ଓଡିଶା

odisha

ETV Bharat / international

ସ୍ପେସ ଏକ୍ସ ଲଞ୍ଚ ନେଇ ଭାବ ବିହ୍ବଳ ହେଲେ ଏଲନ ମସ୍କ

ସଫଳତାର ସହ ଲଞ୍ଚ ହୋଇଛି ସ୍ପସ ଏକ୍ସ ସହ ଫାଲକନ 9 ରକେଟ । ଶନିବାର ସକାଳେ ନାସାର କେନେଡି ସ୍ପେସ ସେଣ୍ଟରରୁ ଏହା ଉତ୍‌କ୍ଷେପଣ ହୋଇଥିବା ବେଳେ ଏହି ଦୃଶ୍ୟକୁ ଦେଖି ଭାବବିହ୍ବଳ ହୋଇପଡିଥିଲେ ସ୍ପେସ ଏକ୍ସ ଫାଉଣ୍ଡର ଏଲନ ମସ୍କ ।

space x, launching of space x, elon musk, nasa astronauts, ସ୍ପେସ ଏକ୍ସ, ନାସା, ସ୍ପେସ ଏକ୍ସ ଲଞ୍ଚିଂ, ନାସା ମହାକାଶଚାରୀ, ଏଲନ ମସ୍କ
ସ୍ପେସ ଏକ୍ସ ଲଞ୍ଚ ନେଇ ଭାବ ବିହ୍ବଳ ହେଲେ ଏଲନ ମସ୍କ

By

Published : Jun 1, 2020, 12:46 AM IST

ଫ୍ଲୋରିଡା: ସଫଳତାର ସହ ଲଞ୍ଚ ହୋଇଛି ସ୍ପସ ଏକ୍ସ ସହ ଫାଲକନ 9 ରକେଟ । ଶନିବାର ସକାଳେ ନାସାର କେନେଡି ସ୍ପେସ ସେଣ୍ଟରରୁ ଏହା ଉତ୍‌କ୍ଷେପଣ ହୋଇଥିବା ବେଳେ ଏହି ଦୃଶ୍ୟକୁ ଦେଖି ଭାବବିହ୍ବଳ ହୋଇପଡିଥିଲେ ସ୍ପେସ ଏକ୍ସ ଫାଉଣ୍ଡର ଏଲନ ମସ୍କ । ତେବେ ଏହି ରକେଟ ଏକ କ୍ରିୟୁ ଡ୍ରାଗନ ସ୍ପେସକ୍ରାଫ୍ଟକୁ ନେଇ ମହାକାଶ ଅଭିମୁଖେ ଯାତ୍ରା କରୁଛି । ଯେଉଁଥିରେ ରହିଛନ୍ତି ନାସାର ମହାକାଶଚାରୀ ବବ ବେନକେନ ଓ ଡୌଗ ହର୍ଲେ । ସେମାନେ ଇଣ୍ଟରନ୍ୟାସନାସ ସ୍ପେସ ଷ୍ଟେସନକୁ ପ୍ରତିନିଧିତ୍ବ କରିଥିବା ଜଣାପଡିଛି ।

ତେବେ ଏହି ଖୁସିର ମୁହୂର୍ତ୍ତରେ ଏଲନ କହିଛନ୍ତି କି ସ୍ପେସ ଏକ୍ସର ଲଞ୍ଚିଂ ଏକ ଅବିସ୍ମରଣୀୟ ମୁହୂର୍ତ୍ତ । ଏହାର ଅନୁଭବ ଶବ୍ଦରେ ପ୍ରକାଶ କରିବା ଅସମ୍ଭବ । ଏହି ଲକ୍ଷ୍ୟ ପାଇଁ 18 ବର୍ଷ ହେବ ଅକ୍ଲାନ୍ତ ପରିଶ୍ରମ କରାଯାଇଛି । ଶେଷରେ ଏହା ସଫଳତାର ରୂପ ନେବା ନିଜ ଆଖିରେ ଦେଖିବା ଅବିଶ୍ବସନୀୟ ଅନୁଭବ । ଏହାକୁ ନେଇ ମାନବ ଜାତି ଗର୍ବ ଅନୁଭବ କରିବା ଦରକାର ।

ସୂଚନା ମୁତାବକ ସ୍ପେସ ଏକ୍ସ ପ୍ରଥମ ଆମେରିକୀୟ ଘରୋଇ କମ୍ପାନୀ ଯିଏ ନାସାର ମହାକାଶଚାରୀଙ୍କୁ ମହାକାଶକୁ ନେବାର ଇତିହାସ ସୃଷ୍ଟି କରିଛି । ଏନେଇ ଖୁସିରେ ଏଲନ କହିଛନ୍ତି କି ଏହା ତାଙ୍କ ପାଇଁ ସ୍ବପ୍ନର ଏକ ବାସ୍ତବ ରୂପ ।

@IANS

ABOUT THE AUTHOR

...view details