ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ ପୁଅର ଗର୍ଲଫ୍ରେଣ୍ଡ କୋରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ କୋରୋନା ପରୀକ୍ଷଣ ପଜିଟିଭ୍ ଆସିଥିବା ଆମେରିକୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ ପୁଅର ଗର୍ଲଫ୍ରେଣ୍ଡ କୋରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଟ୍ରମ୍ପଙ୍କ ବଡ ପୁଅଙ୍କ ଗର୍ଲଫ୍ରେଣ୍ଡ କିମ୍ବର୍ଲି ଗିଲଫୋଏଲ୍ ଜୁଲାଇ 4ରେ ଟ୍ରମ୍ପଙ୍କ ଭାଷଣ ଦେଖିବାକୁ ଦକ୍ଷିଣ ଡାକୋଟା ଯାଇଥିଲେ । ଏହା ବ୍ୟତୀତ ସେ ରୋଶମୋର୍ ପର୍ବତରେ ଆତସବାଜି ଉତ୍ସବରେ ମଧ୍ୟ ସାମିଲ ହୋଇଥିଲେ ।
ତେବେ କିମ୍ବର୍ଲି କୋରୋନା ସଂକ୍ରମିତ ହେବା ନେଇ ରୁଟିନ୍ ପରୀକ୍ଷାରୁ ଜାଣିବା ପରେ ତୁରନ୍ତ ଆସୋଲେଶନରେ ଯାଇଥିଲେ । ତେବେ ବର୍ତ୍ତମାନ ତାଙ୍କର ଚିକିତ୍ସା ଜାରି ରହିଛି । ସେ ସୁସ୍ଥ ହେଉଛନ୍ତି। ଲକ୍ଷଣରହିତ ଥିବାରୁ ସୁନିଶ୍ଚିତ ହେବାକୁ ପୁନର୍ବାର ନମୁନା ପରୀକ୍ଷା କରାଯିବ । ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି । ସେପଟେ ଟ୍ରମ୍ପଙ୍କ ବଡପୁଅଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଛି । କିନ୍ତୁ ସତର୍କତା ଅବଲମ୍ବନ କରି ସେ ମଧ୍ୟ ଆଶୋଲେସନରେ ଅଛନ୍ତି । ଏହା ବ୍ୟତୀତ ସେ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରିଛନ୍ତି ।
କିମ୍ବର୍ଲି ଆମେରିକା ରାଷ୍ଟ୍ରପତିଙ୍କ ଅତି ନିକଟକର ବ୍ୟକ୍ତି ଯିଏକି କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏହା ପୂର୍ବରୁ ଟ୍ରମ୍ପଙ୍କ ବ୍ୟକ୍ତିଗତ ଭାଲେଟ୍ ଏବଂ ଆମେରିକାର ଉପରାଷ୍ଟ୍ରପତିଙ୍କ ପ୍ରେସ ସେକ୍ରେଟାରୀ କୋରୋନାରେ ଆକ୍ରାନ୍ତ ହୋଇଥିଲେ ।
ସୂଚନାଯୋଗ୍ୟ ଯେ, କୋରୋନା ମହାମାରୀ ଯୋଗୁଁ ଆମେରିକାରେ ପ୍ରାୟ 130,000 ଲୋକଙ୍କର ଜୀବନ ଯାଇଛି ।