାରିରୀକ ଭାବେ ଶୁଭେଚ୍ଛା ଜଣାଇପାରିବେ ନାହିଁ । ବିତର୍କ ହେବାକୁ ଥିବା ହଲ୍ ମଧ୍ୟରେ କେବଳ ଟିକେଟ କିଣିଥିବା ଅଳ୍ପ ସଂଖ୍ୟାରେ କିଛି ଅତିଥିଙ୍କୁ ଅନୁମତି ଦିଆଯିବ । ପ୍ରାର୍ଥୀ ଏବଂ ମଡେରେଟରଙ୍କୁ ଛାଡ଼ି ଦେଲେ ହଲ୍ ମଧ୍ୟରେ ଥିବା ଅନ୍ୟ କେହି ଯଦି ମାସ୍କ ପିନ୍ଧିବାକୁ ମନା କରନ୍ତି ତେବେ ତାଙ୍କୁ ହଲରୁ ବାହାର କରି ଦିଆଯିବ । ଆମେ ସାଧାରଣତଃ ରାଜନୈତିକ ରିସ୍କ ଉପରେ ଗୁରୁତ୍ବ ଦେଇଥାଉ, କିନ୍ତୁ ପ୍ରକୃତରେ ସବୁଠି ଶାରିରୀକ ରିସ୍କ ରହିଛି ।

ମହାମାରୀ ମୁକାବିଲାରେ ହ୍ବାଇଟ୍ ହାଉସର ଭୂମିକାକୁ କିପରି ବଖାଣିବେ ପେନ୍ସ ?

ରାଷ୍ଟ୍ରପତି ଗଠନ କରିଥିବା କୋରୋନା ଭାଇରସ୍ ଟାସ୍କ ଫୋର୍ସର ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ପେନ୍ସଙ୍କୁ ମହାମାରୀ ମୁକାବିଲା ନେଇ ଅନେକ କଠିନ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ। ମହାମାରୀରେ 2 ଲକ୍ଷ 10 ହଜାରରୁ ଅଧିକ ଆମେରିକୀୟଙ୍କ ମୃତ୍ୟୁ ଘଟିଛି । ହ୍ବାଇଟ ହାଉସ ଏକ ହଟ୍ ଜୋନ୍ ହୋଇ ରହିଛି । ଏହା ସତ୍ତ୍ବେ ଏଯାଏଁ ଟ୍ରମ୍ପ ପ୍ରଶାସନ ମହାମାରୀ ରୋକିବାକୁ ଏକ ବ୍ୟାପକ ଜାତୀୟ ରଣନୀତି ପ୍ରସ୍ତୁତ କରିନାହିଁ । ଭୂତାଣୁ ସଂକ୍ରମଣର ପ୍ରାରମ୍ଭିକ ଅବସ୍ଥାରେ ଚୀନରୁ ଯାତାୟତକୁ ବନ୍ଦ କରିଦେଇଥିବା ହ୍ବାଇଟ ହାଉସର ନୀତି ପେନ୍ସକୁ ଅଡୁଆରୁ ବଞ୍ଚାଇ ପାରିବ ନାହିଁ। ଏହା ନିରାଟ ସତ୍ୟ ଯେ, ଟ୍ରମ୍ପ ଏବଂ ପେନ୍ସଙ୍କ ଶାସନରେ ଅନ୍ୟ ଯେ କୌଣସି ଦେଶ ତୁଳନାରେ ଆମେରିକାରେ ସର୍ବାଧିକ ଲୋକଙ୍କର ମହାମାରୀରେ ମୃତ୍ୟୁ ଘଟିଛି । ଭୂତାଣୁର ଭୟାବହତାକୁ ଆଦୌ ଗୁରୁତ୍ବ ନଦେଇ ଏହାକୁ ଟ୍ରମ୍ପ ପ୍ରଶାସନ ଯେପରି ହେୟ ମନେ କରି ଆସିଲା ସେ ନେଇ ମଧ୍ୟ ପେନ୍ସଙ୍କୁ ବିତର୍କରେ ନାନାଦି ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ିବ । କାରଣ ରାଷ୍ଟ୍ରପତି ଟ୍ରମ୍ପ ମାସ୍କ ପିନ୍ଧିବା ଭଳି ମୌଳିକ ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରିବାକୁ ଆଦୌ ଉଚିତ୍ ମନେ କରିନଥିଲେ । ଯାହାକି ରାଷ୍ଟ୍ରପତି ଗତ ସୋମବାର ଦିନ ହସ୍ପିଟାଲ ଛାଡ଼ିବା ପରେ ମଧ୍ୟ ସମାନ ମନୋଭାବ ଦେଖାଇଥିଲେ । ଅବଶ୍ୟ ଟ୍ରମ୍ପଙ୍କ ତୁଳନାରେ ପେନ୍ସ ଅଧିକ ମାର୍ଜିତ, ସେ ଗତ 20 ବର୍ଷ ହେଲା ନିର୍ବାଚିତ ହୋଇ ଆସୁଛନ୍ତି । ସେ ତାଙ୍କର ଅଭିଜ୍ଞତାକୁ ନେଇ ଏହି ବିତର୍କରେ ଅନେକ କଥା ରଖିବେ ବୋଲି ଆଶା କରାଯାଉଛି ।

ହାରିସ ଡେମୋକ୍ରଟାଙ୍କୁ ଉତ୍ସାହିତ କରିପାରିବେ କି, ଇତିହାସ ରଚିବେ କି ?

ସମସ୍ତେ ଜାଣନ୍ତି ରାଷ୍ଟ୍ରପତି ପ୍ରାର୍ଥୀ ହେବା ପଛରେ ଡେମୋକ୍ରାଟମାନଙ୍କୁ ଉତ୍ସାହିତ କରିବା ପାଇଁ ବିଡେନଙ୍କୁ ସଂଗ୍ରାମ କରିବାକୁ ପଡିଥିଲା । ଆଉ ଏଥିପାଇଁ ଆଗରେ ଥିଲେ ଉପ ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସ । ଡେମୋକ୍ରାଟଙ୍କ ମଧ୍ୟରେ ଅଧିକ ଗ୍ରହଣୀୟ ଥିବା ହାରିସ୍ ଉପରାଷ୍ଟ୍ରପତି ନିର୍ବାଚିତ ହେଲେ ଉପ ରାଷ୍ଟ୍ରପତି ହେବାରେ ଆମେରିକା ଇତିହାସରେ ହେବେ ପ୍ରଥମ କୃଷ୍ଣକାୟ ମହିଳା । ବିତର୍କରେ ତାଙ୍କର ଉପସ୍ଥିତି ହିଁ ହେବ ଏକ ଐତିହାସିକ ଘଟଣା । ହାରିସ ବୁଧବାର ରାତିକୁ ଏକ ବିଶେଷ ମୁହୂର୍ତ୍ତ ଭାବେ ଅପେକ୍ଷା କରି ରହିଛନ୍ତି । ସେ ଡେମୋକ୍ରାଟିକ ପ୍ରାଥମିକ ବିତର୍କରେ ଅତି ସୁନ୍ଦର ଭାବେ ତାଙ୍କର ବକ୍ତବ୍ୟ ରଖି ଆମେରିକୀୟ ମନରେ ଏକ ଛାପ ଛାଡିଛନ୍ତି। ଡେମୋକ୍ରାଟ୍ସ ବିଶେଷ କରି କୃଷ୍ଣକାୟ ଏବଂ ଯୁବ ଭୋଟରଙ୍କ ସମର୍ଥନ ଉପରେ ଅଧିକ ଆଶା ରଖିଛନ୍ତି। ଏମାନଙ୍କ ବିଭିନ୍ନ ସମସ୍ୟା ନେଇ ହାରିସ ବୁଧବାର ରାତିରେ ଜାତୀୟ ବିତର୍କରେ ଉଦବୋଧନ ଦେଇ ଏହି ସୁଯୋଗର ସଦୁପଯୋଗ କରିପାରନ୍ତି।

ଗତ ଚାରି ବର୍ଷ ହେଲା ଉପ ରାଷ୍ଟ୍ରପତି ପେନ୍ସ ରାଷ୍ଟ୍ରପତିଙ୍କ ପ୍ରଶଂସା ବିନା ଅନ୍ୟ କିଛି କରିବାରେ ସେଭଳି କିଛି ଆଗ୍ରହ ଦେଖାଇ ନାହାଁନ୍ତି । କିନ୍ତୁ ପୂର୍ବତନ ଆଇନଜୀବୀ ହାରିସ ଯାହା କିଛି କରିବାକୁ ଚାହିଁଛନ୍ତି ତାହା କରିବା ନେଇ ତାଙ୍କର ଦକ୍ଷତା ଏବଂ ଇଚ୍ଛା ଶକ୍ତି ଦେଶବାସୀଙ୍କ ଆଗରେ ପ୍ରମାଣିତ କରି ଆସିଛନ୍ତି । ଟ୍ରମ୍ପ ପ୍ରଶାସନର ସାମ୍ପ୍ରଦାୟିକ ଭେଦଭାବ, ମହିଳାମାନଙ୍କ ବିଭିନ୍ନ ପ୍ରସଙ୍ଗ, କୋରୋନା ଭୂତାଣୁ ସଂକ୍ରମଣ ଏବଂ ସୁପ୍ରିମକୋର୍ଟରେ ରାଷ୍ଟ୍ରପତିଙ୍କ ମନୋନୀତ ପ୍ରାର୍ଥୀ ପ୍ରସଙ୍ଗ ଆଦି ନେଇ କାଲିଫର୍ଣ୍ଣିଆ ସିନେଟର ପେନ୍ସଙ୍କୁ ଆକ୍ରମଣ କରିବା ନେଇ ନିଜକୁ ପ୍ରସ୍ତୁତ କରି ରଖିଛନ୍ତି । ତେବେ ପ୍ରଶ୍ନ ଉଠୁଛି ତାଙ୍କର ଆକ୍ରମଣାତ୍ମକ ଭଙ୍ଗୀ ନେଇ ବିଡେନଙ୍କ ଟିମ୍ ତାଙ୍କୁ କେତେଦୂର ଅନୁମତି ଦେଉଛି ।

ABOUT THE AUTHOR

...view details