ଓଡିଶା

odisha

ETV Bharat / international

ନ୍ୟୁୟର୍କର କିଛି ଅଞ୍ଚଳରେ ଜାରି ରହିବ ଲକଡାଉନ - ନ୍ୟୁୟର୍କ କୋରୋନା ଅପଡେଟ

ସୋମବାର ସହରର 7500 ଆଣ୍ଟି ବଡି ଟେଷ୍ଟିଂ ହୋଇଛି । ଏମାନଙ୍କ ମଧ୍ୟରୁ 14.9 ପ୍ରତିଶତ ପଜିଟିଭ ସ୍ପଷ୍ଟ ହୋଇଛନ୍ତି । ଅଧିକ ପଢନ୍ତୁ...

ନ୍ୟୁୟର୍କର କିଛି ଅଞ୍ଚଳରେ ଜାରି ରହିବ ଲକଡାଉନ
ନ୍ୟୁୟର୍କର କିଛି ଅଞ୍ଚଳରେ ଜାରି ରହିବ ଲକଡାଉନ

By

Published : Apr 28, 2020, 7:36 PM IST

ନ୍ୟୁୟର୍କ: କୋଭିଡ 19 ଯୋଗୁଁ ଜାରି ହୋଇଥିବା ଲକଡାଉନର ଅବଧି ନ୍ୟୁୟର୍କରେ ମେ 15ରେ ଶେଷ ହେଉଛି । ତେବେ ପରିସ୍ଥିତିକୁ ଦେଖି କିଛି ଅଞ୍ଚଳରେ ଏହି ଅବଧିର ସମୟସୀମା ବୃଦ୍ଧି କରାଯାଇପାରେ । ଏନେଇ ନ୍ୟୁୟର୍କ ଗଭର୍ଣ୍ଣର ଆଣ୍ଡୃ କ୍ୟୁମୋ ସୂଚନା ଦେଇଛନ୍ତି ।

ଆମେରିକାରେ କୋରୋନା ସ୍ଥିତି ଅତ୍ୟଧିକ ଖରାପ ହୋଇଥିବାବେଳେ ନ୍ୟୁୟର୍କରେ ପରିସ୍ଥିତି ସବୁଠୁ ବିପଦଜନକ ରହିଛି । ଏପରି ସମୟରେ ସମ୍ପୂର୍ଣ୍ଣ ଲକଡାଉନ ଉଠାଇଲେ ଏହା ସ୍ମାର୍ଟ ନିଷ୍ପତ୍ତି ହେବନି । ତେଣୁ ପରିସ୍ଥିତି ଦେଖି ନ୍ୟୁୟର୍କରେ ଅନେକ ଅଞ୍ଚଳରେ ଲକଡାଉନ ଜାରି ରହିବ । ଏହାସହ ସାମ୍ପଲ ପରୀକ୍ଷାକୁ ଅଧିକ ଗୁରୁତ୍ବ ଦିଆଯାଉଛି । ସୋମବାର ସହରର 7500 ଆଣ୍ଟି ବଡି ଟେଷ୍ଟିଂ ହୋଇଛି । ଏମାନଙ୍କ ମଧ୍ୟରୁ 14.9 ପ୍ରତିଶତ ପଜିଟିଭ ସ୍ପଷ୍ଟ ହୋଇଛନ୍ତି ।

ସେହିପରି ସହରର ଅନେକ ପ୍ରାଇଭେଟ କ୍ଲିନିକରେ ସେଲଫ୍ ସ୍ବାବ ଟେଷ୍ଟ ଆରମ୍ଭ ହୋଇଛି । ଯେଉଁଥିରେ ଲୋକେ ସ୍ବାସ୍ଥ୍ୟ କର୍ମୀଙ୍କ ନିର୍ଦ୍ଦେଶରେ ନିଜେ ସାମ୍ପଲ ପ୍ରଦାନ କରିବେ । ଏହାସହ ଲୋକଙ୍କ ବ୍ୟାୟାମ, ଯୋଗ ପାଇଁ ନ୍ୟୁୟର୍କ ସହରର ପ୍ରାୟ 40 ମାଇଲ ରାସ୍ତା ବନ୍ଦ ରହିବ । ଫଳରେ ସେମାନେ ଏଠାରେ ଚଲାବୁଲା କରିପାରିବେ । ଆକ୍ରାନ୍ତଙ୍କ କଣ୍ଟାକ୍ଟରେ ଆସିଥିବା ଲୋକଙ୍କୁ ଚିହ୍ନଟ ପାଇଁ ସରକାର ପ୍ରାୟ 1000 ନୂଆ ସ୍ବାସ୍ଥ୍ୟ କର୍ମୀଙ୍କୁ ନିଯୁକ୍ତି ଦେଇଛନ୍ତି ।

ABOUT THE AUTHOR

...view details