ୱାସିଂଟନ୍: ଆମେରିକାରର ଆର୍ଟର୍ଣ୍ଣୀ ଦାୟିତ୍ବ ନେଲେ ଭାରତୀୟ ବଂଶୋଦ୍ଦଭବ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଇଷ୍ଟର୍ଣ୍ଣ ନ୍ୟୁୟର୍କର ଏକ ଫେଡେରାଲ କୋର୍ଟରେ ତାଙ୍କୁ ଆର୍ଟର୍ଣ୍ଣୀ ଭାବେ ନିଯୁକ୍ତି କରିଛନ୍ତି। ନିଯୁକ୍ତି ପାଇଥିବା ଭାରତୀୟ ଜଣକ ହେଲେ ସରିଥା କୋମାଟେରେଡି। ସେ ଜଣେ ଓକିଲ ଏବଂ କଲମ୍ବିଆ ଆଇନ ବିଦ୍ୟାଳୟରେ ଆଇନ ଶିକ୍ଷା ବିଭାଗରେ କାର୍ଯ୍ୟ କରନ୍ତି। ଟ୍ରମ୍ପ ସୋମବାର ଦିନ ଆମେରିକାର ସିନେଟକଙ୍କୁ ତାଙ୍କ ନାମାଙ୍କନ ପତ୍ର ପଠାଇଛନ୍ତି ବୋଲି ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଛି।
ଏହାପୂର୍ବରୁ ସେ ଉକ୍ତ ଜିଲ୍ଲାର ପୂର୍ବତନ ବିଚାରପତି ବ୍ରେଟ କଭାନାଓଙ୍କ ଅଧୀନରେ କ୍ଲର୍କ ଭାବେ କାର୍ଯ୍ୟ କରିଛନ୍ତି। କୋମାଟେରେଡି ବର୍ତ୍ତମାନ ଇଷ୍ଟର୍ଣ୍ଣ ନ୍ୟୁୟର୍କର ପାଇଁ ଯୁକ୍ତରାଷ୍ଟ୍ରର ଆର୍ଟର୍ଣ୍ଣୀ ଅଫିସରେ ଜେନେରାଲ କ୍ରାଇମ୍ର ଡେପୁଟି ଚିଫ୍ ଭାବେ ନିଯୁକ୍ତି ପାଇଛନ୍ତି।