ଓଡିଶା

odisha

By

Published : Jan 20, 2021, 8:00 PM IST

ETV Bharat / international

ହ୍ବାଇଟହାଉସରୁ ବିଦାୟ ନେଲେ ଟ୍ରମ୍ପ, ଜାଣନ୍ତୁ ନୂଆ ଠିକଣା...

ହ୍ବାଇଟହାଉସରୁ ବିଦାୟ ନେଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ବାଇଡେନଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ନ ହେବାକୁ ନିଷ୍ପତ୍ତି ନେଇଛନ୍ତି ଟ୍ରମ୍ପ । ଅଧିକ ପଢନ୍ତୁ...

ହ୍ବାଇଟହାଉସରୁ ବିଦାୟ ନେଲେ ଟ୍ରମ୍ପ, ଜାଣନ୍ତୁ ନୂଆ ଠିକଣା...
ହ୍ବାଇଟହାଉସରୁ ବିଦାୟ ନେଲେ ଟ୍ରମ୍ପ, ଜାଣନ୍ତୁ ନୂଆ ଠିକଣା...

ୱାଶିଂଟନ: ଜୋ ବାଇଡେନଙ୍କ ଶପଥ ଗ୍ରହଣ ପୂର୍ବରୁ ହ୍ବାଇଟହାଉସରୁ ବିଦାୟ ନେଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ବାଇଡେନଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ନ ହେବାକୁ ନିଷ୍ପତ୍ତି ନେଇଛନ୍ତି ଟ୍ରମ୍ପ ।

ହ୍ବାଇଟହାଉସରୁ ବିଦାୟ ନେଲେ ଟ୍ରମ୍ପ, ଜାଣନ୍ତୁ ନୂଆ ଠିକଣା...

ହ୍ବାଇଟହାଉସରୁ ବିଦାୟ ନେବା ସମୟରେ ଟ୍ରମ୍ପଙ୍କ ସ୍ତ୍ରୀ ମେଲାନିୟା ମଧ୍ୟ ଉପସ୍ଥିତ ଥିଲେ । ଟ୍ରମ୍ପ ହ୍ବାଇଟହାଉସ ଛାଡିବା ପରେ ୱାଶିଂଟନରୁ ଫ୍ଲୋରିଡା ବାହାରିଛନ୍ତି । ଆମେରିକା ମିଡିଆ ଖବର ଅନୁଯାୟୀ ଟ୍ରମ୍ପ ଫ୍ଲୋରିଡାରେ ପାମ ବିଚ ନିକଟସ୍ଥ ନିଜ ମାର୍‌-ଏ-ଲୋଗୋ ଇଷ୍ଟେଟକୁ ସ୍ଥାୟୀ ବାସଭବନ କରିବେ ।

ରିପୋର୍ଟ ଅନୁଯାୟୀ ହ୍ବାଇଟହାଉସରେ ଟ୍ରମ୍ପଙ୍କ ଜିନିଷ ପତ୍ର ନେଉଥିବା ଟ୍ରକକୁ ପାମ ବିଚ ସ୍ଥିତ ବାସଭବନକୁ ଯାଉଥିବାର ଦେଖିବାକୁ ମିଳିଛି । ଟ୍ରମ୍ପ ବୁଧବାର ସକାଳେ ନବନିର୍ବାଚିତ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣର କିଛି ଘଣ୍ଟା ପୂର୍ବରୁ ମାର-ଏ-ଲୋଗୋ ଯିବାର ଯୋଜନା କରିଥିବା ସୂଚନା ମିଳିଛି ।

ରାଷ୍ଟ୍ରପତି ଭାବରେ ତାଙ୍କର ଚାରି ବର୍ଷ କାର୍ଯ୍ୟକାଳ ମଧ୍ୟରେ ଟ୍ରମ୍ପ ମାର୍-ଏ-ଲାଗୋରେ ବହୁ ସମୟ ଅତିବାହିତ କରିଛନ୍ତି, ଯାହାକୁ ଶୀତଳ ହ୍ବାଇଟ ହାଉସ ମଧ୍ୟ କୁହାଯାଏ। ସେପ୍ଟେମ୍ବର 2019ରେ, ରାଷ୍ଟ୍ରପତି ନ୍ୟୁୟର୍କ ସହରର ଟ୍ରମ୍ପ ଟାୱାରରୁ ମାର-ଏ-ଲାଗୋକୁ ତାଙ୍କର ବାସସ୍ଥାନ ପରିବର୍ତ୍ତନ କରିଥିଲେ।

ଦୀର୍ଘ ଦିନ ଧରି ନ୍ୟୁୟର୍କରେ ରହୁଥିବା 74 ବର୍ଷୀୟ ଟ୍ରମ୍ପ 1985 ମସିହାରେ ଏହି ଘରକୁ 10 ମିଲିୟନ୍ ଡଲାରରେ କିଣି ଏହାକୁ ଏକ ଘରୋଇ କ୍ଲବରେ ପରିଣତ କରିଥିଲେ । ଯାହାକି ଗତ ଚାରି ବର୍ଷ ଧରି ତାଙ୍କ ଶୀତକାଳୀନ ଘର ହୋଇ ରହିଥିଲା।

ABOUT THE AUTHOR

...view details