ୱାସିଂଟନ: ଚୀନର ଉହାନ ସହରରୁ ସାରା ବିଶ୍ବରେ କୋରୋନା ବ୍ୟାପିଛି। ଦୁନିଆର ପ୍ରାୟ ସମସ୍ତ ଦେଶ ଏହି ମାରାତ୍ମକ ଭୂତାଣୁ ଅଧୀନରେ । କିନ୍ତୁ ଏଥିରେ ଆମେରିକା ସବୁଠାରୁ ଅଧିକ ପ୍ରଭାବିତ ରାଷ୍ଟ୍ର । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ରମାଗତ ଭାବରେ ଦାବି କରିଆସୁଛନ୍ତି ଯେ ଏହା ମନୁଷ୍ୟକୃତ ଏବଂ ଏହାର ଉତ୍ପତ୍ତି ଚୀନର ଲ୍ୟାବରେ ହୋଇଛି। ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ପରେ ବର୍ତ୍ତମାନ ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓ ମଧ୍ୟ ସମାନ ଦାବି କରିଛନ୍ତି।
ଆମେରିକାର ବୈଦେଶିକ ମନ୍ତ୍ରୀଙ୍କ ଦାବି, ଉହାନ ଲ୍ୟାବରୁ କୋରୋନାର ଉତ୍ପତ୍ତି - ଆମେରିକାର ବୈଦିଶିକ ମନ୍ତ୍ରୀ
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ରମାଗତ ଭାବରେ ଦାବି କରିଆସୁଛନ୍ତି ଯେ ଏହା ମନୁଷ୍ୟକୃତ ଏବଂ ଏହାର ଉତ୍ପତ୍ତି ଚୀନର ଲ୍ୟାବରେ ହୋଇଛି।
![ଆମେରିକାର ବୈଦେଶିକ ମନ୍ତ୍ରୀଙ୍କ ଦାବି, ଉହାନ ଲ୍ୟାବରୁ କୋରୋନାର ଉତ୍ପତ୍ତି enormous evidence corona virus](https://etvbharatimages.akamaized.net/etvbharat/prod-images/768-512-7050791-736-7050791-1588570422188.jpg)
ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓ କହିଛନ୍ତି ଯେ ଚୀନର ଷଡଯନ୍ତ୍ରର ଫଳାଫଳ ହେଉଛି କୋରୋନା । ପମ୍ପିଓ କହିଛନ୍ତି ଯେ ଆମ ପାଖରେ ଦୃଢ ପ୍ରମାଣ ଅଛି ଯେ ଏହି ଭାଇରସ୍ ଉହାନରୁ ଆସିଛି। ଆମେରିକାର ନ୍ୟୁଜ୍ ଚ୍ୟାନେଲ ଏବିସିରେ ଏକ କାର୍ଯ୍ୟକ୍ରମରେ ମାଇକ୍ ପମ୍ପିଓ ମଧ୍ୟ ଅଭିଯୋଗ କରିଛନ୍ତି ଯେ ଚୀନ କୋରୋନାକୁ ଅଟକାଇ ପାରିଥାନ୍ତା ମାତ୍ର ଉଦ୍ଦେଶ୍ୟମୂଳକ ଭାବେ ତାହା କରିନାହିଁ।
ଆଶ୍ଚର୍ଯ୍ୟର ବିଷୟ ହେଉଛି ଯଦିଓ ରାଷ୍ଟ୍ରପତି ଟ୍ରମ୍ପ ଓ ତାଙ୍କ ମନ୍ତ୍ରୀମାନେ କୋରୋନା ପାଇଁ ଚୀନ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି, ତଥାପି ସେମାନଙ୍କର ଗୁପ୍ତଚର ବିଭାଗ କୋରୋନା ମନୁଷ୍ୟକୃତ ସିଦ୍ଧାନ୍ତକୁ ପ୍ରତ୍ୟାଖ୍ୟାନ କରିଛି।