ୱାଶିଂଟନ: ଆମେରିକାକୁ ନୂଆ ରାଷ୍ଟ୍ରପତି ମିଳିଛି । ଡେମୋକ୍ରାଟିକ ପାର୍ଟିର ଜୋ ବିଡେନ 46 ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଏହି ସମୟରେ ଫାଇଜର ଓ ଖାଦ୍ୟ ଓ ଔଷଧ ପ୍ରଶାସନ(ଏଫଡିଏ) କମ୍ପାନୀ ଭ୍ୟାକସିନ ବିଷୟରେ ଭଲ ଖବର ଦେଇଛନ୍ତି । ଏହି ଭ୍ୟାକସିନ କମ୍ପାନୀ ବିରୋଧରେ ଡୋନାଲ୍ଡ ଟ୍ରମ୍ପ ଏକ ଅଭିଯୋଗ ଆଣିଛନ୍ତି ।
ଟ୍ରମ୍ପ ଅଭିଯୋଗ ଆଣି କହିଛନ୍ତି, ନିର୍ବାଚନ ପୂର୍ବରୁ ଯଦି କୋଭିଡ ଟୀକା ଘୋଷଣା ହୋଇଥିଲେ, ସେ ହୁଏତ ନିର୍ବାଚନ ଜିତି ଯାଇଥାନ୍ତେ । ତେଣୁ ଜାଣିଶୁଣି କମ୍ପାନୀ ପକ୍ଷରୁ ଘୋଷଣା କରାଗଲା ନାହିଁ । ଆଉ ଫଳାଫଳର 5 ଦିନ ଦିନ ପରେ କୋଭିଡ ଟିକା 90 ପ୍ରତିଶତ ପ୍ରଭାବଶାଳୀ ବୋଲି ଦାବି କରାଗଲା ।
ସୋମବାର ଫାଇଜର କମ୍ପାନୀ କୋଭିଡ ଟିକା 90 ପ୍ରତିଶତ ପ୍ରଭାବଶାଳୀ ହୋଇପାରିଛି ବୋଲି କୁହାଯାଇଥିଲା । ଟିକା ବିଷୟରେ କମ୍ପାନୀ ବିସ୍ତୃତ ସୂଚନା ଦେଇନଥିଲେ ମଧ୍ୟ ଅନ୍ତିମ ପରୀକ୍ଷା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।
ଫାଇଜର କମ୍ପାନୀ ପକ୍ଷରୁ ଏହି ଘୋଷଣା ପରେ ଟ୍ରମ୍ପ ଟ୍ବିଟ କରି ଖୁସି ବ୍ୟକ୍ତି ଜଣାଇଥିଲେ । ଏହା ପରେ ସେ ଆଉ ଏକ ଟ୍ବିଟ କରି ଫାଇଜର ଓ ଫୁଡ ଓ ଡ୍ରଗ୍ସ ଆଡମିନିଷ୍ଟ୍ରେସନ ବିରୋଧରେ ଅଭିଯୋଗ ଆଣିଛନ୍ତି । ଯଦି ଆଗୁଆ କମ୍ପାନୀ କୋଭିଡ ଟିକା ବିଷୟରେ ଘୋଷଣା କରିଥାନ୍ତେ ତେବେ ସେ ଆଜି ନିର୍ବାଚିତ ହୋଇପାରିଥାନ୍ତେ ।
ଏହାପରେ ଆଉ ଏକ ଟ୍ବିଟ କରି ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ, ଯଦି ଜୋ ବିଜେନ ରାଷ୍ଟ୍ରପତି ହୋଇଥାନ୍ତେ, ତେବେ ଆସନ୍ତା 4 ବର୍ଷ ମଧ୍ୟରେ ଆମେରିକା କେତେ ଟିକା ପାଇନଥାନ୍ତା ।ଏମିତିକି ଆମେରିକା ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ ମଧ୍ୟ ଏତେ ଶୀଘ୍ର ଅନୁମୋଦନ ଦେଇନଥାନ୍ତା ।