ସାନ ଫ୍ରାନ୍ସିସ୍କୋ: କୋରୋନା ଭାଇରସ୍ ମହାମାରୀର ମୁକାବିଲା ପାଇଁ ଟେସଲା ସିଇଓ ଏଲୋନ୍ ମସ୍କ ଆମେରିକାର ଏକ ଡାକ୍ତରଖାନାକୁ 50,000 N95 ସର୍ଜିକାଲ୍ ମାସ୍କ ଏବଂ ବିଭିନ୍ନ ପ୍ରତିରକ୍ଷା ସାମଗ୍ରୀ ଦାନ କରିଛନ୍ତି ।
ମସ୍କ ପ୍ରତିଶ୍ରୁତି ଦେଇଛନ୍ତି ଯେ ସେ ତାଙ୍କ କମ୍ପାନୀ N95 ଉଚ୍ଚ ସୁରକ୍ଷାଯୁକ୍ତ 250,000 ମାସ୍କ ଡାକ୍ତରଖାନାକୁ ଦାନ କରିବେ ।
ରିପୋର୍ଟ ଅନୁଯାୟୀ, ଡାକ୍ତରଖାନାରେ ଡାକ୍ତରୀ କର୍ମଚାରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ସ୍ବତନ୍ତ୍ର ଡିଜାଇନ୍ ହୋଇଥିବା 50,000 ମାସ୍କ ଡା. କ୍ରିଷ୍ଟିନା ଆଡାମସ୍ ୱାଲଡୋର୍ଡଙ୍କୁ ପ୍ରଦାନ କରାଯାଇଥିଲା।