ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟ ନେତା ଜୋ ବିଡେନଙ୍କ ବିଜୟକୁ ସହଜରେ ଗ୍ରହଣ କରିପାରୁନଥିବା ଡୋନାଲ୍ଡ ଟ୍ରମ୍ପ ଶେଷରେ ନିଜ ପରାଜୟକୁ ସ୍ବୀକାର କରିଛନ୍ତି । ହେଲେ ଅଭିଯୋଗ ସହ ସାମ୍ନାକୁ ଆସିଛି ତାଙ୍କ ସ୍ବୀକାରୋକ୍ତି । ଟ୍ରମ୍ପ ଜୋ ବିଡେନଙ୍କ ବିଜୟକୁ ସ୍ବୀକାର କରିଛନ୍ତି ସତ, ମାତ୍ର ନିର୍ବାଚନରେ ଜାଲିଆତି ହୋଇଥିବା ନେଇ କରିଛନ୍ତି ଅଭିଯୋଗ ।
ରାଷ୍ଟ୍ରପତି ନିର୍ବାଚନ ପରେ ପ୍ରଥମ ଥର ଜନସାଧାରଣଙ୍କ ସାମ୍ନାକୁ ଆସିଥିବା ଟ୍ରମ୍ପ ନିର୍ବାଚନରେ ଜାଲିଆତି ହୋଇଥିବା ଅଭିଯୋଗ କରିଛନ୍ତି । ଟ୍ରମ୍ପ ଟ୍ବିଟ କରି ଲେଖିଛନ୍ତି, ନିର୍ବାଚନରେ ବିଡେନ ଜିତିଥିଲେ କିନ୍ତୁ ନିର୍ବାଚନକୁ ନିୟନ୍ତ୍ରଣ କରାଯାଇଥିଲା । ନିର୍ବାଚନ ସମୟରେ କୌଣସି ପର୍ଯ୍ୟବେକ୍ଷକଙ୍କୁ ସେଠାରେ ଉପସ୍ଥିତ ହେବାକୁ ଅନୁମତି ଦିଆଯାଇନଥିଲା । ନକଲି ମିଡିଆ ଆଖିରେ ଜିତିଥିବା କହିଛନ୍ତି ଟ୍ରମ୍ପ ।