ଓଡିଶା

odisha

By

Published : Oct 21, 2021, 9:22 AM IST

ETV Bharat / international

ବ୍ୟାନର ବଦଲା ନେଲେ ଟ୍ରମ୍ପ, ଆଣିଲେ ନୂଆ ସୋସିଆଲ ମିଡିଆ ଆପ୍

ନିଜର ସୋସିଆଲ ମିଡିଆ ଆପ୍‌ ଲଞ୍ଚ କରିବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ । ଯାହାର ନାମ ରହିଛି ‘ଟ୍ରୁଥ ସୋସିଆଲ ( Truth Social) । ଅଧିକ ପଢନ୍ତୁ...

TRUTH
TRUTH

ୱାଶିଂଟନ: ପୁଣି ସୋସିଆଲ ମିଡିଆରେ ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏଣ୍ଟ୍ରି । ବିଭିନ୍ନ ସୋସିଆଲ ମିଡିଆ ତାଙ୍କ ଆକାଉଣ୍ଟକୁ ବ୍ୟାନ କରିବା ପରେ ‘ଟ୍ରୁଥ ସୋସିଆଲ ( Truth Social)ରେ କମବ୍ୟାକ୍‌ କରିବାକୁ ଯାଉଛନ୍ତି ଟ୍ରମ୍ପ । ଏହା ତାଙ୍କର ନିଜସ୍ବ ସୋସିଆଲ ମିଡିଆ ପ୍ଲାଟଫର୍ମ । ଯାହାକି ଟ୍ବିଟର ଭଳି କାମ କରିବ । ଏଥିରେ ୟୁଜର୍ସ ନିଜ ମତାମତ, ଫଟୋ ଓ ଭିଡିଓ ସେୟାର କରି ପାରିବେ ।

ଏନେଇ ଏକ ମନ୍ତବ୍ୟ ଜାରି କରିଛନ୍ତି ଟ୍ରମ୍ପ । ସେ କହିଛନ୍ତି ଆମେ ଏମିତି ଏକ ଦୁନିଆରେ ରହୁଛେ, ଯେଉଁଠି ତାଲିବାନ ମାନେ ଟ୍ବିଟରରେ ମତ ପ୍ରକାଶ କରିପାରିବେ କିନ୍ତୁ ଆପଣଙ୍କ ପସନ୍ଦିତ ଆମେରିକା ରାଷ୍ଟ୍ରପତିଙ୍କୁ ଚୁପ୍‌ କରାଇ ଦିଆଯାଉଛି ।

ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଲଞ୍ଚକୁ ଟ୍ରମ୍ପ ଆହୁରି କହିଛନ୍ତି କି, ‘ଟ୍ରୁଥ ସୋସିଆଲ’ ଉଦାର ମିଡିଆ ସଂଘର ପ୍ରତିନ୍ଦ୍ବନ୍ଦ୍ବୀ ହେବ । ବିଜ୍ଞପ୍ତି ଅନୁସାରେ, ନିମନ୍ତ୍ରିତ ଅତିଥିଙ୍କ ପାଇଁ ଏହାର ‘ବିଟା’ ସଂସ୍କରଣ ମଧ୍ୟ ଆସିବାକୁ ଯାଉଛି । ଏହାସହ ଟ୍ବିଟରକୁ ଟାର୍ଗେଟ କରି ଟ୍ରମ୍ପ କହିଛନ୍ତି କି, 'ଟ୍ରୁଥ ସୋସିଆଲ୍' ଆପ ଲଞ୍ଚ କରିବାର ଲକ୍ଷ୍ୟ ହେଉଛି ବଡ ପ୍ରଯୁକ୍ତିବିଦ୍ୟା କମ୍ପାନୀ ସହ ପ୍ରତିନ୍ଦ୍ବନ୍ଦ୍ବିତା କରିବା ।

ସୂଚନା ଥାଉକି, ଗତ ଜାନୁଆରୀ 6 ରେ ୟୁଏସ କ୍ୟାପିଟାଲ ଉପରେ ଆକ୍ରମଣ ପରେ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରିବା ସହ ଉତ୍ତେଜନାମୂଳକ ଭାଷଣ ଦେଇଥିବାରୁ ଟ୍ରମ୍ପଙ୍କୁ ଫେସବୁକ୍ ଏବଂ ଟ୍ବିଟର ଭଳି ଅନ୍ୟ ସୋସିଆଲ ମିଡ଼ିଆମାନେ ଜାନୁଆରୀ 21ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବ୍ୟାନ କରିଦେଇଥିଲେ ।

ABOUT THE AUTHOR

...view details