ଓଡିଶା

odisha

ETV Bharat / international

ଆମେରିକାରେ କୋରୋନା ବିପର୍ଯ୍ୟୟ ପାଇଁ ଟ୍ରମ୍ପ ଦାୟୀ, ଓବାମାଙ୍କ ଫୋନ କଲ ଲିକ - ex us president barack obama slams donald trump

କୋରୋନା ସଙ୍କଟରେ ଯୁଝି ହେଉଛି ଆମେରିକା । ପ୍ରତ୍ୟେକ ଦିନ ରେକର୍ଡ ସଂଖ୍ୟା ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି । ପାଖାପାଖି 13 ଲକ୍ଷ ଲୋକେ ଆକ୍ରାନ୍ତ ହୋଇଛନ୍ତି । ଆମେରିକାରେ ସୃଷ୍ଟି ହୋଇଥିବା ଏପରି ବିପର୍ଯ୍ୟୟ ପାଇଁ ଆମେରିକା ରାଷ୍ଟ୍ରପତିଙ୍କୁ ଟାର୍ଗେଟ କରିଛନ୍ତି ଓବାମା । ଅଧିକ ପଢନ୍ତୁ...

ଆମେରିକାରେ କୋରୋନା ବିପର୍ଯ୍ୟୟ ପାଇଁ ଟ୍ରମ୍ପ ଦାୟୀ
ଆମେରିକାରେ କୋରୋନା ବିପର୍ଯ୍ୟୟ ପାଇଁ ଟ୍ରମ୍ପ ଦାୟୀ

By

Published : May 10, 2020, 11:49 AM IST

ୱାଶିଂଟନ: ଆସନ୍ତା ନଭେମ୍ବର ମାସରେ ଅନୁଷ୍ଠିତ ହେବାକୁ ଯାଉଛି ଆମେରିକାର ରାଷ୍ଟ୍ରପତି ନିର୍ବାଚନ । ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ବାଇଡେନଙ୍କୁ ସମର୍ଥନ କରି ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଟାର୍ଗେଟ କରିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା । କୋରୋନା ମାହାମାରୀ ଯୋଗୁଁ ବିଶ୍ବରେ ସବୁଠାରୁ କ୍ଷତିଗ୍ରସ୍ତ ଆମେରିକା ହୋଇଥିବାବେଳେ ଏଥିପାଇଁ ଟ୍ରମ୍ପଙ୍କ ପ୍ରଶାସନ ଦାୟୀ ବୋଲି ଓବାମା କହିଛନ୍ତି । ଟ୍ରମ୍ପଙ୍କ ମନୋଭାବ ଯୋଗୁଁ ଦେଶ ଏପରି ବିପର୍ଯ୍ୟର ସାମ୍ନା କରୁଛି ବୋଲି ସେ କହିଛନ୍ତି ।

ସାଧାରଣତଃ ବାରାକ ଓବାମା ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ କୌଣସି ରାଜନୈତିକ ମନ୍ତବ୍ୟ ଦିଅନ୍ତି ନାହିଁ। ଆଉ ଯଦି ଡୋନାଲ୍ଡ ଟ୍ରମ୍ପ ଓବାମାଙ୍କୁ ଅପମାନିତ କରିଥାନ୍ତି ସେଥିରେ ମଧ୍ୟ ସେ ପ୍ରତିକ୍ରିୟା ଦେଇନଥାନ୍ତି। ରଏଟର୍ସ ଏକ ରିପୋର୍ଟ ମୁତାବକ, ଓବାମା ଟ୍ରମ୍ପଙ୍କୁ କୋରୋନା ବିପର୍ଯ୍ୟୟ ଉପରେ ଟାର୍ଗେଟ କରିଥିଲେ । ଯାହାର ଏକ କଲ ରେକର୍ଡ ଲିକ ହୋଇଛି ।

ଆଲୁମନା ଆସୋସିଏସନ୍ ସହିତ ଜଡିତ ପ୍ରାୟ 300 ଲୋକଙ୍କ ସହ ବ୍ୟକ୍ତିଗତ କଲ ମାଧ୍ୟମରେ ଓବାମା କଥାବାର୍ତ୍ତା ହୋଇଥିଲେ । ଏହି ସମୟରେ ସେ ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ବାଇଡେନଙ୍କୁ ଖୋଲାଖୋଲି ଭାବେ ସମର୍ଥନ କରିବାକୁ କହିଥିଲେ । ଆସନ୍ତା ନିର୍ବାଚନ ବହୁ ଗୁରୁତ୍ବପୂର୍ଣ୍ଣ ରହିବ ଆମେ କୌଣସି ରାଜନୈତିକ ପାର୍ଟି କିମ୍ବା ବ୍ୟକ୍ତିଗତ ଭାବେ ନିର୍ବାଚନ ଲଢୁନାହିଁ ବରଂ ଏହି ଲଢେଇ ଦୀର୍ଘସ୍ଥାୟୀ ସ୍ୱାର୍ଥପର, ଅନ୍ୟମାନଙ୍କୁ ଶତ୍ରୁ ଭାବରେ ଦେଖିବା, ବିଭାଜିତ ଏବଂ ବିଶୃଙ୍ଖଳିତ ହେବାର ଧାରା ବିରୁଦ୍ଧରେ ବୋଲି କହିଥିଲେ ଓବାମା । ଓବାମାଙ୍କ କାର୍ଯ୍ୟକାଳ ମଧ୍ୟରେ ଏହି ସମସ୍ତ ବ୍ୟକ୍ତି କାର୍ଯ୍ୟ କରିଥିଲେ।

ରଏଟର୍ସ ଅନୁଯାୟୀ, ଓବାମାଙ୍କର ଏହି ୱେବ୍ କଲ୍ ୟାହୁ ନ୍ୟୁଜ୍ ଠାରୁ ଗ୍ରହଣ କରାଯାଇଛି। ଏଥିରେ ଓବାମା ତାଙ୍କ ପୂର୍ବତନ ସହକର୍ମୀଙ୍କ ସହ ଖୋଲାଖୋଲି ସମର୍ଥନ କରିବାକୁ କହିଛନ୍ତି। ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି।

ABOUT THE AUTHOR

...view details