ଓଡିଶା

odisha

ETV Bharat / international

ଆମେରିକୀୟ ଏଚଆଇଭି ବୈଜ୍ଞାନିକଙ୍କ ଚେତାବନୀ, ଆଉ ଆସିନପାରେ କୋରୋନା ଟୀକା ! - corona virus vaccine may never be found

ଆମେରିକାର ଜଣେ ବରିଷ୍ଠ ବୈଜ୍ଞାନିକ ଚେତାବନୀ ଦେଇଛନ୍ତି କୋରୋନା ଭାଇରସର ଟୀକା ବର୍ତ୍ତମାନ ଆସୁନାହିଁ ଏବଂ ଏହି ଟୀକାକୁ ବିକଶିତ କରିବାରେ ବହୁ ସମୟ ଲାଗିପାରେ ।ଆମେରିକାର ଏହି ବୈଜ୍ଞାନିକ ଏଚ୍.ଆଇ.ଭି ଭଳି ରୋଗ ଉପରେ ଗବେଷଣା କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଆଉ ଆସିନପାରେ କୋରୋନା ଟୀକା
ଆଉ ଆସିନପାରେ କୋରୋନା ଟୀକା

By

Published : May 23, 2020, 6:43 AM IST

ୱାଶିଂଟନ୍: କୋରୋନା ଭାଇରସ ଯୋଗୁଁ ସାରା ବିଶ୍ବରେ 334,915 ଜଣଙ୍କର ମୃତ୍ୟୁ ଘଟିଛି ଏବଂ 5,212,172 ଲୋକେ ପ୍ରଭାବିତ ହୋଇଛନ୍ତି । ଏହି ମହାମାରୀ ପାଇଁ 100 ରୁ ଅଧିକ ବୈଜ୍ଞାନିକ ଟିକା ଖୋଜିବାରେ ନିୟୋଜିତ ଅଛନ୍ତି । କିନ୍ତୁ ଏହି ସମୟରେ ଆମେରିକାର ଜଣେ ବରିଷ୍ଠ ବୈଜ୍ଞାନିକ ଚେତାବନୀ ଦେଇଛନ୍ତି କୋରୋନା ଭାଇରସର ଟୀକା ବର୍ତ୍ତମାନ ଆସୁନାହିଁ ଏବଂ ଏହି ଟୀକାକୁ ବିକଶିତ କରିବାରେ ବହୁ ସମୟ ଲାଗିପାରେ । ଆମେରିକାର ଏହି ବୈଜ୍ଞାନିକ ଏଚ୍.ଆଇ.ଭି ଭଳି ରୋଗ ଉପରେ ଗବେଷଣା କରିଛନ୍ତି ।

ଆମେରିକୀୟ ବୈଜ୍ଞାନିକ ୱିଲିୟମ୍ ହାସେଲଟାଇନ୍ଙ୍କ କର୍କଟ ଏବଂ ଏଚ୍.ଆଇ.ଭି ଉପରେ ଗବେଷଣା ବହୁତ ଚର୍ଚ୍ଚାରେ ରହିଛି । ନ୍ୟୁଜ୍ ଏଜେନ୍ସି ରଏଟର୍ସ ସହିତ ଏକ ବାର୍ତ୍ତାଳାପରେ ସେ କହିଥିଲେ ଯେ, ମହାମାରୀ କୋରୋନା ପାଇଁ ଔଷଧ ଆସିବ ବୋଲି ମନେ ହେଉନାହିଁ । ତାଙ୍କୁ ସାକ୍ଷାତକାରରେ ପଚରାଯାଇଥିଲା କୋଭିଡ -19 ଟୀକା କେବେ ଏବଂ କେତେ ଶୀଘ୍ର ବିକଶିତ ହୋଇପାରିବ? ଏହାର ଉତ୍ତରରେ ସେ କହିଛନ୍ତି ଯେ ଏତେ ଶୀଘ୍ର ଏହି ଟୀକ ଆସିବାର ସମ୍ଭବ ନୁହେଁ । ହେସେଲଟାଇନ୍ ସ୍ପଷ୍ଟ ଭାବରେ କହିଛନ୍ତି ଯେ କୋରୋନା ମହାମାରୀକୁ ରୋକିବା ପାଇଁ ରୋଗୀଙ୍କୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବା, ସେମାନଙ୍କୁ ସଠିକ୍ ଭାବରେ ଖୋଜିବା ଏବଂ ସଂକ୍ରମଣ ବିସ୍ତାର ନହେବା ପାଇଁ ସାମାଜିକ ଦୂରତା ବଜାୟ ରଖିବୀ ଜରୁରୀ ଅଟେ ।

ସେ କହିଛନ୍ତି ଯେ କୋରୋନା ଭାଇରସ ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଟୀକା ନାକକୁ ସଂକ୍ରମଣରୁ ରକ୍ଷା କରିବାରେ ବିଫଳ ହୋଇଛି । ନାକ ହେଉଛି ପ୍ରଥମ ମାଧ୍ୟମ ଯିଏ ସହଜରେ ଭାଇରସକୁ ନିଜ ଶରୀରରେ ଗ୍ରହଣ କରିଦିଏ । ତେଣୁ ଏହି ଭାଇରସ ଶରୀରରେ ପ୍ରବେଶ କରିବାର ସମ୍ଭାବନା ଅଧିକ ରହିଛି । କୌଣସି ପ୍ରଭାବଶାଳୀ ଚିକିତ୍ସା କିମ୍ବା ଟୀକା ବିନା କୋରୋନା ଭାଇରସ ନିୟନ୍ତ୍ରଣ କରାଯାଇପାରିବ ନାହିଁ ବୋଲି ୱିଲିୟମ୍ କହିଛନ୍ତି । କୋରୋନାକୁ ରୋକିବା ପାଇଁ ସେ ସାମାଜିକ ଦୂରତା ହିଁ ସବୁଠାରୁ ପ୍ରଭାବଶାଳୀ ଉପାୟ ବୋଲି କହିଛନ୍ତି । ଯେଉଁମାନେ ସଂକ୍ରମିତ ଅଛନ୍ତି ସେମାନଙ୍କୁ ଅଲଗା ରଖାଯିବା ଉଚିତ ଏବଂ ହାତ ଧୋଇବା, ମାସ୍କ ପିନ୍ଧିବା, ସାଧାରଣ ବ୍ୟବହୃତ ଜିନିଷକୁ ସଫା ରଖିଲେ ହିଁ ଏହି ଭାଇରସ ସଂକ୍ରମଣ ହେବାରେ କମିବ ।

ABOUT THE AUTHOR

...view details