ୱାଶିଂଟନ: ହସ୍ପିଟାଲରେ ଭର୍ତ୍ତି ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କୋରୋନା ସଂକ୍ରମିତ ହେବା ପରେ ଆର୍ମି ହସ୍ପିଟାଲ ୱାଲ୍ଟର ରିଡରେ ଚିକିତ୍ସିତ ହେଉଛନ୍ତି ଟ୍ରମ୍ପ । ଏହି ସମୟରେ ସେ ନିଜର କାର୍ଯ୍ୟକାରୀ ଜାରି ରଖିବେ ବୋଲି ହ୍ବାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । ଚିକିତ୍ସା ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ଡୋନାଲ୍ଡଙ୍କୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ଗତ ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଆମେରିକାର ପ୍ରଥମ ମହିଳା ମେଲାନିଆ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏନେଇ ଟ୍ରମ୍ପ ଟୁଇଟ କରି ସୂଚନା ଦେଇଥିଲେ । କୋରୋନା ସଂକ୍ରମିତ ଟ୍ରମ୍ପ ଦମ୍ପତି ଜଣାପଡିବା ପରେ ସମସ୍ତେ ଉଭୟଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ସମସ୍ତଙ୍କ ସହଯୋଗ ପାଇ ଟ୍ରମ୍ପ ନିଜ ଟ୍ବିଟର ହ୍ୟାଣ୍ଡେଲ ଏକ ଭିଡିଓ ସେୟାର କରି ସମସ୍ତଙ୍କୁ ଧନ୍ଯବାଦ ଜଣାଇଛନ୍ତି । ବର୍ତ୍ତମାନ ସେ ଏବଂ ପତ୍ନୀ ମେଲାନିଆ ସୁସ୍ଥ ଅଛନ୍ତି ବୋଲି କହିଥିଲେ ।