ୱାସିଂଟନ୍: ଆମେରିକାରେ କୋରୋନା ସ୍ଥିତି ଉତ୍କଟଜନକ। ଭାଇରସ ବିସ୍ତାର ହେବା ଦିନରୁ ଏହି ଶକ୍ତିଶାଳୀ ରାଷ୍ଟ୍ର ସଂକ୍ରମଣରେ ନିଜର ସ୍ଥାନକୁ ପ୍ରଥମରେ ବଜାଇ ରଖିଛି। ତେବେ ଏଭଳି ସ୍ଥିତିରେ ରାଷ୍ଟ୍ରପତି ଟ୍ରମ୍ପ ଲୋକଙ୍କୁ ଏକ ଆଶ୍ବାସନା ଦେଇଛନ୍ତି। ଶୁକ୍ରବାର ହ୍ବାଇଟ ହାଉସରେ ହୋଇଥିବା ବୈଠକରେ ଟ୍ରମ୍ପ କହିଛନ୍ତି ଏପ୍ରିଲ 2021 ସୁଦ୍ଧା ପ୍ରତ୍ୟେକ ଆମେରିକୀୟଙ୍କୁ ମିଳିବ କୋଭିଡ୍ ଟିକା ।
"ଟ୍ରମ୍ପ କହିଛନ୍ତି ଯେ ପ୍ରତି ମାସରେ ଶହ ଶହ କୋଟି ଡୋଜ ମେଡିସିନ୍ ଉପଲବ୍ଧ ହେବ। ଏବଂ ଆମେ ଆଶା କରୁଛୁ ଏପ୍ରିଲ ସୁଦ୍ଧା ପ୍ରତ୍ୟେକ ଆମେରିକୀୟଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଟିକା ମିଳିବ ଏବଂ ମୁଁ ପୁନର୍ବାର କହିବି ଯେ ପରବର୍ତ୍ତୀ ପର୍ଯ୍ୟାୟରେ ମଧ୍ୟ ଏହାର ବିତରଣ ପ୍ରକ୍ରିୟା ଦ୍ରୁତଗତିରେ ବଢିବ।"