ୱାସିଂଟନ: ଭାରତକୁ ଭେଣ୍ଟିଲେଟର ଯୋଗାଇବ ଆମେରିକା । ଏନେଇ ଶନିବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ‘କୋରୋନା ଲଢେଇରେ ଆମେ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଛିଡା ହୋଇଛୁ ’ ।
ଏଥିସହ ସେ କହିଛନ୍ତି, କୋରୋନା ଟୀକା ପ୍ରସ୍ତୁତ କରିବା ପାଇଁ ଆମେରିକା ଭାରତ ସହ ମିଶି କାମ କରୁଛି । ଭାରତୀୟ-ଆମେରିକୀୟ ‘ମହାନ’ ବୈଜ୍ଞାନିକ ଏବଂ ଗବେଷକ । ହ୍ବାଇଟ ହାଉସ ରୋଜ ଗାର୍ଡେନରେ ସାମ୍ବାଦିକଙ୍କ ସହ କଥା ହୋଇ ଟ୍ରମ୍ପ କହିଛନ୍ତି, ମୁଁ ବର୍ତ୍ତମାନ କିଛି ଦିନ ପୂର୍ବରୁ ଭାରତରୁ ଫେରି ଆସିଥିଲି । ଆମେ ଭାରତ ସହିତ ବହୁତ କାମ କରୁଛୁ ଏବଂ ଆମେରିକାରେ ବହୁ ଭାରତୀୟ ଲୋକ ରହୁଛନ୍ତି । ଏଥିସହ କୋରୋନା ଟୀକା ପ୍ରସ୍ତୁତରେ ଆମେ ଭାରତ ସହ ମିଶି କାମ କରୁଛୁ । ଭାରତ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛୁ ବୋଲି ଟ୍ରମ୍ପ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ଜଣେ ଭଲ ବନ୍ଧୁ ବୋଲି ସେ କହିଛନ୍ତି ।