ୱାଶିଂଟନ: ଆମେରିକାରେ କୋରୋନା ଭାଇରସରେ ଏବେ ପର୍ଯ୍ୟନ୍ତ 11 ହଜାର ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି । ଯେଉଁଥିରେ କେବଳ ନ୍ୟୁୟର୍କ ରାଜ୍ୟର 4,758 ଜଣ ଅଛନ୍ତି । ଏମିତି ସ୍ଥିତି ଉପୁଜିଛି ଯେ ନ୍ୟୁୟର୍କରେ ଶବଦାହ ପାଇଁ କବରସ୍ଥାନର ଅଭାବ ଦେଖାଦେଇଛି । ଫଳରେ ଅଧିକାରୀ ମାନେ ଅସ୍ଥାୟୀ ଭାବରେ ସାର୍ବଜନୀନ ଜାଗାରେ ଶବଦାହ କରିବା ପାଇଁ ଯୋଜନା କରୁଛନ୍ତି । ଯେତେବେଳେ ସ୍ଥିତି ସୁଧୁରି ଯିବ ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କ ଇଚ୍ଛା ମୁତାବକ ଜାଗାରେ ପୋତି ଦିଆଯିବ ।
ନ୍ୟୁୟର୍କରେ ବଢୁଛି ମୃତକଙ୍କ ସଂଖ୍ୟା, କବରସ୍ଥାନରେ ନାହିଁ ଜାଗା - #covid-19
ଆମେରିକା ନ୍ୟୁୟର୍କ ସିଟିର ସ୍ଥିତି ଅତି ସଙ୍ଗୀନ ହୋଇ ପଡିଛି । ମୃତକଙ୍କ ସଂଖ୍ୟା ପ୍ରତିଦିନ ବଢୁଥିବାବେଳେ ଶବଦାହ ପାଇଁ ଆଉ ଜାଗା ନଥିବା ଜଣାପଡିଛି । ଲୋକେ ଭୟଭୀତ ହୋଇ ଦିନ କାଟୁଛନ୍ତି । ସମ୍ପୂର୍ଣ୍ଣ ଖବର ପଢନ୍ତୁ...
ନ୍ୟୁୟର୍କ ଓ ନ୍ୟୁଜର୍ସୀରେ ବହୁତ ସଂଖ୍ୟାରେ ଭାରତୀୟ ସଂକ୍ରମିତ ହୋଇଛନ୍ତି । ଅନେକଙ୍କ ମୃତ୍ୟୁ ମଧ୍ୟ ହୋଇସାରିଲାଣି । କିନ୍ତୁ ଏବେ ପର୍ଯ୍ୟନ୍ତ ସଠିକ ସଂଖ୍ୟା ଜଣାପଡିନାହିଁ । ଏଠାରେ ରହୁଥିବା ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଟିଭି ସୋସିଆଲ ମିଡିଆ ଦେଖିବାକୁ ଭୟ କରୁଛନ୍ତି । ଅନେକ ଲୋକ ଡିପ୍ରେସନକୁ ପଳେଇଲେଣି । ସେଠାରେ ରହୁଥିବା ଏକ ଭାରତୀୟ ଆଇଟି ପ୍ରଫେସନାଲ କହିଛନ୍ତି ଯେ ସମସ୍ତଙ୍କର ଟେଷ୍ଟ କରାଯାଉନାହିଁ । ଯେଉଁମାନେ 40 ବର୍ଷରୁ ଉର୍ଦ୍ଧ୍ବ ଏହାସହ ସେମାନଙ୍କର କିଡନୀ, ହୃଦରୋଗ ଆଦି ରହିଛି ସେମାନଙ୍କର ଟେଷ୍ଚ କରାଯାଉଛି । ଏହାସହ ଯଦି 911 ନଂ ରେ ଡାଏଲ କରି କୋରୋନା ଲକ୍ଷଣ ଦେଖାଯାଉଥିବା କିଛି ବ୍ୟକ୍ତି କହୁଛନ୍ତି ତେବେ ସେମାନଙ୍କୁ ଆଇସୋଲେସନରେ ରହିବା ପାଇଁ ପରାମର୍ଶ ଦିଆଯାଉଛି । ଏହାସହ ସେ କହିଛନ୍ତି ଯେ, ନ୍ୟୁୟର୍କରେ ଭଡାଟିଆଙ୍କୁ ଭଡା ମାଲିକମାନେ କାଢି ପାରିବେ ନାହିଁ । କାରଣ 3 ମାସର ଭଡା ସରକାର ବହନ କରୁଛନ୍ତି ।