ହାଇତି:ଭୂକମ୍ପର ଭୟଙ୍କର ତାଣ୍ଡବ । ଯାହା ଆମେରିକାର ପଶ୍ଚିମ ହାଇତିରେ ଘଟିଛି । ଅଗଷ୍ଟ ୧୪ ସମୟ ସକାଳ ୧୧ ବାଜି ୫୭ ମିନିଟ । କେହି କିଛି ଜାଣିବା ଆଗରୁ ୭.୨ ତିବ୍ରତାର ଭୂକମ୍ପରେ ଥରି ଉଠିଥିଲା ହାଇତି ସହର । ଆଉ ଆଖି ପିଛୁଳାକେ ଲିଭିଯାଇଥିଲା ଅନେକ ଜୀବନ ଦୀପ । ଭୂକମ୍ପର ମାତ୍ରା ଏତେ ଭୟଙ୍କର ଥିଲା ଯେ ଅନେକ ବଡ ବଡ କୋଠା ମାଟିରେ ମିଶିଥିବା ବେଳେ ସ୍ତବ୍ଧ ହୋଇଯାଇଥିଲା ହାଇତ ସହର । ଆଉ ଆଜିପର୍ଯ୍ୟନ୍ତ ବି ସ୍ତବ୍ଧ ହୋଇ ରହିଛି ଏହି ସହର । ମୃତ୍ୟୁର କରାଳରୂପ ଏତେ ଯେ ଭୟଙ୍କ ହୋଇପାରେ ଗତ ଶନିବାର ଅତି ନିକଟରୁ ଦେଖିଥିଲେ ହାଇତି ସହରରେ ରହୁଥିବା ଜନସାଧାରଣ ।
ଭୂକମ୍ପକୁ ବିତିଗଲାଣି ୬ ଦିନ ହେଲେ ଯେତେ ଖୋଜା ଚାଲିଛି ମୃତଦେହ ସେତେ ବାହାରକୁ ବାହାରିବାର ଲାଗିଛି । ଦୀର୍ଘ ୬ ଦିନ ହେବ ଭୂକମ୍ପରେରେ ଚାପି ହୋଇପ୍ରାଣ ହରାଇଥିବା ଲୋକଙ୍କ ଉଦ୍ଧାରକାର୍ଯ୍ୟ ଆଜି ପର୍ଯ୍ୟନ୍ତ ଜାରି ରହିଛି । ଦିନ ଗଡିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ପ୍ରଥମ ଦିନରେ ୨୯ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ଏହା ୨ହଜାର ୧୮୯କୁ ବୃଦ୍ଧି ପାଇଛି ।