ୱାଶିଂଟନ: ଭୟଙ୍କରରୁ ଅତି ଭୟଙ୍କର ରୂପ ନେଉଛି କୋରୋନା ଭାଇରସ । ଚୀନର ଉହାନରୁ ଉତ୍ପତ୍ତି ହୋଇଥିବା ଏହି ମାରାତ୍ମକ ଭାଇରସରେ ଚୀନରେ ଏପର୍ଯ୍ୟନ୍ତ 3 ହଜାରରୁ ଉର୍ଦ୍ଧ୍ବ ଲୋକ ମୃତ୍ୟୁବରଣ କରିସାରିଥିବା ବେଳେ ଆମେରିକାରେ 19ଜଣଙ୍କର ମୃତ୍ୟୁ ଘଟିଛି ।
କୋରୋନା ଆତଙ୍କ: ଆମେରିକାରେ 19 ମୃତ - କୋରୋନା ଆତଙ୍କ
ଚୀନର ଉହାନରୁ ଉତ୍ପତ୍ତି ହୋଇଥିବା ଏହି ମାରାତ୍ମକ ଭାଇରସରେ ଚୀନରେ ଏପର୍ଯ୍ୟନ୍ତ 3 ହଜାରରୁ ଉର୍ଦ୍ଧ୍ବ ଲୋକ ମୃତ୍ୟୁବରଣ କରିସାରିଥିବା ବେଳେ ଆମେରିକାରେ 19ଜଣଙ୍କର ମୃତ୍ୟୁ ଘଟିଛି ।
![କୋରୋନା ଆତଙ୍କ: ଆମେରିକାରେ 19 ମୃତ corona virous](https://etvbharatimages.akamaized.net/etvbharat/prod-images/768-512-6335642-thumbnail-3x2-sang-311-trung-quoc-tang-them-42-ca-tu-vong-do-virus-corona-my-da-co-truong-hop-lay-nhiem-tu-nguoi-sang-nguoijpeg.jpg)
କୋରୋନା ଆତଙ୍କ
ତେବେ ସମଗ୍ର ବିଶ୍ବରେ 1ଲକ୍ଷରୁ ଉର୍ଦ୍ଧ୍ବ ଲୋକେ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ତେବେ ନ୍ୟୁୟର୍କ ଗଭର୍ଣ୍ଣରଙ୍କ ସୂଚନା ଅନୁଯାୟୀ, ଗତ ଶନିବାର ନ୍ୟୁୟର୍କରେ ଆଉ 13ଟି ନୂଆ ମାମଲା ସାମ୍ନାକୁ ଆସିଛି । ଫଳରେ ନ୍ୟୁୟର୍କରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 89ରେ ପହଞ୍ଚିଛି । ଯାହାକୁ ନେଇ ନ୍ୟୁୟର୍କରେ ଆଡଭାଇଜରୀ ଘୋଷଣା କରାଯାଇଛି ।