ୱାଶିଂଟନ: ବିଶ୍ବରେ ତୃତୀୟ ସର୍ବାଧିକ କୋଭିଡ-19 ଆକ୍ରାନ୍ତ ଦେଶ ଭାବରେ ଉଭା ହୋଇଛି ବ୍ରାଜିଲ । ଏନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ବ୍ରାଜିଲରୁ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇବାକୁ ସେ ବିଚାର କରୁଛନ୍ତି ।
ବ୍ରାଜିଲ ଭ୍ରମଣ ନିଷେଧ, ସଂକ୍ରମଣ ରୋକିବାକୁ ଟ୍ରମ୍ପଙ୍କ ନାସ୍ତି ବାଣୀ - Donald Trump Mulls Brazil Travel Ban
କୋଭିଡ-19 ଆକ୍ରାନ୍ତ ସଂଖ୍ୟାରେ ବ୍ରାଜିଲ ଦେଶର ତୃତୀୟ ସ୍ଥାନରେ ଥିବାବେଳେ ମୃତ୍ୟୁ ସଂଖ୍ୟାରେ ଏହା ଷଷ୍ଠ ସ୍ଥାନରେ ରହିଛି । ଏତିକି ବେଳେ ବ୍ରାଜିଲରୁ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇବାକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଚାର କରୁଥିବା କହିଛନ୍ତି ।
ହ୍ବାଇଟ ହାଉସରେ ସମ୍ବାଦିକ ସମ୍ମିଳନୀରେ ସେ ଏହା କହିଥିବା ଜଣାପଡିଛି । ଟ୍ରମ୍ପ ସଫା ସଫା କହିଛନ୍ତି ଯେ ମୁଁ ଚାହେଁ ନାହିଁ ଯେ ଲୋକମାନେ ଏଠାକୁ ଆସନ୍ତୁ ଏବଂ ଆମ ଲୋକଙ୍କୁ ସଂକ୍ରମିତ କରନ୍ତୁ । ମୁଁ ଚାହୁଁନାହିଁ ସେଠାକାର ଲୋକମାନେ ମଧ୍ୟ ଅସୁସ୍ଥ ହୁଅନ୍ତୁ । ଆମେ ବ୍ରାଜିଲକୁ ଭେଣ୍ଟିଲେଟର ଯୋଗାଉଛୁ । କୋରୋନା ମୁକାବିଲାରେ ସେମାନେ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏଥିରେ କୌଣସି ସନ୍ଦେହ ନାହିଁ ବୋଲି କହିଛନ୍ତି ଟ୍ରମ୍ପ ।
ତେବେ ଏଠାରେ ସୂଚନା ଥାଉ ଯେ ଆକ୍ରାନ୍ତ ସଂଖ୍ୟାରେ ବ୍ରାଜିଲ ଦେଶର ତୃତୀୟ ସ୍ଥାନରେ ଥିବାବେଳେ ମୃତ୍ୟୁ ସଂଖ୍ୟାରେ ଏହା ଷଷ୍ଠ ସ୍ଥାନରେ ରହିଛି ।
TAGGED:
କୋଭିଡ-19 ଆକ୍ରାନ୍ତ