ୱାଂଶିଟନ: ଇରାନ ରିଭୋଲ୍ୟୁସନାରୀ ଗାର୍ଡର କମାଣ୍ଡର କ୍ବାସିମ ସୁଲେମାନୀ ଉପରେ ଆମେରିକାର ଆକ୍ରମଣ । ତ୍ରୀବ ହେଉଛି ଆମେରିକା ଓ ଇରାନ ବିବାଦ । ସେପଟେ କଡା ସୁରକ୍ଷା ଆପଣଉଛି ଆମେରିକା । ପାକିସ୍ତାନରେ ଆମେରିକୀୟ ସରକାରୀ କର୍ମଚାରୀଙ୍କ ପାଇଁ ଜାରି କଲା ଟ୍ରାଭେଲ ଆଡଭାଇଜରୀ ।
ଆମେରିକାର ଏୟାରଷ୍ଟ୍ରାଇକ: ପାକିସ୍ତାନରେ ଆମେରିକୀୟ କର୍ମଚାରୀଙ୍କ ପାଇଁ ଆଡଭାଇଜରି ଜାରି - ଆମେରିକା କର୍ମଚାରୀଙ୍କ ପାଇଁ ଆଡଭାଇଜରି ଜାରୀ
ତ୍ରୀବ ହେଉଛି ଆମେରିକା ଓ ଇରାନ ବିବାଦ । ଇରାକରେ ଆମେରିକାର ଆକ୍ରମଣ ପରେ ଚେତାବନୀ ଦେଲା ଇରାନ । ସେପଟେ, ସୁରକ୍ଷା ଦିଗରେ ଆମେରିକା ଆପଣଉଛି ପଦକ୍ଷେପ ।
ଇରାକର ରାଜଧାନୀ ବାଗଦାଦ୍ ଠାରେ ଆମେରିକା ଏୟାରଷ୍ଟ୍ରାଇକରେ ନିହତ ହୋଇଛି ଇରାନ କମାଣ୍ଡର ଜେନେରାଲ କ୍ବାସିଲ ସୁଲେମାନୀ । ଏହାପରେ ପ୍ରତିଶୋଧ ପରାୟଣ ହୋଇପଡିଛି ଇରାନ । ଏପରିକି ଆମେରିକାର ଏହି ଭୁଲ ପରିଣାମ ଆମେରିକାକୁ ଭୋଗିବାକୁ ପଡିବ ବୋଲି ଚେତାବନୀ ମଧ୍ୟ ଦେଇସାରିଛି । ଏଭଳି ସ୍ଥିତିରେ ଆମେରିକା ଦୂତବାସ ପାକିସ୍ତାନରେ ଥିବା ଆମେରିକୀୟ ସରକାରୀ କର୍ମଚାରୀଙ୍କୁ ଯିବା ଆସିବାକୁ ମନା କରିଛି ।
ଏହି ଆଡଭାଇଜରିରେ କର୍ମଚାରୀଙ୍କ କୌଣସି ବ୍ୟକ୍ତିଗତ ଯାତ୍ରା କରିବାକୁ ବାରଣ କରାଯାଇଛି । ଏହାସହିତ ପାକିସ୍ତାନ ସମସ୍ତ ଆମେରିକା ନାଗରିକଙ୍କ ଗତିବିଧି ଉପରେ ନଜର ରଖିବାକୁ ମଧ୍ୟ କୁହାଯାଇଛି । ଏହାପୂର୍ବରୁ ବାଗଦାଦରେ ରହୁଥିବା ଆମେରିକା ଦୂତବାସଙ୍କ ବିଗୁଡିଥିବା ସ୍ଥିତିକୁ ଦେଖି ସମସ୍ତ ଆମେରିକା ନାଗରିକଙ୍କୁ ଫେରିଯିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଆମେରିକା ହେଉ ଅବା ଅନ୍ୟ କୌଣସି ଦେଶ ତୁରନ୍ତ ଫେରିଯିବାକୁ ଦୂତବାସ ପକ୍ଷରୁ କୁହାଯାଇଛି । ତେବେ ୟୁଏସର ରକ୍ଷା ବିଭାଗ ପେଣ୍ଟାଗନର ଏକ ବୟାନରେ କୁହାଯାଇଛି ବିଦେଶରେ ରହୁଥିବା ସମସ୍ତ ଆମେରିକା ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ ଏ ପଦକ୍ଷେପ ଇରାନ ଆକ୍ରମଣକୁ ରୋକିବାକୁ ନିଆଯାଇଛି ।