ୱାଶିଂଟନ: ଗୋଟିଏ ପଟେ ସାରା ବିଶ୍ବରେ କିଲର କୋରୋନାର କରାଳ ପ୍ରକୋପ ଜାରି ରହିଛି । ଅନ୍ୟପଟେ କୋରୋନା ବିସ୍ତାରକୁ ନେଇ ବିଶ୍ବର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ପ୍ରତିଦିନ ରାଷ୍ଟ୍ରପତି ଟ୍ରମ୍ପ ଚୀନକୁ ଟାର୍ଗେଟ କରି ବୟାନ ଜାରି କରୁଛନ୍ତି । ଏହିକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ପୁଣିଥରେ କୋରୋନାଭାଇରସ ବିସ୍ତାରକୁ ନେଇ ବେଜିଂକୁ 'ବିଶ୍ବବ୍ୟାପୀ ହତ୍ୟା' ପାଇଁ ଦାୟୀ କରିଛନ୍ତି ।
ବିଶ୍ବବ୍ୟାପୀ ମୃତ୍ୟୁ ପାଇଁ ଚୀନର ଅକ୍ଷମତା ଦାୟୀ: ଟ୍ରମ୍ପ - ଟ୍ରମ୍ପ
କୋରୋନା ବିସ୍ତାରକୁ ନେଇ ବିଶ୍ବର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ପ୍ରତିଦିନ ରାଷ୍ଟ୍ରପତି ଟ୍ରମ୍ପ ଚୀନକୁ ଟାର୍ଗେଟ କରି ବୟାନ ଜାରି କରୁଛନ୍ତି । ଏହିକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ପୁଣିଥରେ କୋରୋନାଭାଇରସ ବିସ୍ତାରକୁ ନେଇ ବେଜିଂକୁ 'ବିଶ୍ବବ୍ୟାପୀ ହତ୍ୟା' ପାଇଁ ଦାୟୀ କରିଛନ୍ତି । ଅଧିକ ପଢ଼ନ୍ତୁ...

Donald Trump
ରାଷ୍ଟ୍ରପତି ଟ୍ରମ୍ପ ଟ୍ବିଟ୍ କରି କହିଛନ୍ତି ଯେ ଏହା 'ଚୀନ୍ର ଅକ୍ଷମତା' ଅନ୍ୟ କିଛି ନୁହେଁ । ଫଳସ୍ବରୁପ "ୱାର୍ଲ୍ଡ ୱାଇଡ କିଲିଂ" ଜାରି ରହିଛି ।
କୋରୋନା ଭୂତାଣୁ ପ୍ରଥମେ ଚାଇନାର ଉହାନ ସହରରେ ଗତ ଡିସେମ୍ବରରେ ଦେଖା ଦେଇଥିଲା ଏବଂ ଦ୍ରୁତ ଗତିରେ ସାରା ବିଶ୍ବରେ ବ୍ୟାପିଗଲା, ଯେଉଁଥିରେ 3,23,000 ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ବ୍ୟାପକ ଅର୍ଥନୈତିକ କ୍ଷତି ଜାରି ରହିଛି । ଏହା ଚୀନର ଲାବ୍ରୋଟାରୀ ଉତ୍ପନ୍ନ ହେବା ଠାରୁ ଆରମ୍ଭ କରି ଏହା ଆମେରିକା ଉପରେ ଆକ୍ରମଣ ଭଳି ଅନେକ ବୟାନ ରାଷ୍ଟ୍ରପତି ଟ୍ରମ୍ପ ଦେଇସାରିଛନ୍ତି ।