ୱାସିଂଟନ୍: ଆମେରିକା ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ନାନ୍ସୀ ପେଲୋସି। ରବିବାର 216 ଜଣ ସଦସ୍ୟ ତାଙ୍କୁ ଆନୁଷ୍ଠାନିକ ଭାବରେ ଗୃହର ବାଚସ୍ପତି ଭାବେ ଭୋଟ ଦେଇ ପୁନଃ ନିର୍ବାଚିତ କରିଛନ୍ତି।
ଆମେରିକା ବାଚସ୍ପତି ଭାବେ ପୁନଃ ନିର୍ବାଚିତ ହେଲେ ନାନ୍ସୀ ପେଲୋସି - Democrat Nancy Pelosi
ନାନ୍ସୀ ପେଲୋସି ଆମେରିକା ଲୋକସଭାର ବାଚସ୍ପତି ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି। 216 ଜଣ ସଦସ୍ୟ ତାଙ୍କୁ ଆନୁଷ୍ଠାନିକ ଭାବରେ ଭୋଟ ଦେଇ ଜିତାଇଛନ୍ତି। ଅଧିକ ପଢନ୍ତୁ...
ତେବେ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପେଲୋସି 216 ଭୋଟ ପାଇଥିବା ବେଳେ ସଂଖ୍ୟାଲଘୁ ନେତା କେଭିନ୍ ମ୍ୟାକକାରଥି 209 ଭୋଟ ହାତେଇଥିଲେ। ସିନେଟର ଟମି ଡକୱଥ ଗୋଟିଏ ଭୋଟ ପାଇଥିଲେ ଏବଂ ପ୍ରତିନିଧି ହାକିମ ଜେଫ୍ରିସ ଗୋଟିଏ ଭୋଟ ପାଇଥିଲେ। ଦୀର୍ଘ 17 ବର୍ଷ ଗୃହ କାର୍ଯ୍ୟ କରିବା ପରେ ପେଲୋସି ତାଙ୍କ ନିର୍ବାଚନରେ ବିନା ଦ୍ବନ୍ଦରେ ଦୌଡିଥିଲେ। ସେ ହେଉଛନ୍ତି ପ୍ରଥମ ମହିଳା ଯିଏକି 2006 ରୁ 2011 ପର୍ଯ୍ୟନ୍ତ ଗୃହର ନେତୃତ୍ବ ନେଇଥିଲେ ।
ଗଣମାଧ୍ୟମ ସୂଚନା ଅନୁଯାୟୀ, ଭେଟେରାନ୍ ରାଜନେତାଙ୍କ ବିରୋଧରେ ପାଞ୍ଚ ଜଣ ଡେମୋକ୍ରାଟ୍ ଭୋଟ୍ ଦେଇଛନ୍ତି। ପେଲୋସି( 80) 2003 ଠାରୁ ହାଉସ ଡେମୋକ୍ରାଟିକ୍ ନେତା ରହିଆସିଛନ୍ତି ଏବଂ 2019 ଠାରୁ ଏବଂ ପୂର୍ବରୁ 2007 ରୁ 2011 ପର୍ଯ୍ୟନ୍ତ ଗୃହ ବାଚସ୍ପତି ଭାବରେ କାର୍ଯ୍ୟ କରିଛନ୍ତି। ଆହୁରି ମଧ୍ୟ , "ଡେମୋକ୍ରାଟିକ୍ ବିଦ୍ରୋହୀଙ୍କ ଏକ ଛୋଟ ଗୋଷ୍ଠୀ ସହିତ ଚୁକ୍ତି କରି ପେଲୋସି କହିଛନ୍ତି ଏହା ତାଙ୍କ ଶେଷ କାର୍ଯ୍ୟକାଳ ହେବ।"