ୱାଶିଂଟନ: କୋରୋନାର ପ୍ରଳୟଙ୍କରୀ ରୂପ ଦେଖିଛି ବିଶ୍ବର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ପ୍ରତିଦିନ ହଜାର ହଜାର ସଂକ୍ରମଣ ରିପୋର୍ଟ, ମୃତ୍ୟୁ ସଂଖ୍ୟା ମଧ୍ୟ ତଦନୁଯାୟୀ ବୃଦ୍ଧି ଘଟୁଛି । ଏହାଭିତରେ ଆମେରିକାରେ ଏକ ମେମୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଦର୍ଶାଯାଇଛି ଯେ, କୋଭିଡ-19 ହିଷ୍ଟ୍ରି ଥିବା ଯୁବକଙ୍କୁ ସେନାରେ ଭର୍ତ୍ତି କରାଯିବ ନାହିଁ ।
ଆମେରିକାର ମିଲିଟାରୀ ଏଣ୍ଟର୍ସ ପ୍ରୋସେସିଂ କମାଣ୍ଡରର ଏହି ମେମୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ମେମୋରେ ଦର୍ଶାଯାଇଛି ଯେ ଜଣେ ବ୍ୟକ୍ତି ଯିଏ ଲ୍ୟାବ ଟେଷ୍ଟରେ କୋରୋନା ପଜିଟିଭ ରହିଛନ୍ତି କିମ୍ବା ଚିକିତ୍ସା କରିଛନ୍ତି ସେ ନିଯୁକ୍ତି ପାଇଁ ଅସ୍ଥାୟୀ ଭାବରେ ଅଯୋଗ୍ୟ ଅଟନ୍ତି ।
ମିଲିଟାରୀ ଟାଇମ୍ସ ଅନୁଯାୟୀ ପେଣ୍ଟାଗନ୍ର ମହିଳା ମୁଖପାତ୍ର ଜେସିକା ମାକ୍ସୱେଲ ସୋସିଆଲ ମିଡିଆରେ ଘୁରି ବୁଲିଥିବା ଏହି ମେମୋକୁ ସଠିକ ଦର୍ଶାଇଛନ୍ତି ।