ଓଡିଶା

odisha

By

Published : May 4, 2021, 10:42 AM IST

ETV Bharat / international

ଆମେରିକାରୁ ଭାରତ ଆସୁଥିବା ମେଡିକାଲ ସାମଗ୍ରୀ ବିମାନରେ ବିଳମ୍ବ

ବାୟୁସେନା ବିମାନ ଜୀବନ ରକ୍ଷାକାରୀ ମେଡିକାଲ ସାମଗ୍ରୀ ସହିତ ଭାରତ ଅଭିମୁଖେ ଯାତ୍ରା କରିବାକୁ ସ୍ଥିର ହୋଇଥିଲା ମାତ୍ର ରକ୍ଷଣାବେକ୍ଷଣ ସମସ୍ୟା ହେତୁ ବୁଧବାର ପର୍ଯ୍ୟନ୍ତ ବିଳମ୍ବ ହୋଇଛି ବୋଲି ପେଣ୍ଟାଗନ୍ ସୋମବାର ସୂଚନା ଦେଇଛି । ଅଧିକ ପଢନ୍ତୁ...

ଭାରତକୁ କୋଭିଡ ସହାୟତା
ଭାରତକୁ କୋଭିଡ ସହାୟତା

ୱାଶିଂଟନ: ଆମେରିକାରରୁ ଆସୁଥିବା ମେଡିକାଲ ସାମଗ୍ରୀ ବିଳମ୍ବରେ ପହଞ୍ଚିବ । ବାୟୁସେନା ବିମାନ ଜୀବନ ରକ୍ଷାକାରୀ ମେଡିକାଲ ସାମଗ୍ରୀ ସହିତ ଭାରତ ଅଭିମୁଖେ ଯାତ୍ରା କରିବାକୁ ସ୍ଥିର ହୋଇଥିଲା ମାତ୍ର ରକ୍ଷଣାବେକ୍ଷଣ ସମସ୍ୟା ହେତୁ ବୁଧବାର ପର୍ଯ୍ୟନ୍ତ ବିଳମ୍ବ ହୋଇଛି ବୋଲି ପେଣ୍ଟାଗନ୍ ସୋମବାର ସୂଚନା ଦେଇଛି ।

ପେଣ୍ଟାଗନ୍ ମୁଖପାତ୍ର କହିଛନ୍ତି ଯେ USTRANSCOM ପକ୍ଷରୁ ବିମାନରେ ସମସ୍ୟା ଥିବା କୁହାଯାଇଛି । ରକ୍ଷଣାବେକ୍ଷଣ ସମସ୍ୟା ହେତୁ ଭାରତ ବିମାନ ବୁଧବାର ପର୍ଯ୍ୟନ୍ତ ବିଳମ୍ବ ହୋଇଛି ଏପର୍ଯ୍ୟନ୍ତ କେବଳ ଦୁଇଟି ବାୟୁସେନା ବିମାନ ଭାରତରେ ଅବତରଣ କରିଛି ।

ତିନୋଟି ବାୟୁସେନା C-5 ସୁପର ଗାଲାକ୍ସି ଏବଂ ଗୋଟିଏ C-17 ଗ୍ଲୋବାମାଷ୍ଟର ସୋମବାର ଭାରତ ଯିବା ପାଇଁ ସ୍ଥିର ହୋଇଥିଲା । ଏହାପୂର୍ବରୁ ପେଣ୍ଟାଗନ୍ ପ୍ରେସ ସଚିବ ଜନ୍ କିର୍ବି ଗଣମାଧ୍ୟମକୁ କହିଛନ୍ତି ଯେ କୋଭିଡ-19 ର ସବୁଠାରୁ ଭୟଙ୍କର ବିସ୍ଫୋରଣର ସମ୍ମୁଖୀନ ହୋଇଥିବା ଭାରତ ପାଇଁ ସ୍ୱାସ୍ଥ୍ୟସେବା ସାମଗ୍ରୀ ସହିତ ଆମେରିକା ବିମାନ ଉଡ଼ାଣ ଜାରି ରଖିବ ।

କଂଗ୍ରେସମ୍ୟାନ ଆଲାନ ଲୋଏଣ୍ଟାଲ କହିଛନ୍ତି ଯେ ବାଇଡେନ ପ୍ରଶାସନ ପ୍ରାରମ୍ଭିକ ସମୟରେ ଉଚିତ୍ ପଦକ୍ଷେପ ନେଇଛି କିନ୍ତୁ ଭାରତରେ ଏହି ଦୁଃଖଦ ଘଟଣା ଅସହ୍ୟ। ସେ କହିଛନ୍ତି, ‘ଟୀକାକରଣକୁ ସୁଗମ କରିବା ପାଇଁ ଆମକୁ ଅଧିକ କିଛି କରିବାକୁ ପଡିବ। ଜୀବନ ରକ୍ଷା କରିବା ଏବଂ ନୂତନ ପ୍ରକାରର ଭୟାବହ ବିପଦକୁ ହ୍ରାସ କରିବା ଆମର କର୍ତ୍ତବ୍ୟ ’ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details