ଓଡିଶା

odisha

By

Published : Apr 27, 2020, 6:59 PM IST

ETV Bharat / international

କୋରୋନା ଟ୍ରେସିଂ ଆପ: ଅଷ୍ଟ୍ରେଲିଆରେ 10 ଲକ୍ଷରୁ ଅଧିକ ଡାଉନଲୋଡ

ରବିବାର ରାତି ସାଢେ 10ଟା ସୁଦ୍ଧା ଏହା 10 ଲକ୍ଷ ଥର ଡାଉନଲୋଡ ହୋଇସାରିଥିଲା । ସେହିପରି ସୋମବାର ସକାଳ 6ଟା ସୁଦ୍ଧା ଏଥିରେ 1.13 ମିଲିୟନ ଥର ବୃଦ୍ଧି ଘଟିଛି । ଅଧିକ ପଢନ୍ତୁ...

କୋରୋନା ଟ୍ରେସିଂ ଆପ: ଅଷ୍ଟ୍ରେଲିଆରେ 10 ଲକ୍ଷରୁ ଅଧିକ ଡାଉନଲୋଡ
କୋରୋନା ଟ୍ରେସିଂ ଆପ: ଅଷ୍ଟ୍ରେଲିଆରେ 10 ଲକ୍ଷରୁ ଅଧିକ ଡାଉନଲୋଡ

କାନବେରା: ଅଷ୍ଟ୍ରେଲିଆ ସରକାର ରବିବାର କୋରୋନା ଭାଇରସ ଟ୍ରେସିଂ ଆପ୍ ଲଞ୍ଚ କରିଛନ୍ତି । ତେବେ ଲଞ୍ଚ ହେବାର କିଛି ଘଣ୍ଟା ମଧ୍ୟରେ ଏହାକୁ 10 ଲକ୍ଷରୁ ଅଧିକ ଲୋକ ଡାଉନଲୋଡ କରିସାରିଲେଣି । ସନ୍ଧ୍ୟା 6ଟାରେ କୋଭିଡ 19 ସେଫ ଆପ୍ ଲଞ୍ଚ ହୋଇଥିଲା ।

ସୋମବାର ସ୍ବାସ୍ଥ୍ୟ ମନ୍ତ୍ରୀ ଗ୍ରେଗ ହଣ୍ଟ କହିଛନ୍ତି ଯେ ରବିବାର ରାତି ସାଢେ 10ଟା ସୁଦ୍ଧା ଏହା 10 ଲକ୍ଷ ଥର ଡାଉନଲୋଡ ହୋଇସାରିଥିଲା । ସେହିପରି ସୋମବାର ସକାଳ 6ଟା ସୁଦ୍ଧା ଏଥିରେ 1.13 ମିଲିୟନ ଥର ବୃଦ୍ଧି ଘଟିଛି । ସରକାର ପ୍ରଥମ 5 ଦିନରେ ଯାହା ଆଶା ରଖିଥିଲେ ତାହା ଲଞ୍ଚ ହେବାର ପ୍ରଥମ 5 ଘଣ୍ଟାରେ ଡାଉନଲୋଡ ହୋଇଯାଇଥିଲା ବୋଲି ହଣ୍ଟ କହିଛନ୍ତି । ଏଥିରୁ ଅଷ୍ଟ୍ରେଲିଆରେ ଲୋକେ କେତେ ସଚେତନ ଓ ଆତଙ୍କିତ ତାହା ସ୍ପଷ୍ଟ ହେଉଛି ।

ଏହି ଆପ୍ ଦ୍ବାରା କୋଭିଡ 19 ପଜିଟିଭ ବ୍ୟକ୍ତିକୁ ସରକାର ତୁରନ୍ତ ଧରିପାରିବେ । ସେହିପରି ଆକ୍ରାନ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ଥିବା ସମସ୍ତ ବ୍ୟକ୍ତିଙ୍କୁ ମଧ୍ୟ ଟ୍ରେସ କରିହେବ । ବ୍ଲୁଟୁଥ୍ ଦ୍ବାରା ଆପ୍ ବ୍ୟବହାରକାରୀଙ୍କ 1.5 ମିଟର ଭିତରେ ଥିବା ସମସ୍ତ ଲୋକଙ୍କୁ ଏହାଦ୍ବାରା ଜାଣିହେବ । ଏପର୍ଯ୍ୟନ୍ତ ସରକାର 500 ଆକ୍ରାନ୍ତଙ୍କ ସଂକ୍ରମଣର ମୂଳ କାରଣ ଜାଣିପାରିନାହାନ୍ତି ଯାହା ଏହି ଆପ୍ ଦ୍ବାରା ଜାଣିବାକୁ ପାଇବେ ସରକାର ।

ତେବେ ସୁରକ୍ଷା ଦୃଷ୍ଟିରୁ ଦେଶର 40 ପ୍ରତିଶତ ଲୋକ ଏହି ଆପ ଡାଉନଲୋଡ କରନ୍ତୁ ବୋଲି ସରକାର ପୂର୍ବରୁ ପରାମର୍ଶ ଦେଇଥିଲେ । ଏବେ ଯାଏଁ ଦେଶରେ 6719 ଆକ୍ରାନ୍ତ ଓ 83 ମୃତ୍ୟୁ ସ୍ପଷ୍ଟ ହୋଇଛି । ଏହାସହ 5000ରୁ ଉର୍ଦ୍ଧ୍ବ ଲୋକ ସୁସ୍ଥ ହୋଇଛନ୍ତି । ଏହି ଆପ୍ କେବଳ ସ୍ବାସ୍ଥ୍ୟ କର୍ମୀ ବା ଅଧିକାରୀ ବ୍ୟବହାର କରିପାରିବେ ବୋଲି ସରକାର କଡା ଚେତାବନୀ ଦେଇଛନ୍ତି । ସ୍ବାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟ ବିନା ଅନ୍ୟ କୌଣସି କାର୍ଯ୍ୟ ପାଇଁ ଏହାକୁ ବ୍ୟବହାର କଲେ ଦଣ୍ଡ ମିଳିବ ବୋଲି ସରକାର କହିଛନ୍ତି ।

ABOUT THE AUTHOR

...view details