ଓଡିଶା

odisha

ETV Bharat / international

'ଆମେରିକାରେ ଡେଲ୍ଟା ଭାଇରସ ସଂକ୍ରମଣ ବୃଦ୍ଧି ଭବିଷ୍ୟତରେ ବିପଦ ସୃଷ୍ଟି କରିପାରେ' - କରୋନାଭାଇରସ୍

ଡେଲ୍ଟା ଭାଇରସ ପାଇଁ ଯୁକ୍ତରାଷ୍ଟ୍ର ଆମେରିକାରେ କୋଭିଡ-19 ସଂକ୍ରମଣର ସଂଖ୍ୟା ବୃଦ୍ଧି ପାଇଛି । ଏହି ସମସ୍ୟା ଭବିଷ୍ଯତରେ ସମସ୍ୟା ସୃଷ୍ଟି କରିପାରେ ବୋଲି କହିଛନ୍ତି କୋରୋନା ଭାଇରସ୍ ଉପଦେଷ୍ଟା ଡା. ଆନ୍ଥୋନୀ ଫାଉସି । ଅଧିକ ପଢନ୍ତୁ...

କରୋନାଭାଇରସ୍ ଉପଦେଷ୍ଟା ଡା. ଆନ୍ଥୋନୀ ଫଉସି
କରୋନାଭାଇରସ୍ ଉପଦେଷ୍ଟା ଡା. ଆନ୍ଥୋନୀ ଫଉସି

By

Published : Aug 2, 2021, 11:37 AM IST

ୱାଶିଂଟନ:ଦୀର୍ଘ ଦୁଇ ବର୍ଷ ହେବ ଦେଶରେ ପାଳି କରି କୋରନା ତାଣ୍ଡବ ରଚି ଚାଲିଛି । ଏହାର କୋପ ଦେଶକୁ କେବେ ଲୋପ ହେବ ତା କାହାକୁ ଜଣାନାହିଁ । ଆମେରିକାର ସର୍ବୋଚ୍ଚ କରୋନା ଭାଇରସ୍ ଉପଦେଷ୍ଟା ଡା. ଆନ୍ଥୋନୀ ଫାଉସି କହିଛନ୍ତି ଆମେରିକାରେ ଡେଲଟା ଭାରିଆଣ୍ଟରେ କୋରୋନା ଭାଇରସ୍ ମାମଲା ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମଣର ଏପରି ମାମଲା ବୃଦ୍ଧି ଯୋଗୁଁ ଆଗକୁ ଜିନିଷ ବିଗିଡି ଯାଇପାରେ ।

ସେ ଆହୁରି କହିଛନ୍ତି ମୁଁ ଭାବୁନାହିଁ ଆଗକୁ ଲକଡାଉନ ହେବ । ଗଣମାଧ୍ୟମକୁ ସାକ୍ଷାତକାରରେ ଫାଉସି କହିଛନ୍ତି ଦେଶରେ ୧୦ ବିଲିୟନ ଲୋକ ଅଛନ୍ତି ଯିଏ ଟିକା ନେବାକୁ ଯୋଗ୍ୟ ମାତ୍ର ସେମାନେ ଟିକା ନେଉନାହାନ୍ତି । ଏହି ସସସ୍ୟା ଆମ ପାଇଁ ଆଗକୁ ବିପଦ ଆଣିପାରେ ବୋଲି କହିଛନ୍ତି ଫାଉସି । ଏହା ସହିତ ସଂକ୍ରମଣ ମାମଲା ବୃଦ୍ଧି ଦେଶ ପାଇଁ ଭବିଷ୍ୟତରେ ବିପଦ ଆଣିପାରେ । ଏହାର ସମାଧାନ କେବଳ ସମୂହ ଟୀକାରଣ ଦ୍ବାରା ହିଁ ହୋଇପାରିବ ।

ଗତ ସପ୍ତାହରେ ଡେଲ୍ଟା ଭାଇରସ ପାଇଁ ଯୁକ୍ତରାଷ୍ଟ୍ର ଆମେରିକାରେ କୋଭିଡ-19 ସଂକ୍ରମଣର ସଂଖ୍ୟା ବୃଦ୍ଧି ପାଇଛି । ଯାହା ବର୍ତ୍ତମାନ ଆମେରିକାରେ ପ୍ରଧାନ୍ୟ ବିସ୍ତାର କରିଛି । ରିପୋର୍ଟ ଅନୁସାରେ ବର୍ତ୍ତମାନ ଏହା ଟିକା ନେଇ ନଥିବା ବ୍ୟକ୍ତିଙ୍କ ଠାରେ ଦେଖିବାରୁ ମିଳିଛି ।

ପ୍ରକାଶ ଥାଉ କି, ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି) ଅନୁଯାୟୀ, ଆମେରିକାରେ 164.4 ମିଲିୟନରୁ ଅଧିକ ଲୋକ କୋରୋନା ବିରୋଧରେ ଟିକା ନେଇସାରିଛନ୍ତି ଯାହା ସମୁଦାୟ ଜନସଂଖ୍ୟାର 49.5 ପ୍ରତିଶତ ସହିତ ସମାନ ।

@ANI

ABOUT THE AUTHOR

...view details