ଓଡିଶା

odisha

ETV Bharat / international

ବ୍ରିଟେନରେ ପୁଣି ଚିନ୍ତା ବଢାଇଲାଣି କୋରୋନା, BA2 ବଢାଉଛି ସଂକ୍ରମଣ

ବ୍ରିଟେନରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କୋଭିଡ ଭାରିଆଣ୍ଟ BA2 ପାଇଁ ଏହି ସଂକ୍ରମଣ ବଢ଼ୁଥିବା ବିଶେଷଜ୍ଞମାନେ କହିଛନ୍ତି । ଅଧିକ ପଢନ୍ତୁ

ବ୍ରିଟେନରେ ପୁଣି ଚିନ୍ତା ବଢାଉଛି କୋରୋନା, BA2 ବଢାଉଛି ସଂକ୍ରମଣ
ବ୍ରିଟେନରେ ପୁଣି ଚିନ୍ତା ବଢାଉଛି କୋରୋନା, BA2 ବଢାଉଛି ସଂକ୍ରମଣ

By

Published : Mar 12, 2022, 11:39 AM IST

ଲଣ୍ଡନ:ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ବ୍ରିଟେନରେ ଚିନ୍ତା ବଢାଉଛି ସଂକ୍ରମଣ । ବ୍ରିଟେନରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗୋଟିଏ ସପ୍ତାହରେ ମୋଟ ୩ ଲକ୍ଷ ୪୬ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ସପ୍ତାହ ତୁଳନାରେ ଏହା ୪୬ ପ୍ରତିଶତ ଅଧିକ । କୋଭିଡ ଭାରିଆଣ୍ଟ BA2 ପାଇଁ ଏହି ସଂକ୍ରମଣ ବଢ଼ୁଥିବା ବିଶେଷଜ୍ଞମାନେ କହିଛନ୍ତି ।

ଜାତୀୟ ପରିସଂଖ୍ୟାନ ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୫ ତାରିଖରୁ ଏକ ସପ୍ତାହ ମଧ୍ୟରେ ଇଂଲଣ୍ଡର ପ୍ରାୟ ୨.୧ ନିୟୁତ ଲୋକ ଏହି ଜୀବାଣୁ ସଂକ୍ରମିତ ହୋଇଛନ୍ତି । ୯୫ ହଜାର ଘରୋଇ ସ୍ୱାବ ପରୀକ୍ଷଣରୁ ମିଳିଥିବା ତଥ୍ୟ ଅନୁସାରେ ଇଂଲଣ୍ଡରେ ପ୍ରତି ୨୫ ଜଣରୁ ଜଣେ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି । ଫେବୃଆରୀ ୨୪ରେ ସମସ୍ତ କୋଭିଡ କଟକଣା ହଟାଇ ଦେଇଥିଲେ ବ୍ରିଟେନ ସରକାର । ବିଶେଷ କରି ୫୫ ବର୍ଷରୁ ଅଧିକ ବର୍ଗର ଲୋକ ଆକ୍ରାନ୍ତ ହେଉଛନ୍ତି ।

ଗତ ଡିସେମ୍ବର ଏବଂ ଜାନୁଆରୀରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ରକେଟ ସ୍ତରରେ ବୃଦ୍ଧି ପାଇଥିଲା । ଗତ ସପ୍ତାହରେ ଇଂଲଣ୍ଡରେ ୨୦ ଜଣରୁ ଜଣେ କୋଭିଡରେ ଆକ୍ରାନ୍ତ ହେଉଛନ୍ତି । ସେହିପରି ଉତ୍ତର ଆୟର୍ଲ୍ୟାଣ୍ଡରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । UKHSA ର ମାଲିକ ଡା.ଜେନି ହ୍ୟାରିସ୍ ଚେତାବନୀ ଦେଇଛନ୍ତି ଯେ ବର୍ତ୍ତମାନସୁଦ୍ଧା ମହାମାରୀ ଶେଷ ହୋଇନାହିଁ। କୋଭିଡ ଭାରିଆଣ୍ଟ ବିଏ-ଟୁ(BA2 variant) ପାଇଁ ଏହି ସଂକ୍ରମଣ ବଢ଼ୁଥିବା ଲଣ୍ଡନର ଇମ୍ପେରିଆଲ କଲେଜର ବିଶେଷଜ୍ଞମାନେ କହିଛନ୍ତି ।

ABOUT THE AUTHOR

...view details