ଓଡିଶା

odisha

ETV Bharat / international

ଏପ୍ରିଲରେ ପ୍ରତିଦିନ 80 ହଜାର କୋରୋନା ପଜିଟିଭ ରେକର୍ଡ

ଏବେ ସୁଦ୍ଧା 35 ଲକ୍ଷରୁ ଅଧିକ କେସ ଓ 2 ଲକ୍ଷ 50 ହଜାରରୁ ଅଧିକ ମୃତ୍ୟୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ନିକଟରେ ରେକର୍ଡ ହୋଇଛି । ପୂର୍ବ ୟୁରୋପ, ଆଫ୍ରିକା, ଦକ୍ଷିଣ ପୂର୍ବ ଏସିଆ, ଆମେରିକାରେ ଅଧିକ କେସ ରିପୋର୍ଟ ହୋଇଛି । ଅଧିକ ପଢନ୍ତୁ...

ଏପ୍ରିଲରେ ପ୍ରତିଦିନ 80 ହଜାର କୋରୋନା ପଜିଟିଭ ରେକର୍ଡ
ଏପ୍ରିଲରେ ପ୍ରତିଦିନ 80 ହଜାର କୋରୋନା ପଜିଟିଭ ରେକର୍ଡ

By

Published : May 7, 2020, 11:07 PM IST

ନ୍ୟୁୟର୍କ: କୋରୋନା ପ୍ରକୋପରେ ସାରା ବିଶ୍ବ ଥରହର । ଏହି ସମୟରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏକ ଚକିତକର ତଥ୍ୟ ପ୍ରଦାନ କରିଛି । ଏପ୍ରିଲ ମାସରେ ପ୍ରତିଦିନ ହାରାହାରି 80 ହଜାର କୋଭିଡ-19 କେସ ବାହାରିଥିବା ସଙ୍ଗଠନ ସୂଚନା ଦେଇଛି ।

ଏହାସହ ଏହି ସମୟରେ ଦକ୍ଷିଣ ଏସିଆରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାବେଳେ ପଶ୍ଚିମ ୟୁରୋପରେ କିଛି କମିଛି । ଭାରତ ଓ ବାଂଲାଦେଶରେ ଦ୍ରୁତ ଗତିରେ ଏହି ଅଭିବୃଦ୍ଧି ଘଟିଛି । ସାରା ବିଶ୍ବରେ ଏପ୍ରିଲ ମାସରେ ପ୍ରାୟ ଦିନକୁ 80 ହଜାର କେସ ବାହାରିଛି । ଏନେଇ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି ଯେ ସମସ୍ତ ରାଷ୍ଟ୍ର ସ୍ବାସ୍ଥ୍ୟସେବାକୁ ଗୁରୁତ୍ବ ଦେବା ଆବଶ୍ୟକ । ତୃଣମୂଳ ସ୍ତରରେ ଏହାର ଉନ୍ନତି ବିଷୟରେ ଚିନ୍ତା କରିବାର ଆବଶ୍ୟକତା ରହିଛି । ସମସ୍ତ ରାଜ୍ୟ ଯେପରି ଆଞ୍ଚଳିକ ସ୍ତରରେ ଏହାକୁ ଅଟକାଇପାରିବେ ସେ ଚେଷ୍ଟା କରନ୍ତୁ ବୋଲି ଏହା ପରାମର୍ଶ ଦେଇଛି ।

ଏବେ ସୁଦ୍ଧା 35 ଲକ୍ଷରୁ ଅଧିକ କେସ ଓ 2 ଲକ୍ଷ 50 ହଜାରରୁ ଅଧିକ ମୃତ୍ୟୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ନିକଟରେ ରେକର୍ଡ ହୋଇଛି । ପୂର୍ବ ୟୁରୋପ, ଆଫ୍ରିକା, ଦକ୍ଷିଣ ପୂର୍ବ ଏସିଆ, ଆମେରିକାରେ ଅଧିକ କେସ ରିପୋର୍ଟ ହୋଇଛି । ୟୁରୋପରେ ଏହି ମାମଲା କମିବାର କାରଣ ଏଠାରେ ଅଧିକ ଏବଂ ଦ୍ରୁତ ଟେଷ୍ଟ ହୋଇଛି । ଟେଷ୍ଟିଂରେ ଯେଉଁ ଦେଶ ସଫଳ ହୋଇଛି ସେଠାରେ କୋରୋନା ମାମଲା କମ ରହିଥିବା ଜଣାପଡିଛି । କୌଣସି ନିର୍ଦ୍ଦିଷ୍ଟ ଜାଗାରେ ଏହି ମାମଲା କମିନାହିଁ କିମ୍ବା ବଢି ନାହିଁ । ଯିଏ ଯେତେ ଦୃଢ ମୁକାବିଲା କରିଛି ସେଠାରେ ସେତେ ଶୀଘ୍ର ସଂଖ୍ୟା କମିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି ।

ABOUT THE AUTHOR

...view details