ଓଡିଶା

odisha

ETV Bharat / international

ଡୋନାଲ୍ଡଙ୍କ କୁକୁର ଉଵାଚ, ବିରୋଧୀଙ୍କୁ କୁକୁର ଆକ୍ରମଣର ଧମକ ଦେଲେ ଟ୍ରମ୍ପ୍ - ପ୍ରଦର୍ଶନକାରୀମାନେ ଅତି କୁତ୍ସିତ କୁକୁର

ପ୍ରଦର୍ଶନକାରୀମାନେ ଅତି କୁତ୍ସିତ କୁକୁର ଏବଂ ଅତ୍ୟଧିକ ଘୃଣ୍ୟ ଅସ୍ତ୍ର ସହିତ ଅଭିବାଦନ ଗ୍ରହଣ କରିଥାଆନ୍ତେ-ଯଦି ଵିକ୍ଷୋଭ ସମୟରେ ହ୍ବାଇଟ୍ ହାଉସ୍ ମଧ୍ୟକୁ କେହି ଅବାଧରେ ପ୍ରଵେଶ କରିଥାଆନ୍ତେ।

ଡୋନାଲ୍ଡଙ୍କ କୁକୁର ଉଵାଚ, ବିରୋଧୀଙ୍କୁ  କୁକୁର ଆକ୍ରମଣର ଧମକ ଦେଲେ ଟ୍ରମ୍ପ୍
ଡୋନାଲ୍ଡଙ୍କ କୁକୁର ଉଵାଚ, ବିରୋଧୀଙ୍କୁ କୁକୁର ଆକ୍ରମଣର ଧମକ ଦେଲେ ଟ୍ରମ୍ପ୍

By

Published : May 31, 2020, 12:13 PM IST

ୱାସିଂଟନ୍: ଅନ୍ୟାୟରେ ବିକ୍ଷୋଭ ପ୍ରଦର୍ଶନ କରିବା ମହଙ୍ଗା ପଡିବ ବୋଲି ଆମେରିକାର ରାଷ୍ଟ୍ରପତି ଚେତାବନୀ ଦେଇଛନ୍ତି। ଶନିବାର ଯୁକ୍ତରାଷ୍ଟ୍ରର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଯେ ଜଣେ (ଗୋରା)ଶ୍ୱେତ ପୋଲିସ୍ ଆଣ୍ଠୁମାଡି ମୃତ୍ୟୁବରଣ କରିଥିବା ଜଣେ କୃଷ୍ଣ(ବ୍ଲାକ୍-ମ୍ୟାନ୍)ଙ୍କ ମୃତ୍ୟୁକୁ ବିରୋଧ କରୁଥିବା ଦୃଶ୍ୟ ନିହାତି ହୃଦୟବିଦାରକ। ପ୍ରଦର୍ଶନକାରୀମାନେ ଅତି କୁତ୍ସିତ କୁକୁର ଏବଂ ଅତ୍ୟଧିକ ଘୃଣ୍ୟ ଅସ୍ତ୍ର ସହିତ ଅଭିବାଦନ ଗ୍ରହଣ କରିଥାଆନ୍ତେ-ଯଦି ଵିକ୍ଷୋଭ ସମୟରେ ହ୍ବାଇଟ୍ ହାଉସ୍ ମଧ୍ୟକୁ କେହି ଅବାଧରେ ପ୍ରଵେଶ କରିଥାଆନ୍ତେ।

ଟ୍ୱିଟରର ଏକ ପୋଷ୍ଟରେ ଟ୍ରମ୍ପଙ୍କ ଏକ ତଥ୍ୟ ଆଲୋଚ୍ୟର ବିଷୟ ପାଲଟିଛି। ତାଙ୍କ ସମର୍ଥକଙ୍କୁ ଶନିବାର ସନ୍ଧ୍ୟାରେ କାର୍ଯ୍ୟନିର୍ବାହୀ ମହଲ ବାହାରେ ରାଲି କରିବାକୁ ଡାକିଥିବା ବେଳେ କହିଛନ୍ତି, ଆଜି ରାତିରେ ମୁଁ ହ୍ବାଇଟ୍ ହାଉସରେ ମାଗା ନାଇଟ୍ ରଖିଛି ???" ଟ୍ରମ୍ପଙ୍କ ସ୍ଲୋଗାନ ପାଇଁ "ମେକ୍ ଆମେରିକା ପୁଣି ଗ୍ରେଟ୍" ପାଇଁ ଛିଡା ହୋଇଛି ଵୋଲି ସେ ଟୁଇଟ୍ କରିଛନ୍ତି।

ତେଵେ ସୋମବାର ଦିନ ଜର୍ଜ ଫ୍ଲୋଏଡ୍ଙ୍କର ମିନିନାପଲିସରେ ମୃତ୍ୟୁ ଘଟିଥିଲା। ତେଵେ ଏହାକୁ ନେଇ ଶୁକ୍ରବାର ଦିନ ୱାଶିଂଟନ୍ ସମେତ ଦେଶର ଅନେକ ସହରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶୁକ୍ରବାର ଦିନ ଟ୍ରମ୍ପ୍ ଟ୍ୱିଟରରୁ ଚେତାବନୀ ଦେଇଛନ୍ତି- ବିକ୍ଷୋଭକରୀ ନିଜ ସୀମା ଭିତରେ ରୁହନ୍ତୁ। ଏବଂ ଡେମୋକ୍ରାଟଙ୍କ ଦ୍ୱାରା ନିନ୍ଦା କରାଯାଇଛି ଯେ ବିକ୍ଷୋଭ ପ୍ରଦର୍ଶନ ସମୟରେ ଗୁଳି ଚଳାଉଥିବା ବିରୋଧୀଙ୍କୁ ପାଲଟା ଗୁଳି ଚଳାଇ ଦିଆଯାଇପାରେ।

ଲାଫାୟେଟ୍ ସ୍କୋୟାରରେ ଅପରାହ୍ନରେ ଶହ ଶହ ଲୋକ ଏକତ୍ରିତ ହେବାପରେ ହ୍ବାଇଟ ହାଉସ୍ ସାମୟିକ ଭାବେ ବନ୍ଦ ହୋଇଯାଇଥିଲା। ହ୍ବାଇଟ୍ ହାଉସକୁ ଜଗି ରହିଥିବା ଆମେରିକାର ଗୁପ୍ତ ସେବା ଅଧିକାରୀଙ୍କୁ ଟ୍ରମ୍ପ ପ୍ରଶଂସା କରିଛନ୍ତି।

ABOUT THE AUTHOR

...view details